ମହିଳା ଜଣଙ୍କ ଧରିଲେ ବୟଫ୍ରେଣ୍ଡର ମିଛ, କଫିରୁ ଖୋଲିଲା ରହସ୍ୟ।

ପ୍ରେମ ଏବଂ ଧୋକାର ଆପଣ କେତେ କାହାଣୀ ଶୁଣିଥିବେ କିନ୍ତୁ ଜଣେ ମହିଳା ସୋଶିଆଲ ମିଡିଆରେ ଏମିତି ଏକ ଧୋକାବାଜୀର କାହାଣୀ କହିଛନ୍ତି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବାସ୍ତବରେ ଟିକ ଟକରେ ଏକ ପ୍ରଶ୍ନ ପଚରା ଯାଇଥିଲା କି ଆପଣ ଆପଣଙ୍କ ବୟଫ୍ରେଣ୍ଟର ଧୋକାବାଜୀକୁ କେମିତି ଧରିଲେ।

ସେମିତି ତ କେତେକ ଲୋକ କେତେ ପ୍ରକାରର ଉତ୍ତର ଦେଇଥିଲେ କିନ୍ତୁ ଆମେରିକାର ଡେନିଏଲ ବ୍ରାଉନଙ୍କ କାହାଣୀକୁ ଏପର୍ଯ୍ୟନ୍ତ ୯୦ ହଜାରରୁ ଅଧିକ ଲୋକ ଶୁଣି ସାରିଲେଣି।

ଡେନିଏଲ ଟିକ ଟକରେ ଏକ ଭିଡିଓ ସେୟାର କରି ନିଜର କାହାଣୀ କହିଥିଲେ। ଡେନିଏଲ କହିଲେ କି ଗୋଟିଏ ଦିନ ତାଙ୍କ ବୟଫ୍ରେଣ୍ଡ ଡେରିରେ ଘରକୁ ଆସିଲେ। ତାଙ୍କ ହାତରେ ଗୋଟିଏ କଫି କପ ଥିଲା ଯାହାକୁ ସେ ଘରକୁ ଆଣି ଆସିଥିଲେ। ଡେନିଏଲ ତାଙ୍କୁ ଘରକୁ ଡେରିରେ ଆସିବାର କାରଣ ପଚାରିଲେ। ଡେନିଏଲଙ୍କ ବୟଫ୍ରେଣ୍ଡ ଉତ୍ତର ଦେଇଥିଲେ କି ସେ କାମରେ ବାହାରକୁ ଯାଇଥିଲେ ଏବଂ ଘରକୁ ଆସିବା ପୂର୍ବରୁ ତାଙ୍କର କଫି ପିଇବାକୁ ଇଛା ହେଲା।

ସେ କଫି ସପ ଯାଇ କଫି ନେଇ ଆସି ଘରକୁ ଆସିଥିଲେ। ଡେନିଏଲଙ୍କୁ ଏକଥା ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା ସେଥିପାଇଁ ସେ ତାଙ୍କ ବୟଫ୍ରେଣ୍ଡକୁ ପଚାରିଲେ କି ମୋ ପାଇଁ କଫି କଣ ପାଇଁ ଆଣିଲ ନାହିଁ।

ଡେନିଏଲ ନିଜ ବୟଫ୍ରେଣ୍ଡ ହତରୁ କଫି କପ ନେଇ କଫି ପିଇବାକୁ ଲାଗିଲେ। ସେତେବେଳେ ଅଚାନକ ଡେନିଏଲ ଦେଖିଲେ କି କଫି କପ ପଛରେ କଣ ଲେଖା ହୋଇଛି। ସେ ଧ୍ୟାନରେ ଦେଖିଲେ କି ସେଥିରେ ବ୍ରେଟନି ଲେଖାଥିଲା ଯାହା ତାଙ୍କ ବୟଫ୍ରେଣ୍ଡର ପୁରୁଣା ପ୍ରେମିକା ଥିଲେ।

ଡେନିଅଲଙ୍କ ବୟଫ୍ରେଣ୍ଡ ଯେଉଁ କଫି ସପରୁ କଫି ଆଣିଥିଲେ ସେହି କଫି ସପରେ ଅର୍ଡର କରିଥିବା ଲୋକର ନାଁ ଲେଖା ହୋଇ ଦିଆଯାଏ।

ଡେନିଏଲଙ୍କୁ ଏହା ବୁଝିବାକୁ ଡେରି ହେଇ ନଥିଲା କି ଏହି କଫି କପ ତାଙ୍କ ବୟଫ୍ରେଣ୍ଡର ପୂର୍ବତନ ପ୍ରେମିକା କରିଥିଲେ ଏବଂ ତାଙ୍କର ବୟଫ୍ରେଣ୍ଡ ତାଙ୍କୁ ଧୋକା ଦେଉଛି ବୋଲି।

ଯେତେବେଳେ ଡେନିଏଲ ସେହି କଫି କପ କୁ ଦେଖାଇ ତାଙ୍କର ବୟଫ୍ରେଣ୍ଡଙ୍କୁ ପଚାରିଲେ କି ଏଥିରେ ଡେନିଏଲ କଣ ପାଇଁ ଲେଖାଯାଇଛି , ସେତେବେଳେ ତାଙ୍କ ବୟଫ୍ରେଣ୍ଡ ଉତ୍ତର ଦେଲେକି ଏହା କଫି ସର୍ବ ବାଲା ଭୁଲରେ ତାର ନିଜ ନାମ ଲେଖିଦେଇଛି କାରଣ ଏହା ତାଙ୍କ ପୁରୁଣା ପ୍ରେମିକାର ନାମର ସ୍ପେଲିଙ୍ଗ ନୁହେଁ।

ଏହା ଶୁଣି ଡେନିଏଲ ବହୁତ ରାଗି ଯାଇ ସେହି କଫି କପ ତାଙ୍କ ବୟଫ୍ରେଣ୍ଡ ମୁହଁକୁ ଫୋପାଡି ସେଠାରୁ ଚାଲିଗଲେ। ଡେନିଏଲ ତାଙ୍କ ଭିଡିଓରେ ଲୋକମାନଙ୍କୁ ସେହି ନାଁ ଲେଖା କଫି କପ ଦେଖାଇ ଥିଲେ।

ଡେନିଏଲଙ୍କ ଏହି କାହାଣୀରେ କେତକ ପ୍ରତିକ୍ରିୟା ମଧ୍ୟ ମିଳିଛି। କିଏ କହିଲା ତାଙ୍କ ବୟଫ୍ରେଣ୍ଡ ଠିକ ଭାବରେ ମିଛ କହି ପାରିଲେ ନାହିଁ ତ ଆଉ କିଏ କହିଲେ କି କଣ ପାଇଁ ପୁଅ ମାନେ ନିଜର ଭୁଲ ମାନନ୍ତି ନାହିଁ। ଏବଂ ଗୋଟିଏ ଭୁଲ ଲୁଚେଇବା ପାଇଁ ଅନେକ ମନ ଗଢା କାହାଣୀ କୁହନ୍ତି। ସେଇଠି ଜଣେ କହିଲେ କି ତାଙ୍କ ବୟଫ୍ରେଣ୍ଡଙ୍କର ସେହି କଫି କପ ଘରକୁ ଆଣିବାର କଣ ଦରକାର ଥିଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *