ତ୍ରିପୁରାର ଖୋୱାଇ ଜିଲ୍ଲାରେ ଜଣେ ମହିଳା ତାଙ୍କ ୫୦ ବର୍ଷ ବୟସ୍କା ସ୍ୱାମୀଙ୍କ ମୁଣ୍ଡ କାଟି ରକ୍ତ ଜୁଡୁବୁଡୁ ମୁଣ୍ଡକୁ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ଘର ପାଖ ମନ୍ଦିରରେ ରଖିଥିଲା। ଘଟଣା ବିଷୟରେ ଜାଣିବା ପରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।
ଖୋୱାଇ ପୋଲିସ ଅଧୀକ୍ଷକ ଭାନୁପଡା ଚକ୍ରବର୍ତ୍ତୀ କହିଛନ୍ତି ଯେ ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଦମ୍ପତିଙ୍କ ବଡ ପୁଅ କହିଛନ୍ତି ଯେ ତାଙ୍କ ମା ନିକଟରେ ଏକ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଗାଆଁ ପାଖରେ ରହୁଥିବା ଜଣେ ତାନ୍ତ୍ରିକ ଚିକିତ୍ସା କରିଥିଲେ। ଜିଲ୍ଲାର ଇନ୍ଦିରା କଲୋନୀ ଗ୍ରାମରେ ଜଣେ ୪୨ ବର୍ଷିୟା ମହିଳାଙ୍କୁ ନିଜ ଘରୁ ଗିରଫ କରାଯାଇଛି। ସେ ସେଠାରେ ତାଙ୍କ ସ୍ୱାମୀ ରବିନ୍ଦ୍ର ତତି ଏବଂ ଦୁଇଟି ନାବାଳକ ପୁଅଙ୍କ ସହ ରହୁଥିଲେ। ରବିନ୍ଦ୍ର ଜଣେ ଦିନ ମଜୁରିଆ ଥିଲେ।
ମହିଳାଙ୍କ ବଡ ପୁଅ କହିଛନ୍ତି ଯେ ମୋ ମା ସର୍ବଦା ଶାକାହାରୀ, କିନ୍ତୁ ଗତକାଲି ରାତିରେ ସେ ଚିକେନ୍ ଖାଇଲା। ଆମେ ସମସ୍ତେ ଶୋଇଲୁ। ହଠାତ୍ ମୁଁ ଉଠିଲି ଏବଂ ଦେଖିଲି ମୋ ବାପାଙ୍କ ମୁଣ୍ଡ କାଟି ଦିଆଯାଇଛି। ରକ୍ତରେ ପୁରା ଘର ଜୁଡୁବୁଡୁ ଏକ ତୀକ୍ଷ୍ଣ ଅସ୍ତ୍ର ଧରି ମୋ ମା ଠିଆ ହେବାର ଦେଖି ମୁଁ ଆଶ୍ଚର୍ଯ୍ୟ ହେଇଗଲି। ଯେତେବେଳେ ଆମେ ସମସ୍ତେ ଜୋରେ ପାଟିକଲୁ ସେ କୋଠରୀରୁ ବାହାରି ବାପାଙ୍କ ମୁଣ୍ଡକୁ ଆମ ମନ୍ଦିରରେ ରଖିଦେଲା।
ଏସପି କହିଛନ୍ତି ଯେ ଏହା ପରେ ସେ ନିଜକୁ ଘର ଭିତରେ ବନ୍ଦ କରିଦେଲେ। ଆମେ ମୃତଦେହ ଉଦ୍ଧାର କରି ମହିଳାଙ୍କୁ ଗିରଫ କରିଛୁ। ଘଟଣା ପରେ ତଦନ୍ତ ଆରମ୍ଭ ହୋଇଛି। ସେ କହିଛନ୍ତି ଯେ ଫରେନସିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ପ୍ରମାଣ ସଂଗ୍ରହ କରିଛି। ଅଭିଯୁକ୍ତଙ୍କ ମାନସିକ ରୋଗ ସମ୍ପର୍କରେ ଚକ୍ରବର୍ତ୍ତୀ କହିଛନ୍ତି ଯେ ଡାକ୍ତରଙ୍କ ରିପୋର୍ଟ ବିନା ସେ ଏହା ଉପରେ ମନ୍ତବ୍ୟ ଦେଇ ପାରିବେ ନାହିଁ।