ଏହି ଅଜବ ପଥରରୁ ବାହାରୁଛି ଘଣ୍ଟିର ଶବ୍ଦ, ଶବ୍ଦ ଶୁଣି ଭୟଭୀତ ହେଉଛନ୍ତି ଗ୍ରାମବାସୀ

ଦୁନିଆରେ ଆପଣ ବିଶାଳତମ ଏବଂ ଗୋଟିଏରୁ ବଡ଼ ଆଉ ଗୋଟିଏ ଅଜବ ଚଟାଣ ନିଶ୍ଚିନ୍ତ ଦେଖିଥିବେ କିନ୍ତୁ ରତଲାମର ଏକ ପାହାଡ ଉପରେ ରହିଥିବା ଚଟାଣ ଆପଣଙ୍କୁ ଭାବିବାକୁ ବାଧ୍ୟ କରିଦେବ ଯେ ବାସ୍ତବରେ ଏହା ସତ୍ୟ ନା କୌଣସି ଦୈବୀକ ଚମତ୍କାର |

ରତଲାମରୁ ୨୫ କିଲୋମିଟର ଦୂରତାରେ ଅବସ୍ଥିତ ବେରଛା ଗାଁରେ ମାଆ ଅମ୍ବଙ୍କର ଶକ୍ତି ଧାମ ରହିଛି | ସୁଦୂର ଅଂଚଳର ଉଚ୍ଚ ପାହାଡ ଉପରେ ବିରାଜମାନ ହୋଇଥିବା ମାଆ ଏଠାରେ ଭକ୍ତ ମାନଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ କରୁଛନ୍ତି | ନବରାତ୍ରରେ ଏହି ପାହାଡ ଉପରେ ଆସ୍ଥାର ଭିଡ ଲାଗୁଛି, ଯିଏ ଏଠାକୁ ଆସନ୍ତି ସେ ଖାଲି ହାତରେ ରୁହନ୍ତି ନାହିଁ |

ପ୍ରାୟ ୧୬୬୪ ଖ୍ରୀଷ୍ଟାବ୍ଦ ପୂର୍ବରୁ ଏହି ମନ୍ଦିରର ସ୍ଥାପନା କରାଯାଇଥିଲା | ଏଠାରେ ଗାଁର ହିଁ ଜଣେ ପ୍ରସିଦ୍ଧ ସାଧୁ ମହାତ୍ମା ଜୀବିତ ସମାଧି ନେଇଥିଲେ ଯାହାପରେ ଏହି କ୍ଷେତ୍ରର ମାନ୍ୟତା ଆହୁରି ଅଧିକ ବଢିଯାଇଥିଲା କିନ୍ତୁ ଏସବୁ ଛାଡିଲେ ମଧ୍ୟ ଏହି ପାହାଡ଼ରେ ଆଉ ଏକ ଚମତ୍କାର ରହିଛି ଯାହାର ଚର୍ଚ୍ଚା ବର୍ତ୍ତମାନ ସମ୍ପୂର୍ଣ୍ଣ ଜିଲ୍ଲାରେ ହେଉଛି |

ଏଠାରେ ଏକ ଚମତ୍କାରୀ ଚଟାଣ ରହିଛି ଯାହାକୁ ପିଟିଲେ ଘଣ୍ଟିର ଶବ୍ଦ ଶୁଭୁଛି ଏବଂ ଗ୍ରାମବାସୀ ଏହାକୁ ମାଆ ଅମ୍ବିକାଙ୍କର ଚମତ୍କାର ବୋଲି ମାନୁଛନ୍ତି କିନ୍ତୁ ସବୁଠୁ ବଡ କଥା ଏହା ହେଉଛି ଯେ ଏହି ଅଜବ ସ୍ଥାନକୁ ଯିବା ପାଇଁ ପାହାଡର ଚଟାଣ ଏବଂ କଣ୍ଟାର ବୁଦା ଆଦିକୁ ଅତିକ୍ରମ କରିବାକୁ ପଡିଥାଏ | ଏହି ରାସ୍ତା କେବେହେଲେ ସରଳ ନୁହେଁ, ଯାହାକୁ ଅତିକ୍ରମ କରି ଏହି ଅଜବ ଚମତ୍କାରର ଦର୍ଶନ ହୋଇ ପାରିବ |

ଏହି ଚମତ୍କାରୀ ଚଟାଣକୁ ନେଇ ଶୁଣିଥିବା କାହାଣୀ ସେହି ସ୍ଥାନୀୟ ଅଞ୍ଚଳରେ ବିଶେଷ ଚର୍ଚ୍ଚିତ ଅଟେ | ଏହି ଚମତ୍କାରୀ ଘଣ୍ଟି ପରି ବାଜୁଥିବା ଚଟାଣ ଏଠାରେ କେବେଠାରୁ ରହିଛି ଏବଂ ଏହାକୁ କିଏ ଆବିଷ୍କାର କରିଛି ଏହା କେହି ଜାଣି ନାହାନ୍ତି | ଆଖପାଖରେ ଲୋକମାନେ ପାହାଡ ଉପରେ ସ୍ଥିତ ଏପରି ଅନେକ ପଥରକୁ ପିଟିକରି ଦେଖିଲେ କିନ୍ତୁ ଏପରି ଘଣ୍ଟି ପରି ଶବ୍ଦ ଅନ୍ୟ କୌଣସି ପଥରରୁ ଆସିଲା ନାହିଁ | ଏହା କାରଣ ଅଟେ ଯେ ଗ୍ରାମବାସୀ ଏହାକୁ ଦୈବିକ ଶକ୍ତିପୀଠ ମଧ୍ୟ ମାନନ୍ତି ଏବଂ ଏହି ଅଜବ ପଥରର ପୂଜା ମଧ୍ୟ କରିଥାନ୍ତି |

ତେବେ ଏହି ଚମତ୍କାରୀ ଚଟାଣର ପୂଜା ଅର୍ଚ୍ଚନା ଜାରି ରହିଛି | ଗ୍ରାମବାସୀ ଏହାକୁ ମାଆ ଆମ୍ବିକାଙ୍କର ଚମତ୍କାର ମାନି ପୂଜା କରୁଛନ୍ତି | ଆଖପାଖ ଅଞ୍ଚଳରେ ଏହି ଘଣ୍ଟି ଥିବା ଚମତ୍କାରୀ ଚଟାଣର ପ୍ରସିଦ୍ଧି ମଧ୍ୟ ବଢୁଛି କିନ୍ତୁ ଏହା ପଛର କାରଣ ଚଟାଣରେ ରହିଥିବା କୌଣସି ଧାତୁ କିମ୍ବା ବାସ୍ତବରେ ମାଆ ଆମ୍ବିକାଙ୍କର ଚମତ୍କାର ଅଟେ | ସମ୍ପୂର୍ଣ୍ଣ ଜିଲ୍ଲାରେ ଗ୍ରାମବାସୀଙ୍କର ଆସ୍ଥାର ନୂତନ କେନ୍ଦ୍ର ହୋଇଯାଇଛି ଏହି ଚଟାଣ |

ଏଠାକାର ପୂର୍ବତନ ସରପଞ୍ଚ ଘନଶ୍ୟାମ କହିଛନ୍ତି ଯେ, ଏଠାରେ ଆଗରୁ କଣ୍ଟା ଯୁକ୍ତ ବୁଦା ରହିଥିଲା, କେହି ଯିବା ଆସିବା କରୁ ନଥିଲେ | କେବେକେବେ କୌଣସି କାରଣରୁ କିଛି ଜିନିଷ ଏହି ଚଟାଣ ଉପରେ ଧକ୍କା ହୋଇ ଘଣ୍ଟିର ଶବ୍ଦ ଉତ୍ପନ୍ନ ହେଉଥିଲା ଏହାକୁ ଶୁଣି ଲୋକମାନେ ଡରି ଯାଉଥିଲେ କିନ୍ତୁ ଯେବେଠାରୁ ଏହାର ସନ୍ଧାନ ମିଳିଲା ଏଠାକୁ ଲୋକଙ୍କର ଆଗମନ ଆରମ୍ଭ ହୋଇଯାଇଥିଲା | କେବଳ ଏହି ଚଟାଣରୁ ଘଣ୍ଟିର ଶବ୍ଦ ବାହାରୁଥିଲା ଅନ୍ୟ ପଥର ଗୁଡିକରେ ଏପରି କୌଣସି ଶବ୍ଦ ବାହାରୁ ନଥିଲା | ସେହିପରି ମନ୍ଦିରର ପୂଜାରୀ ପ୍ରହଲ୍ଲାଦ ଗିରି କୁହନ୍ତି ଯେ, ଏହି ମଣ୍ଡିତ କେବେ ନିର୍ମାଣ କରାଯାଇଥିଲା , ଏସବୁର କୌଣସି ସୂଚନା ନାହିଁ କିନ୍ତୁ କିଛି କିମ୍ବଦନ୍ତୀ ରହିଛି | ଆମର ପୂର୍ବଜ ମାନେ ଏଠାରେ ପୂଜା କରି ଆସୁଛନ୍ତି ଏବଂ ବର୍ତ୍ତମାନ ଆମେ କରୁଛୁ |

Leave a Reply

Your email address will not be published. Required fields are marked *