ନୋରା ଫତେହିଙ୍କୁ ଭୁଲ ସ୍ଥାନରେ ଛୁଇଁବାରୁ ହେଲା ହଙ୍ଗାମା, ବର୍ତ୍ତମାନ ସଫେଇ ଦେଲେ ଟେରେନ୍ସ ଲୁଇସ

ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର” (India’s Best Dancers)ର ଏକ ଭିଡିଓ କିଛିଦିନ ପୂର୍ବରୁ ବହୁତ ଭାଇରାଲ ହୋଇଥିଲା, ଯେଉଁଥିରେ ଶୋ’ର ବିଚାରପତି ଟେରେନ୍ସ ଲୁଇସ, ନୋରା ଫତେହିଙ୍କ ହିପ୍ସରେ ହାତ ମାରୁଥିବାର ନଜର ଆସିଥିଲେ।ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଲୋକମାନେ ଟେରେନ୍ସ ଲୁଇସଙ୍କୁ ଜବରଦସ୍ତ ଟ୍ରୋଲ କରିଥିଲେ। ତେବେ ଟେରେନ୍ସ ଲୁଇସ ବର୍ତ୍ତମାନ ଏହି ମାମଲାରେ ନିଜ ପକ୍ଷରୁ ସଫେଇ ଦେଇଛନ୍ତି।

ଭାଇରାଲ ଭିଡ଼ିଓ ବିଷୟରେ ଏକ ସାକ୍ଷାତକାରରେ ଟେରେନ୍ସ ଲୁଇସ କହିଛନ୍ତି ଯେ, ଯେତେବେଳେ ମୁଁ ପ୍ରଥମଥର ଏହି ଭିଡିଓ ଦେଖିଲି ସେତେବେଳେ ମୋତେ କୌଣସି ସମସ୍ୟା ହୋଇ ନଥିଲା। ଏହି ଭିଡିଓରେ ବ୍ୟବହାର କରାଯାଇଥିବା ଇଫେକ୍ଟ ସ୍ପଷ୍ଟ ନଜର ଆସୁଛି।

ଟେରେନ୍ସ କହିଥିଲେ ଯେ କୌଣସି ମଧ୍ୟ ବୁଝାସୁଝା ବ୍ୟକ୍ତି ଏହାକୁ ଦେଖି ଜାଣି ପାରିବ। ଆଜିର ସମୟରେ ପ୍ରତ୍ୟେକ ସେଲିବ୍ରେଟିଙ୍କ ଉପରେ ମିମ ତିଆରି ହେଉଛି। ଏହି ସବୁ କାର୍ଯ୍ୟ ମିମର୍ସଙ୍କର ଅଟେ, ଏବଂ ମୋତେ ଏସବୁ କୌଣସି ଫରକ ପଡେ ନାହିଁ।

ଟେରେନ୍ସ ଆଗକୁ କହିଲେ ଯେ, ମୁଁ ତାଙ୍କ ସହିତ ଦୁଇ ସପ୍ତାହ ଇଣ୍ଟିମେଣ୍ଟ ସିକ୍ୱେନ୍ସ ଶୁଟିଙ୍ଗ କରିବା ପରେ ଏମିତି କିଛି କାହିଁକି କରିବି। ଏହା ଭଲ କଥା ଯେ ମୋତେ ଜୀବନ ସାରା ମୋତେ ମହିଳାଙ୍କ ଠାରୁ ବହୁତ ଅଟେନ୍ସନ ଏବଂ ଭଲ ପାଇବା ମିଳିଛି, ଯାହାକୁ ନେଇ କେବେ ମୁଁ ନିଜକୁ କରପ୍ଟ ଅନୁଭବ କରି ନାହିଁ। ମୋ ମନରେ ନୋରାଙ୍କ ପାଇଁ ବହୁତ ସମ୍ମାନ ରହିଛି। ଏପ୍ରକାରର ଜିନିଷ କୌଣସି ୧୭ ବର୍ଷର ମଣିଷକୁ ମଜା କରି କହିବ ମୁଁ ୪୫ ବର୍ଷର ଅଟେ।

ଟେରେନ୍ସ କହିଛନ୍ତି ଯେ ଭିଡିଓ ଭାଇରାଲ ହେବାର ୪ରୁ ୫ ଘଣ୍ଟା ଭିତରେ ତାଙ୍କୁ ବହୁତ ଖରାପ ଭାବରେ ଟ୍ରୋଲ କରାଯାଇଥିଲା। ତାଙ୍କୁ ଲଗାତର ଘୃଣାପୂର୍ଣ୍ଣ କମେଣ୍ଟସର୍ ସାମ୍ନା କରିବାକୁ ପଡୁଥିଲା। ଏଥିରେ ଟେରେନ୍ସ କୁହନ୍ତି ଯେ, “ମୁଁ ସବୁବେଳେ ସୋସିଆଲ ମିଡିଆର ସକାରାତ୍ମକ ପାର୍ଶ୍ଵ ଦେଖିଥାଏ।”

ତେବେ କିଛି ଲୋକଙ୍କ ଦ୍ୱାରା ବ୍ୟବହୃତ କରାଯାଉଥିବା ଭାଷା ବହୁତ ଅପମାନଜନକ ଥିଲା। କିନ୍ତୁ ମୋ ପ୍ରଶଂସକ ମୋ ସପକ୍ଷରେ ଆସି ସେମାନଙ୍କ ଯୁଦ୍ଧ କରିଥିଲେ। ଏଥିପାଇଁ ଜୈନ ମାଷ୍ଟରଙ୍କ ମେସେଜ ସେୟାର କରିଥିଲି।

ସୂଚନାଯୋଗ୍ୟ ଯେ, ଏହି ଭିଡ଼ିଓ ଭାଇରାଲ ହେବା ପରେ ଟେରେନ୍ସ ଲୁଇସ ନିଜେ ଜୈନ ମାଷ୍ଟରଙ୍କର କାହାଣୀ ଶୁଣାଇବାକୁ ଯାଇ କହିଥିଲେ ଯେ ତାଙ୍କର ଉଦ୍ଦେଶ୍ୟ ଭୁଲ ନଥିଲା। ଏଥିରେ ନୋରା ନିଜର ରକ୍ଷା କରି କହିଥିଲେ ଯେ, ଧନ୍ୟବାଦ ଟେରେନ୍ସ।ଆଜିକାଲି ମିମ ପାଇଁ ସୋସିଆଲ ମିଡ଼ିଆରେ ମାର୍ଫିଙ୍ଗ ଏବଂ ଫୋଟୋଶପ କରାଯାଉଛି।

ଭାଇରାଲ ଭିଡିଓ ୧୨ ସେପ୍ଟେମ୍ବରକୁ ଅନଏୟାର ହୋଇଥିବା ଶୋ’ ଯେଉଁଥିରେ ଶତ୍ରୁଘ୍ନ ସିହ୍ନା ନିଜ ପତ୍ନୀ ପୁନମଙ୍କ ସହିତ ଜଣେ ଅତିଥି ଭାବରେ ପହଞ୍ଚିଥିଲେ। ଏହି ଅବସରରେ ଯେତେବେଳେ ଶୋ’ର ତିନିଜଣ ବିଚାରପତି ତାଙ୍କୁ ସ୍ବାଗତ କରିବା ପାଇଁ ନଇଁଥିଲେ ସେତେବେଳେ ଟେରେନ୍ସଙ୍କ ହାତ ନୋରା ଫତେହିଙ୍କ ହିପ୍ସ ଉପରେ ଲାଗିଥିଲା।

କହି ରଖୁଛୁ ଯେ, ମାଲାଇକା ଆରୋରାଙ୍କ କରୋନା ପଜିଟିଭ ହେବା ପରେ ନୋରା ଫତେହି ତାଙ୍କୁ କିଛି ସପ୍ତାହ ପାଇଁ ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର ଶୋ’ରେ ରିପ୍ଲେସ କରିଥିଲେ। ତେବେ ବର୍ତ୍ତମାନ ପୁଣିଥରେ ମଲାଇକା ଶୋ’ର ବିଚାରପତି ହୋଇ ସାରିଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *