ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ ବର ଏବଂ କନ୍ୟାର କୁଣ୍ଡଳି ମଶାଇବାର ପ୍ରଥା ରହିଛି। କିଛି ଲୋକ ଏହାକୁ ମାନି ନଥାନ୍ତି , ଖାସ କରି ଲଭ ମ୍ୟାରେଜରେ। ଜ୍ୟୋତିଷରେ କୁଣ୍ଡଳିର ଖାସ ମହତ୍ବ ରହିଥାଏ। କୁଣ୍ଡଳିରୁ ବ୍ୟକ୍ତି ବିଷୟରେ କିଛି କିଛି ଜାଣି ହୋଇଥାଏ। ଆସନ୍ତୁ ଜାଣିବା କେଉଁ କେଉଁ ରାଶିରେ ପ୍ରେମ ବିବାହର ଯୋଗ ରହିଛି।
ମେଷରାଶି ; ମେଷ ରଶିର ଲୋକ ବହୁତ ଭାବୁକ ହୋଇଥାନ୍ତି , ଏବଂ ସେମାନେ ଯେଉଁ ଲୋକକୁ ପ୍ରେମ କରିଥାନ୍ତି ତାଙ୍କୁ ସେମାନେ ବହୁତ ଭରଷା କରିଥାନ୍ତି। ଏହି ଲୋକ ସେମାନଙ୍କର ସବୁ ସମ୍ପର୍କକୁ ସମ୍ମାନ ଦେଇଥାନ୍ତି ଏବଂ ଏହାକୁ ସଦା ସର୍ବଦା ବନେଇ ରଖିବାକୁ ପରିଶ୍ରମ କରିଥାନ୍ତି। ମେଷ ରାଶିର ଅଧିକାଂଶ ଲୋକ ତାଙ୍କର ସବୁଠାରୁ ଭଲ ସାଙ୍ଗ ବା ତାଙ୍କ ଗ୍ରୁପ ମେମ୍ବର ଭିତରୁ ଜଣକୁ ଭଲ ପାଇ ବସନ୍ତି ଏବଂ ତାଙ୍କୁ ହିଁ ବିବାହ କରନ୍ତି।
ବୃଷରାଶି ; ଏହି ରାଶିର ଲୋକମାନେ ବହୁତ ଦୃଢ ନିଶ୍ଚିତ ଏବଂ ପରିଶ୍ରମି ହୋଇଥାନ୍ତି। ଏହି ଲୋକମାନଙ୍କୁ ବହୁତ କମ ଜିନିଷ ପସନ୍ଦ ଆସିଥାଏ। ସ୍ବଭାବରୁ ଏମାନେ ବହୁତ ଜିଦିଆ ହୋଇଥାନ୍ତି। ଯଦି ସେମାନେ ଜିଦି କରିଲେ କି ସେମାନେ ତାଙ୍କ ପାର୍ଟନରଙ୍କୁ ହିଁ ବିବାହ କରିବେ ତେବେ ତାଙ୍କର ଏହି ନିସ୍ପତିକୁ କେହିବି ବଦଳେଇ ପାରିବେ ନାହିଁ। ଏହି ଲୋକମାନେ ନିଜ ମାମଲାକୁ ନିଜେ ବୁଝିଥାନ୍ତି।
ମିଥୁନ ରାଶି ; ନିଜର ମଜାଳିଆ ଏବଂ ସାମାଜିକ ସ୍ବଭାବରୁ ଏମାନେ କେତେକ ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି। ଏମାନେ ନିଜର କାମ ଏବଂ ସାଙ୍ଗ ମାନଙ୍କୁ ନେଇ ଗମ୍ବୀର ରହି ନଥାନ୍ତି। କିନ୍ତୁ ଏମାନେ ନିଜର ପାର୍ଟନର ନିଜ ଇଛାରେ ବାଛିଥାନ୍ତି। ଏମାନେ ସେହି ଲୋକକୁ ବିବାହ କରିବେ ଯିଏ ତାଙ୍କର ସବୁ କାର୍ଯ୍ୟ କରୁଥିବ , ତାଙ୍କୁ ବୁଝି ପାରୁଥିବ। ଏଥିପାଇଁ ସେ ସେହି ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହାଁନ୍ତି ଯିଏ ତାଙ୍କୁ ଆଗରୁ ଜାଣିଥିବ।
ଧନୁ ରାଶି ; ଏହି ରାଶିର ଲୋକମାନେ ବହୁତ ବ୍ୟବସ୍ଥିତ ଅଟନ୍ତି। ସେମାନେ ନିଜ ଇଛାରେ ଜୀବନ ବିତାଇ ଥାନ୍ତି। ଧନୁ ରାଶିର ଲୋକ ନିଜ ଇଛାରେ ବିବାହ କରିଥାନ୍ତି। ଏମାନେ ଆରେଞ୍ଜ ମ୍ୟାରେଜ ଠାରୁ ଦୂରାଇ ଲଭ ମ୍ୟାରେଜ କରିବାକୁ ପସନ୍ଦ କରନ୍ତି। ଏମାନେ ନିଜର ପାର୍ଟନର ସହ ପ୍ରତ୍ୟେକ ସମୟରେ ଛିଡା ହୋଇଥାନ୍ତି।
ମକର ରାଶି ; ଏହି ରାଶିର ଲୋକ ଯାହାକୁ ପ୍ରେମ କରିଥାନ୍ତି ତାଙ୍କୁ କୌଣସି ବି ପରିସ୍ଥିତିରେ ଛାଡି ନଥାନ୍ତି। ଏମାନେ ପିଲା ବେଳୁ ଯାହାକୁ ପ୍ରେମ କରୁଥିଲେ ଯଦି ସେ ତାଙ୍କୁ ବିବାହ କରିଥାନ୍ତି ତବେ ତାଙ୍କୁ ତାଙ୍କର ସ୍ବପ୍ନ ପୁରଣ ହେଲା ପରି ଲାଗେ। ଏମାନେ ନିଜର ପସନ୍ଦ ସହିତ କୌଣସି ବି ଚୁକ୍ତିନାମା କରି ନଥାନ୍ତି , ସେଥିପାଇଁ ଏମାନଙ୍କର ବେଶି ଲଭ ମ୍ୟାରେଜ ହୋଇଥାଏ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।