ଲୋକେ ମୋବାଇଲରେ ଖରାପ ଭିଡିଓ ଦେଖିଲେ କିଛି ଅସୁବିଧା ନାହିଁ , କିନ୍ତୁ ଖୋଲାଖୋଲି କହିଦେଲେ ଖରାପ ଲାଗୁଛି – ନିଶା ମହାରଣା

ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ଚର୍ଚ୍ଚାରେ ରହୁଥିବା ଜଣେ ଅଭିନେତ୍ରୀ ତଥା ମଡେଲର ଯାହାଙ୍କ ବିଷୟରେ ଆପଣ ସମସ୍ତେ ଜାଣିଥିବେ । ଯାହାଙ୍କୁ ନେଇ ଚାରିଆଡ଼େ ଅତ୍ୟନ୍ତ ଆଲୋଚନା ହେବାରେ ଲାଗିଛି । ସମସ୍ତେ ତାଙ୍କ ବିଷୟରେ ଖରାପ କଥା କହୁଛନ୍ତି । କାହାକୁ ମଧ୍ୟ ତାଙ୍କ କଥାବାର୍ତ୍ତା ଭଲ ଲାଗୁ ନାହିଁ ଆଉ ସମସ୍ତେ ତାଙ୍କ ଉପରେ ଆଙ୍ଗୁଠି ଉଠାଇଛନ୍ତି । କିପରି ଭାବରେ ସେ ଏମିତି କଥା କହିପାରିଲେ ବୋଲି ସମସ୍ତେ ବର୍ତ୍ତମାନ କହିବାରେ ଲାଗିଛନ୍ତି ।ଆଉ ତାଙ୍କ ଭିଡିଓ କାହାକୁ ଦେଖାଇବା ଉଚିତ୍ ନୁହେଁ ବୋଲି ଲୋକ କଥା ହେବାରେ ଲାଗିଛନ୍ତି । ତେବେ ସେ ହେଉଛନ୍ତି ମଡେଲର ନିଶା ମହାରଣା ।

କିଛି ଦିନ ହେବ ସୋସିଆଲ ମିଡିଆରେ କେବଳ ତାଙ୍କ ଭିଡିଓ ଘୁରି ବୁଲୁଛି । କେବଳ ଗୋଟିଏ କଥାକୁ ନେଇ ସେ ବର୍ତ୍ତମାନ ସମୟରେ ବିବାଦୀୟ ନାୟିକା ପାଲଟି ଯାଇଛନ୍ତି । ତେବେ ସେ କହିଥିଲେ କି , ସେ ଓଡ଼ିଶାର ସନି ଲିଅନି ହେବେ । ଆଉ ଏହି କଥା ଲୋକଙ୍କ ମନରେ ଏତେ ପଶି ଯାଇଛି ଯେ , ଲୋକ ବର୍ତ୍ତମାନ ତାଙ୍କୁ ଅନେକ ଖରାପ କଥା କହି ଗା-ଳି ଦେଉଛନ୍ତି । ତେବେ ବର୍ତ୍ତମାନ ଏସବୁ କଥା ପାଇଁ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି , ନିଶା ମହାରଣା। ତାଙ୍କ କହିବା କଥା ହେଲା କି , ଯିଏ ମୁହଁ ଖୋଲି ସତ କହିଦେଲା , ସେ ଦୁନିଆଁ ଆଗରେ ଖରାପ ହୋଇଗଲା । ସେ ସନୀ ଲିଅନି ହେବେ କହିଦେଲେ ବୋଲି କଣ ସତରେ ସେପରି ହୋଇଯିବେ ।

ସେ ତ କିଛି ଖରାପ କାମ କରି ନାହାଁନ୍ତି , ଯାହା ପାଇଁ ତାଙ୍କୁ ଏତେ ନିନ୍ଦା ଅପବାଦ ସହିବାକୁ ପଡ଼ିବ । ରାସ୍ତା ଉପରେ ଯେଉଁ ଝିଅ ମାନେ ଖରାପ ଡ୍ରେସ୍ ପିନ୍ଧି ବୁଲୁଛନ୍ତି , ସେମାନେ ଠିକ୍ କିନ୍ତୁ ସେ ପିନ୍ଧିଲେ ଖରାପ । ଲୋକ ତାଙ୍କୁ ଏତେ ଯଦି ଆଙ୍ଗୁଠି ଉଠାଉଛନ୍ତି , ତେବେ ଠିକ୍ ଜାଗାରେ ଉଠାଇଲେଣି । ଯେତେବେଳେ ଗୋଟିଏ ଝିଅକୁ ଦୁଷ୍କର୍ମ ହେଉଛି । ଯେମିତି କି ଆପଣ ଶୁଣିଥିବେ ଦିଲ୍ଲୀରେ ଯେଉଁ ଦୁ-ଷ୍କର୍ମ ମା-ମଲା ହେଉ କି ଛୋଟ ଛୋଟ ଝିଅ ମାନଙ୍କୁ ଦୁ-ଷ୍କର୍ମ କରାଯାଉଛି , ସେ ଉପରେ ଲୋକ ଆଙ୍ଗୁଠି ଉଠାଇ , ମୁହଁ ଖୋଲିବା କଥା । କିନ୍ତୁ ଲୋକ ସେପରି ଜାଗାରେ ମୁଁହ ଖୋଲି ପାରିବେ ନାହିଁ ।

ଅନ୍ୟ ପକ୍ଷରେ ସେ କହିଛନ୍ତି କି , ସେ ଜଣେ ମଡେଲର ଆଉ ମଡେଲର ହିସାବରେ ଏପରି ପୋଷାକ ପିନ୍ଧିବା ଅତ୍ୟନ୍ତ ସାଧାରଣ କଥା । କିନ୍ତୁ ଲୋକ ମାନେ ତାଙ୍କୁ ଆଉ ତାଙ୍କ କଥାକୁ ଏତେ ବଡ କାହିଁକି କରୁଛନ୍ତି , ସେ ଜାଣି ପାରୁ ନାହାଁନ୍ତି। ଯେତେବେଳେ ଆଉ କାହାର ସ୍ତ୍ରୀ ଘର ଭିତରେ ଅର୍ଦ୍ଧ ଉଲ-ଗ୍ନ ହୋଇ ଭିଡିଓ ବନାଉଛନ୍ତି , ସେଇଟା ଠିକ୍ ଅଛି କିନ୍ତୁ ସେ କରିଦେଲେ ଭୁଲ , ସେ କହିଛନ୍ତି । ଲୋକ ଗୁଗଲ ରେ ମଧ୍ୟ ଖରାପ ଭିଡିଓ ସର୍ଚ୍ଚ କରି ଦେଖୁଛନ୍ତି , ସେଇଟା ଠିକ୍ କିନ୍ତୁ ଏବେ ସେ ବିଷୟରେ ଭୁଲ । ତେବେ ବାସ୍ତବରେ ନିଶା ମହାରଣା ଏପରି କିଛି କଥା ଉପରେ ମୁହଁ ଖୋଲିଛନ୍ତି ଆଉ ଲୋକଙ୍କ ମୁଁହରେ କଡା ଜବାବ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *