ବଲିଉଡ କଳାକାର ନିଜର ପ୍ରତ୍ୟେକଟି କଥା ପାଇଁ ବହୁତ ଚର୍ଚ୍ଚାରେ ରହିଥାନ୍ତି। ଅନେକ କଳାକାରଙ୍କ ନିଜ ଜୀବନର କଥା କହିବା ତ ସେମାନେ ଗୋଟିଏ ଦୁଇଟି ନୁହେଁ ବରଂ ତିନି ତିନିଥର ବାହା ହୋଇଛନ୍ତି, ଯେତେବେଳେ କି ଅନେକ ଅଭିନେତ୍ରୀ ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ଛାଡ଼ପତ୍ର ପରେ ଦ୍ଵିତୀୟ ଥର ବାହା ହୋଇ ନିଜ ଘର ସଂସାର ଗଢି ନାହାନ୍ତି। ଆଜି ଏହି ଲେଖାରେ ଆମେ ଆପଣଙ୍କୁ ବଲିଉଡର ୮ଜଣ ଏମିତି ପ୍ରସିଦ୍ଧ ଅଭିନେତ୍ରୀଙ୍କ ବିଷୟରେ ଜଣାଇବାକୁ ଯାଉଛୁ ଯିଏ ଛାଡ଼ପତ୍ର ପରେ ଏପର୍ଯ୍ୟନ୍ତ ଏକୁଟିଆ ହିଁ ଅଛନ୍ତି…
ଅମୃତା ସିଂହ…
୮୦ ଏବଂ ୯୦ ଦଶକର ନାମୀଦାମୀ ଅଭିନେତ୍ରୀ ଅମୃତା ସିଂହ ନିଜ କ୍ୟାରିୟରର ଆରମ୍ଭ ବର୍ଷ ୧୯୮୩ରେ ସିନେମା ବେତାବରୁ କରିଥିଲେ।୮୦ଦଶକରେ ଅମୃତାଙ୍କ ନାମ ସନୀ ଦେଓଲ ଏବଂ ବିନୋଦ ଖନ୍ନାଙ୍କ ଭଳି ଷ୍ଟାର ମାନଙ୍କ ସହିତ ଯୋଡା ହୋଇଥିଲା। ସେ ବର୍ଷ୧୯୮୬ରେ ପୂର୍ବ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀଙ୍କ ସହିତ ନିର୍ବନ୍ଧ ମଧ୍ୟ କରି ସାରିଥିଲେ। ପରିଶେଷରେ ଅମୃତା ବର୍ଷ ୧୯୯୧ରେ ନିଜଠାରୁ ୧୨ବର୍ଷ ଛୋଟ ଅଭିନେତା ସୈଫ ଅଲି ଖାନଙ୍କୁ ବାହା ହୋଇ ଯାଇଥିଲେ। ବାହାଘର ସମୟରେ ଅମୃତା ୩୨ ଯେତେବେଳେ କି ସୈଫ ୨୦ବର୍ଷର ଥିଲେ। ଦୁଇଜଣଙ୍କର ୧୩ବର୍ଷ ପରେ ବର୍ଷ ୨୦୦୪ରେ ଛାଡ଼ପତ୍ର ହୋଇ ଯାଇଥିଲା। ଛାଡ଼ପତ୍ର ପରେ ଅମୃତା ଦ୍ଵିତୀୟ ଥର ବାହା ହୋଇ ନଥିଲେ। ଅମୃତା ସିଂହ ଏବଂ ସୈଫ ଅଲି ଖାନ ଦୁଇଟି ଛୁଆ ଝିଅ ସାରା ଅଲ୍ଲୀ ଖାନ ଏବଂ ପୁଅ ଇବ୍ରାହିମ ଅଲ୍ଲୀ ଖାନଙ୍କ ମାଆ-ବାପା ଅଟନ୍ତି।
କରିଶ୍ମା କପୂର…
୯୦ଦଶକର ଟପ ଅଭିନେତ୍ରୀଙ୍କ ମଧ୍ୟରେ ପ୍ରସିଦ୍ଧ କରିଶ୍ମା କପୂରଙ୍କ ବାହାଘର ବର୍ଷ୨୦୦୩ରେ ସଞ୍ଜୟ କପୂରଙ୍କ ସହିତ ଧୁମଧାମରେ ହୋଇଥିଲା। ବାହାଘରର କିଛିବର୍ଷ ପରେ ହିଁ ବୋଧହୁଏ କରିଶ୍ମା ଏବଂ ସଞ୍ଜୟଙ୍କ ମଧ୍ୟରେ ଝଗ-ଡ଼ା ହେବାକୁ ଲାଗିଥିଲା ଏବଂ ପରିଶେଷରେ ଏହି ସମ୍ପର୍କ ୧୩ବର୍ଷ ପରେ ବର୍ଷ ୨୦୧୬ରେ ଛାଡ଼ପତ୍ର ସହିତ ଶେ-ଷ ହୋଇ ଯାଇଥିଲା। କରିଶ୍ମାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ଛାଡ଼ପତ୍ର ପରେ କରିଶ୍ମା ଦ୍ଵିତୀୟ ଥର ବାହା ହୋଇ ନଥିଲେ।
ମନୀଷା କୋରାଲା..
