ନାଗିନ୍ ଠାରୁ କପିଲଙ୍କ ସୋ ପର୍ଯ୍ୟନ୍ତ ଜଲଦି ବନ୍ଦ ହେବାକୁ ଯାଉଛି ଟିଭିର ଏହି ୭ଟି ଲୋକପ୍ରିୟ ସିରିଏଲ୍, ୨ଟି ମଧ୍ୟ ବନ୍ଦ ହୋଇଯାଇଛି

ପୂର୍ବବର୍ଷ ଭଳି, ଚଳିତ ବର୍ଷ ମଧ୍ୟ ମିଥୁନ ଚକ୍ରବର୍ତ୍ତୀଙ୍କ ବୋହୂ ମଦାଲସାଙ୍କ ଟିଭି ସୋ ‘ଅନୁପମା’ ଟିଆରପି ତାଲିକାରେ ଟପ୍ ପୋଜିସନ୍ ରେ ରହିଛନ୍ତି। କିନ୍ତୁ ଏଥିରେ ନୂଆ ଅନ୍ଦାଜ୍ ର ଶୋ ପରିବେଷଣ କରାଯାଇଛି, ଯେଉଁଥିରେ ଇମଲି ଏବଂ ଇଶ ପ୍ୟାର କୋ କ୍ୟା ନାମ ଦୁଁ ଭଳି ସିରିଏଲ୍ ସହିତ କିଛି ନୂଆ ସୋ ମଧ୍ୟ ପ୍ରବେଶ କରାଯାଇଛି। କିନ୍ତୁ ଏହା ମଝିରେ କିଛି ବଡ ବଡ ଶୋ ରହିଛି, ଯେଉଁଥିରେ ଗାର ଲାଗିବାକୁ ଯାଉଛି। ଏହାର ଅର୍ଥ ହେଉଛି ଟିଭିର କିଛି ବଡ ସୋ ଶୀଘ୍ର ବନ୍ଦ ହେବାକୁ ଯାଉଛି ଏବଂ କିଛି ଶୋ’ ରେ ତାଲା ମଧ୍ୟ ପଡିସାରିଲିଣି। ଏହି ପ୍ୟାକେଜରେ, ଆମେ ଏପରି କିଛି ଟିଭି ଶୋ ବିଷୟରେ କହୁଛୁ, ଯାହାକି ବହୁତ୍ ଜଲଦି ବନ୍ଦ ହେବାକୁ ଯାଉଛି।

ନାଗିନ 5:

ସୁରଭି ଚନ୍ଦନା ଷ୍ଟାରର ସୁପରନ୍ୟାଚୁରାଲ ଡ୍ରାମା ନଭେମ୍ବର ୨୦୧୫ରୁଆରମ୍ଭ ହୋଇଥିଲା। ନାଗିନର ପଞ୍ଚମ ସିଜନ୍ ବର୍ତ୍ତମାନ ଚାଲିଛି। ତେବେ ଟିଆରପି ଖସିଯିବା କାରଣରୁ ଏକତା କପୁର ବର୍ତ୍ତମାନ ସୋ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଶୋ’ର ଶେଷ ଏପିସୋଡ୍ ଫେବୃଆରୀରେ ଆସିବ।

ଆଲାଦ୍ଦିନ ନାମ ତୋ ସୁନା ହୋଗା:

SAB ଟିଭିର ଲୋକପ୍ରିୟ ଟିଭି ସିରିଏଲ୍ ‘ଆଲାଦ୍ଦିନ ନାମ ତୋ ସୁନା ହୋଗା’ର ନିର୍ମାତା ଏହି ସୋ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଶୋ ଅଗଷ୍ଟ ୨୦୧୮ରେ ଆରମ୍ଭ ହୋଇଥିଲା। ଏହି ଶୋ’ ବନ୍ଦ ହେବାର ଖବର ମୁଖ୍ୟ ଅଭିନେତା ସିଦ୍ଧାର୍ଥ ନିଗମଙ୍କୁ ଚକିତ କରିଦେଇଥିଲା।

ଗୁଞ୍ଜନ ତୁମସେ ନା ହୋ ପାୟେଗା:

ଏହି ସିରିଏଲ ସେପ୍ଟେମ୍ବର ୨୦୧୮ରେ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ଏହି ସିରିଏଲର ୫୯୩ଟି ଏପିସୋଡ୍ ସମ୍ପୂର୍ଣ୍ଣ ହୋଇସାରିଛି। ଏସବୁ ସତ୍ତ୍ୱେ ସୋ’ର ବନ୍ଦ ଖବର ମଧ୍ୟ ସାମ୍ନାକୁ ଆସୁଛି। ଏଥିରେ ମୁଖ୍ୟ ଭୂମିକାରେ କନିକା ମନ ଏବଂ ନିଶାନ୍ତ ସିଂ ମଲକାନି ଅଭିନୟ କରିଛନ୍ତି।

