ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କ ପାଇଁ ଗୋଟେ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ ମାତ୍ରେ ଧଳା ଦାଢ଼ି ଏବଂ ନିଶ କଳା ହୋଇଯିବ।
ବନ୍ଧୁଗଣ ବଢୁ ଥିବା ବୟସ ସହିତ କେଶ ପାଚିବା ଏକ ସାଧାରଣ କଥା ଅଟେ କିନ୍ତୁ ପୁରୁଷଙ୍କ ମୁଣ୍ଡ କେଶ ଛଡ଼ା ଯେବେ ଦାଢ଼ି ଏବଂ ନିଶର କେଶ ପାଚିବା ଆରମ୍ଭ ହୋଇଯାଏ ତେବେ ଏମିତିରେ ଜଣେ ବ୍ୟକ୍ତି ନିଜ ବୟସଠୁ ଅଧିକ ବଡ଼ ଦେଖାଯିବାକୁ ଲାଗେ। ସାଥିରେ କିଛି ଲୋକଙ୍କର ଦାଢ଼ି କେଶ ବୟସ ଆଗରୁ ପାଚିବା ଆରମ୍ଭ ହୋଇଯାଏ। ଆଜିର ଏହି ପୋଷ୍ଟରେ ଆମେ ଆଲଚନା କରିବା କିଛି ସହଜ ଏବଂ ଚମତ୍କାରୀ ଘରୋଇ ଉପଚାର ବିଷୟରେ। ଯାହାର ପ୍ରୟୋଗ ଦ୍ବାରା ନାଁ କେବଳ ଧଳା ହେଉଥିବ କେଶ କଳା ହୋଇଯିବ ବରଂ ନୁଆ ଉଠୁ ଥିବା କେଶ ଭିତରୁ କଳା ହିଁ ଉଠିବ। ଆମ ଶରୀରରେ କେଶର ରଙ୍ଗକୁ କଳା ରଖିବା ପାଇଁ ଅନେକ ପ୍ରକାରର ଶେଷ ଏକା ସଙ୍ଗରେ କାମ କରିଥାନ୍ତି। କିନ୍ତୁ ଅଧିକ ସମୟ ଖରାରେ ରହିବା ଦ୍ବାରା ଏବଂ ଖାଦ୍ୟ ପେୟରେ ଧ୍ୟାନ ନଦେବା କାରଣରୁ ସେହି ଶେଷ ଦୁର୍ବଳ ହୋଇଯାଆନ୍ତି। ଏମିତି ହେବା ଦ୍ବାରା ଚେହେରାର କେଶ ପ୍ରଥମେ ବ୍ରାଉନ ଦେଖାଜିବାକୁ ଲାଗେ ଏବଂ ଧୀରେ ଧୀରେ ଗ୍ରେ ହୋଇ ଧଳା ଦେଖାଜିବାକୁ ଲାଗେ।
ଯେବେ ଥରେ ଆମ କେଶ ଧଳା ହେବାକୁ ଆରମ୍ଭ ହୋଇଯାଏ, ତେବେ ଏହି ସମସ୍ୟା ଧୀରେ ଧୀରେ ବଢ଼ି ଚାଲେ। ବିଭିନ୍ନ ପ୍ରକାରର ପ୍ରୟାସ କରିବା ପରେ ବି ଆମେ ଆମ କେଶକୁ କଳା କରିବା ପାଇଁ ମାର୍କେଟରୁ ମିଳୁଥିବା କେମିକାଲ ଯୁକ୍ତ ପ୍ରଡୋକ୍ଟର ବ୍ୟବହାର କରିଥାଉ।କିନ୍ତୁ ବନ୍ଧୁଗଣ ଏମିତି କିଛି ଘରୋଇ ଉପଚାର ଅଛି ଯାହାର ପ୍ରୟୋଗ କରି ଆପଣ ଆପଣଙ୍କର କେଶକୁ ସବୁଦିନ ପାଇଁ କଳା କରିପାରିବେ। ଏହ ସମ୍ପୂର୍ଣ ପ୍ରାକୃତିକ ଉପଚାର ଅଟେ। ତେବେ ଆସନ୍ତୁ ଜାଣିବା ଏହାକୁ ଆପଣ କେମିତି ପ୍ରସ୍ତୁତ କରିବେ ଏବଂ ଆପଣ ଏହାକୁ କେମିତି ପ୍ରୟୋଗ କରିବେ।
