ଉତ୍ତରାଖାଣ୍ଡର ଚମେଲିରେ ଅଧିକ ଶୀତ ଅନୁଭୂତ ହେଉଛି। ଜିଲ୍ଲାର ନୀତି ଘାଟିର ପାଣି ବୁନ୍ଦା ମଧ୍ୟ ବରଫ ବନିବାରେ ଲାଗିଲାଣି। ନୀତି ଘାଟିରେ ଏହି ଦିନରେ ହାଡ କମ୍ପେଇଲା ପରି ଶୀତ ଆରମ୍ଭ ହୋଇଗଲାଣି |
ପୂର୍ବ ସପ୍ତାହରେ ହୋଇଥିବା ତୁଷାର ପାତ ପରେ ଏଠାରେ ଶୀତ ବହୁତ ଭାବରେ ହେଉଛି। ଏଠାରେ ଶୂନ୍ୟରୁ ତଳୁ -୭ ପର୍ଯ୍ୟନ୍ତ ଖସିଯାଇଛି। ଏଠାରେ ଦିନର ଆଲୋକ ରେ ମଧ୍ୟ ପାଣି ପଥର ହୋଇ ଅଛି। ତାପମାନ ମାଇନସ କୁ ଗଡି ଚାଲିଛି। ନଦୀ ଏବଂ ନାଳ ର ପାଣି ଏଠି ପୁରା ଫ୍ରିଜ ପରି ହୋଇଯାଇଛି।
ମନୁଷ୍ୟ ତ ମନୁଷ୍ୟ ଏଠାରେ ଭଗବାନ ଙ୍କ ମଧ୍ୟ ଏହି ହାଡ ଫଟା ଥଣ୍ଡା ରେ ସମ୍ପୁର୍ଣ୍ଣ ଭାବରେ ବରଫ ଜମି ଗଲାଣ। ଭୋଳାନାଥ ଙ୍କ ବାହନ ନନ୍ଦି ଏହି ବରଫ ର ଟିକି ଟିକି ବୁନ୍ଦା ରେ ପୁରା ଫ୍ରିଜ ହୋଇସାରିଲେଣି। ସେଠାରେ ସବୁ ଆଡୁ ବହୁଥିବା ପାଣି ସମ୍ପୁର୍ଣ୍ଣ ଭାବରେ ଜମାଟ ହୋଇଗଲାଣି। ନଦୀ ର ଭିତରେ ଭିତରେ ପଥର ରେ ଥିବା ପାଣି ମଧ୍ୟ ବରଫ ରେ ପରିଣତ ହେବାର ଦେଖିବାକୁ ମିଳୁଛି। ଏଥର ଥଣ୍ଟା ପୁରା ଚରମ ସୀମା ରେ ଏବେ ଠାରୁ ଦେଖିବାକୁ ମିଳୁଛି। ଯାହା ଦ୍ବାରା ନୀତି ଘାଟି ସମ୍ପୁର୍ଣ୍ଣ ଭାବରେ ତୁଷାର ରେ ଜମି ସାରିଛି।
ଚମେଲି ଜିଲ୍ଲା ରେ ସବୁଠାରୁ ଅଧିକ ଥଣ୍ଡା ଏବଂ ସବୁଠାରୁ ଅଧିକ ତୁଷାର ପାତ ନୀତି ଘାଟି ରେ ଦେଖିବାକୁ ମିଳୁଛି। ଯାହାର ପ୍ରଭାବ ବର୍ତ୍ତମାନ ଠାରୁ ଦେଖିବାକୁ ମିଳୁଛି। ବର୍ତ୍ତମାନ ତ ନଭେମ୍ବର ମାସ ଆରମ୍ଭ ହୋଇଛି ଏବଂ ଡିସେମ୍ବର , ଜାନୁଆରୀ ରେ ହେବାକୁ ଥିବା ଶୀତ କିପରି ହେବ ସେ ଏବେ ଠାରୁ ଜଣା ପଡୁଛି।
ଆସୁଥିବା ସମୟରେ କ’ଣ ଅବସ୍ଥା ହେବ, ଏହାର ଆକଳନ ଏହି ଫଟୋ ରୁ କରାଯାଇ ପାରିବ। ନୀତି ଘାଟି ଚୀନ ସୀମା କୁ ଲାଗିଥିବା କାରଣ ରୁ ଆଈଟୀବୀପି ଏବଂ ସେନା ଙ୍କ ଜବାନ ଏଠାରେ ୧୨ ବାସ ସୀମା ରେ ସକ୍ରିୟ ଭାବରେ ରହୁଛନ୍ତି ତେଣିକି ଏଠାରେ ବରଫ ହେଉ ଅବା ଥଣ୍ଡା। ଜବାନ ଏଠିି ସବୁ ସମୟ ରେ ରହିଥାନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।