ଅଭିନେତ୍ରୀ ମନୀଷା କୋଇରାଲାଙ୍କ ବାହାଘର ବହୁତ ଶୀଘ୍ର ଭାଙ୍ଗି ଯାଇଥିଲା। ମନୀଷା ବର୍ଷ ୨୦୧୦ରେ ନେପାଳୀ ବିଜିନେସମ୍ୟାନ ସମ୍ରାଟ ଦହଲଙ୍କୁ ବାହା ହୋଇଥିଲେ। ଏହି ସମ୍ପର୍କ ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା ଏବଂ ଦୁଇଜଣଙ୍କର ବର୍ଷ ୨୦୧୨ରେ ଛାଡ଼ପତ୍ର ହୋଇ ଯାଇଥିଲା। ମନୀଷା ଏହାପରେ ଦ୍ଵିତୀୟ ଥର ବାହା ହୋଇନଥିଲେ।
ସଙ୍ଗୀତା ବିଜଲାନୀ…
ସଙ୍ଗୀତା ବିଜଲାନୀ ୮୦ ଏବଂ ୯୦ଦଶକରେ ବଲିଉଡରେ ସକ୍ରିୟ ଥିଲେ। ସଙ୍ଗୀତା କେବେ ଅଭିନେତା ସଲମାନ ଖାନଙ୍କ ଗାର୍ଲଫ୍ରେଣ୍ଡ ମଧ୍ୟ ହୋଇଥିଲେ। ସଙ୍ଗୀତାଙ୍କର ପରେ ହୃଦୟ ଆସିଥିଲା ପୂର୍ବ ଭାରତୀୟ କ୍ରିକେଟର ମୋହମ୍ମଦ ଅଜହଋଦ୍ଧୀନଙ୍କ ଉପରକୁ। ମୋହମ୍ମଦ ପ୍ରଥମରୁ ବିବାହିତ ଥିଲେ, ଏହାପରେ ଦୁଇଜଣ ୧୯୯୬ରେ ବାହା ହୋଇ ଯାଇଥିଲେ। ଏହି ସମ୍ପର୍କ ବର୍ଷ ୨୦୧୦ରେ ଶେ-ଷ ହୋଇ ଯାଇଥିଲା। ୬୦ବର୍ଷର ସଙ୍ଗୀତା ବିଜଲାନୀ ମଧ୍ୟ ଛାଡ଼ପତ୍ର ପରେ ଦ୍ଵିତୀୟ ଥର ବାହା ହୋଇ ନଥିଲେ।
ମହିମା ଚୌଧୁରୀ…
ମହିମା ଚୌଧୁରୀଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ଅଛି। ‘ପରଦେସ ଗର୍ଲ’ ନାମରେ ପ୍ରସିଦ୍ଧ ମହିମା ଚୌଧୁରୀ ମଧ୍ୟ ଛାଡ଼ପତ୍ର ପରେ ଦ୍ଵିତୀୟ ଥର ବାହା ହୋଇ ନଥିଲେ। ତାଙ୍କର ଗୋଟିଏ ଝିଅ ଅଛି ଏବଂ ସେ ନିଜ ଝିଅ ସହିତ ହିଁ ରହୁଛନ୍ତି। ଜଣା ଯାଉଛି କି, ମହିମା ବର୍ଷ ୨୦୦୬ରେ ବିଜିନେସମ୍ୟାନ ବବୀ ମୁଖାର୍ଜୀଙ୍କ ସହିତ ସାତଫେରା ନେଇଥିଲେ। ବର୍ଷ୨୦୧୩ରେ ବବୀ ଏବଂ ମହିମାଙ୍କ ସମ୍ପର୍କ ଛାଡ଼ପତ୍ର ସହିତ ଶେ-ଷ ହୋଇ ଯାଇଥିଲା।
ପୂଜା ଭଟ୍ଟ…
ପ୍ରସିଦ୍ଧ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ବଡ଼ ଝିଅ ଅଭିନେତ୍ରୀ ପୂଜା ଭଟ୍ଟ ମଧ୍ୟ ଛାଡ଼ପତ୍ରର କଷ୍ଟ ସହ୍ୟ କରି ସାରିଛନ୍ତି। ଅନେକ ବଲିଉଡ ସିନେମାରେ କାମ କରି ସାରିଥିବା ପୂଜା ଭଟ୍ଟ ବର୍ଷ ୨୦୦୩ରେ ମନୀଷ ମଖୀଝାଙ୍କ ସହିତ ସାତଫେରା ନେଇଥିଲେ।ପୂଜା ଭଟ୍ଟ ଏବଂ ମନୀଷାଙ୍କ ସମ୍ପର୍କ ୧୧ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା। ବର୍ଷ୨୦୧୪ରେ ପୂଜା ମନୀଷ ମଖୀଝାଙ୍କ ଠାରୁ ଛାଡ଼ପତ୍ର ନେଇ ଯାଇଥିଲେ। ଛାଡ଼ପତ୍ର ପରେ ଏପର୍ଯ୍ୟନ୍ତ ପୂଜା ମଧ୍ୟ ସିଙ୍ଗଲ ଅଛନ୍ତି। ଗୌରବର କଥା ହେଉଛି କି, ସେ ବଲିଉଡ ସିନେମାର ନିର୍ଦ୍ଦେଶନା ମଧ୍ୟ କରୁଛନ୍ତି।
କୋଙ୍କଣା ସେନ ଶର୍ମା…
ନାମୀଦାମୀ ଅଭିନେତ୍ରୀ କୋଙ୍କଣା ସେନ ଶର୍ମା ବର୍ଷ୨୦୧୦ରେ ଅଭିନେତା ରଣବୀର ଶୌରୀଙ୍କୁ ବାହା ହୋଇଥିଲେ। ବାହାଘରର କିଛି ବର୍ଷ ପରେ ହିଁ ଦୁଇଜଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାକୁ ଲାଗିଥିଲା ଏବଂ ବହୁତ ଶୀଘ୍ର ହିଁ ଦୁଇଜଣ ଅଲଗା ଅଲଗା ରହିବାକୁ ଲାଗିଥିଲେ। ସେହି କୋଙ୍କଣା ସେନ ଶର୍ମା ଏବଂ ରଣବୀର ଶୌରୀଙ୍କର ବର୍ଷ୨୦୨୦ରେ ଛାଡ଼ପତ୍ର ହୋଇ ଯାଇଥିଲା। ୪୧ବର୍ଷୀୟ କୋଙ୍କଣା ଛାଡ଼ପତ୍ର ପରେ ମଧ୍ୟ ସିଙ୍ଗଲ ହିଁ ଅଛନ୍ତି। କୋଙ୍କଣା ଏବଂ ରଣବୀରଙ୍କର ଗୋଟିଏ ପୁଅ ମଧ୍ୟ ଅଛି,ଯାହାଙ୍କ ନାମ ହାଋନ ଶୌରୀ ଅଟେ।
ଚିତ୍ରାଙ୍ଗଦା ସିଂହ…
ହିନ୍ଦୀ ସିନେମାରେ ନିଜ ପାଦ ରଖିବା ପୂର୍ବରୁ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂ-ହ ବାହା ହୋଇ ସାରିଥିଲେ। ବର୍ଷ ୨୦୦୧ରେ ଚିତ୍ରାଙ୍ଗଦାଙ୍କ ବାହାଘର ଗୋଲ୍ଫର ଜ୍ୟୋତି ରଂଧାବାଙ୍କ ସହିତ ହୋଇଥିଲା ଏବଂ ବର୍ଷ ୨୦୧୪ରେ ଦୁଇଜଣଙ୍କର ଛାଡ଼ପତ୍ର ହୋଇ ଯାଇଥିଲା। ଚିତ୍ରାଙ୍ଗଦା ମଧ୍ୟ ଛାଡ଼ପତ୍ର ପରେ ଏପର୍ଯ୍ୟନ୍ତ ଦ୍ଵିତୀୟ ଥର ବାହା ହୋଇନାହାନ୍ତି।