ସବୁଦିନ ପାଇଁ ନିଜର ଦାଢ଼ି ଏବଂ ନିଶକୁ କଳା କରିବା ପାଇଁ ଆପଣ ପିୟର ଉପଚାର ପ୍ରୟୋଗ କରନ୍ତୁ। ଏଥିପାଇଁ ଆପଣଙ୍କୁ ଆଳୁର ଚୋପା ଏବଂ ଏଲୋବରା ଜେଲର ଆବଶ୍ୟକ ପଡ଼ିବ। ପ୍ରଥମେ ଆପଣ ୪ ରୁ ୫ ଟି ଆଳୁ ନେଇ ତାହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ତାର ଚୋପା ବାହାର କରିନିଅନ୍ତୁ। ଏହା ପରେ ଏହି ଚୋପାକୁ ଏକ ରୁ ଦୁଇ କପ ପାଣିରେ ପକାଇ ୧୦ ରୁ ୧୫ ମିନିଟ ସ୍ଲୀମ ଆଞ୍ଚରେ ଫୁଟାନ୍ତୁ। ୧୦ ରୁ ୧୫ ମିନିଟ ଫୁଟିବା ଦ୍ବାରା ପାଣିର ରଙ୍ଗ ବଦଳିବାକୁ ଲାଗିବ। ୧୦ ରୁ ୧୫ ମିନିଟ ଫୁଟିବା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବଂ ଏହାକୁ ସମ୍ପୂର୍ଣ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ଥଣ୍ଡା ହେବା ପରେ ଛାଣି ନିଅନ୍ତୁ। ପାଣି ସମ୍ପୂର୍ଣ ଥଣ୍ଡା ହେବା ପରେ ଏହି ପାଣିରେ ଆପଣ ୨ ରୁ ୩ ଚାମଚ ଏଲୋବରା ଜେଲ ମିଶାଇ ଦିଅନ୍ତୁ। ଏହା ପରେ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ଏହା ପ୍ରସ୍ତୁତ ହୋଇଗଲା।
ଏହା ପରେ ଆପଣ ଏହି ପାଣିକୁ କୌଣସି ପ୍ଲାଷ୍ଟିକ ବୋତଲ କିମ୍ବା କୌଣସି ସ୍ପ୍ରେ ବୋତଲରେ ରଖି ପାରିବେ। ଏହାର ବ୍ୟବହାର କରିବା ପାଇଁ ଆପଣଙ୍କୁ ଆପଣଙ୍କର ଚେହେରା କିମ୍ବା ମୁଣ୍ଡରେ ଯେଉଁଠାରେବି ଆପଣଙ୍କର କେଶ ପାଚିଥିବ ବା ଧଳା କେଶ ଉଠୁଥିବ ସେହି ଜାଗାରେ ଏହାକୁ ସ୍ପ୍ରେ କରନ୍ତୁ କିମ୍ବା ତୁଳାରେ ବୁଡା଼ଇ ଲଗାନ୍ତୁ। ଆଳୁ ମଧ୍ୟରେ ମିଳୁଥିବା ଷ୍ଠାଚ କେଶକୁ ପ୍ରାକୃତିକ ରଙ୍ଗ ଦେବାରେ ସାହାର୍ଯ୍ୟ କରିଥାଏ। ସେଥିପାଇଁ ଆପଣ ପ୍ରତିଦିନ ଏହାର ପ୍ରୟୋଗ କରିବା ଦ୍ବାରା ଧଳା ହୋଇଥିବା କେଶ କଳା ହେବାକୁ ଲାଗେ। ଏହାର ପ୍ରୟୋଗ ଆପଣ ଆପଣଙ୍କର ମୁଣ୍ଡରେ ଉଠୁଥିବା ଧଳା କେଶକୁ କଳା କରିବା ପାଇଁ କରି ପାରିବେ।
ବୟସ ପୁର୍ବରୁ କେଶ ଧଳା ହେବାର ଦୁଇଟି କାରଣ ରହିଛି। ଶରୀରରେ ମେଲେରିନ ତତ୍ତ୍ୱର ଅଭାବ ହେବା ଏବଂ ପୋଷକ ତତ୍ତ୍ୱର ଅଭାବ। ସେଥିପାଇଁ ଉପରେ ଲଗାଉ ଥିବା ଜିନିଷ ବ୍ୟତିତ ଆମେ ଖାଦ୍ୟରେ କିଛି ଏମିତି ଜିନିଷ ସାମିଲ କରିବା ଆବଶ୍ୟକ ଯାହା କେଶକୁ ଭିତରୁ କଳା କରିଦିଏ। ଯଦି ଆପଣଙ୍କ ଶରୀରରେ କେଶକୁ କଳା ରଖିବା ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱର ଅଭାବ ରହିଛି ତେବେ ବାହାର କରାଯାଉଥିବା କୌଣସି ଉପଚାରର ପ୍ରଭାବ ବହୁତ କମ ଏବଂ ଧୀରେ ଧୀରେ ଦେଖିବାକୁ ମିଳିବ। ତେବେ ଆପଣ ଏହାର ପ୍ରୟୋଗ ନିଶ୍ଚୟ କରନ୍ତୁ।