ଗୁପ୍ତା ବ୍ରଦର୍ସ:

ସିରିଏଲ ‘ଗୁପ୍ତା ବ୍ରଦର୍ସ’ର ଆରମ୍ଭ ଅକ୍ଟୋବର ୨୦୨୦ରେ ହୋଇଥିଲା। କିନ୍ତୁ ଟିଆରପିରେ ବିଶେଷ ପାର୍ଥକ୍ୟ ଅଭାବରୁ ନିର୍ମାତାମାନେ ଏହାକୁ ରାତାରାତି ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିରେ ପରିନୀତା ବୋର୍ଥାକୁର ଏବଂ ହିତେନ ତେଜୱାନୀ କାମ କରିଛନ୍ତି।

ଲକ୍ ଡାଉନ୍ କି ଲଭ ଷ୍ଟୋରୀ:

ଷ୍ଟାର୍ ପ୍ଲସ୍ ର ଏହି ସିରିଏଲ୍ କେବଳ ଲକଡାଉନ୍ ରେ ଅଗଷ୍ଟ ୨୦୨୦ରେ ଲଞ୍ଚ କରାଯାଇଥିଲା।ଏହି ସିରିଏଲରେ ମୋହିତ ମଲିକ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଅବଶ୍ୟ, ଟିଆରପି ହ୍ରାସ ହେତୁ ନିର୍ମାତାମାନେ ଏହାକୁ ୨୩ଜାନୁୟାରୀ ୨୦୨୧ରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।

ଦି କପିଲ ଶର୍ମା ସୋ:

କମେଡିଆନ୍ କପିଲ ଶର୍ମାଙ୍କ ‘ଦି କପିଲ ଶର୍ମା ସୋ’ ମଧ୍ୟ ବନ୍ଦ ହେବାର ଖବର ଆସିଛି। ମିଡିଆ ରିପୋର୍ଟରେ କୁହାଯାଇଛି ଯେ କପିଲ ପୁଣିଥରେ ବାପା ହେବାକୁ ଯାଉଛନ୍ତି, ଯେଉଁ କାରଣରୁ ମେକର୍ସମାନେ ଏହି ସୋ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଯେବେ କପିଲ ପ୍ରଥମେ ବାପା ହେଇଥିଲେ, ଏହା ବନ୍ଦ ହୋଇନଥିଲା। ଏଭଳି ପରିସ୍ଥିତିରେ ଖସିପଡୁଥିବା ଟିଆରପି ଏହାର ବନ୍ଦ ହେବାର କାରଣ ହୋଇପାରେ।

ଏକ୍ସିକ୍ୟୁଜ ମି ମ୍ୟାଡମ୍:

ରାଜେଶ କୁମାର ଏବଂ ନାଇରା ବାନାର୍ଜୀଙ୍କ ଏହି ସୋ’ ରେ ଗତ ମାସରେ ତାଲା ପଡିଛି। ଏହି ସିରିଏଲ ସେପ୍ଟେମ୍ବର ୨୦୧୯ରେ ଆରମ୍ଭ ହୋଇଥିଲା ଏବଂ ୧୦ ଡିସେମ୍ବରରେ ଏହାର ଶେଷ ଏପିସୋଡ୍ ପ୍ରସାରିତ ହୋଇଥିଲା।

ବିଗ୍ ବସ୍ ସିଜନ୍ ୧୪:

ସଲମାନ ଖାନଙ୍କ ରିଆଲିଟି ସୋ ‘ବିଗ୍ ବସ୍ ୧୪’ ଆରମ୍ଭରୁ ହିଁ ଟିଆରପି ପଛରେ ଧାଉଁଥିଲା। ଏପରିକି ଏହି ସୋ ଥରେ ମଧ୍ୟ ଟପ୍ -5 ରେ ପହଞ୍ଚି ପାରିନାହିଁ। ନିର୍ମାତାମାନେ ଶୋ’ର ଟିଆରପି ପାଇଁ ସମସ୍ତ କୌଶଳ ରଖିଥିଲେ ଏବଂ ଦେଢ଼ମାସ ପର୍ଯ୍ୟନ୍ତ ଏକ୍ସଟେନ୍ସନ ମଧ୍ୟ କରିଥିଲେ। କୁହାଯାଉଛି କି ୨୨ଫେବୃଆରୀରେ ଏହି ଶୋ’ର ଗ୍ରାଣ୍ଡ ଫାଇନାଲ୍ ହେବ ବୋଲି ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *