ସାପ ଠାରୁ ଅଧିକ ବିଷାକ୍ତ ଏହି ପ୍ରକାରର ଉଦ୍ଭିଦ ମାନେ; ଘର ନିକଟରେ ଏଗୁଡ଼ିକ ଥିଲେ ହୋଇଯାଆନ୍ତୁ ସାବଧାନ

ମନୁଷ୍ୟର ସର୍ବଦା ସୁନ୍ଦର ଜିନିଷ ପ୍ରତି ଆକର୍ଷିତ ହୁଏ, ଏହା ତାର ପ୍ରକୃତି।ଯଦି କୌଣସି ଜିନିଷ ସୁନ୍ଦର ଲାଗିଥାଏ, ତେବେ ସେ ଏହା ନିକଟକୁ ଯାଇ ସ୍ପର୍ଶ କରେ। କିନ୍ତୁ ଅନେକ ଥର ଲୋକଙ୍କୁ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ।ବର୍ତ୍ତମାନ ଏହି ସୁନ୍ଦର ଫୁଲ ଉଦ୍ଭିଦକୁ ଦେଖନ୍ତୁ। ଦେଖିବାକୁ ଏମାନେ ସୁନ୍ଦର କିନ୍ତୁ ଏମାନଙ୍କ ଭିତରେ ଭରିରହିଛି ବିଷାକ୍ତ ଜିନିଷ, ଯାହାକୁ ସ୍ପର୍ଶ କରିବା ମାତ୍ରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ତେବେ ଚାଲନ୍ତୁ ସେ ସବୁ ଉଦ୍ଭିଦ ବିଷୟରେ ଜାଣିବା !

ଆଜି ପର୍ଯ୍ୟନ୍ତ ଆପଣମାନେ ନିଶ୍ଚୟ ଶୁଣିଥିବେ ଯେ ଗଛ ଏବଂ ଉଦ୍ଭିଦ, ପରିବେଶ ଏବଂ ମନୁଷ୍ୟର ବହୁତ୍ ଫାଇଦା ହୋଇଥାଏ।ଯେଉଁଥିରୁ ପରିବେଶ ସଫା ସୁନ୍ଦର ରହିବା ସହିତ ମଣିଷ ଏହି ଉଦ୍ଭିଦଗୁଡିକରୁ ନିର୍ମଳ ବାୟୁ ପାଇଥାଏ। କିନ୍ତୁ ଯଦି ଉଦ୍ଭିଦ ଯାହା ମଣିଷକୁ ଅମ୍ଳଜାନ ଦେଇଥାଏ ସେ ତା’ର ଜୀବନ ନେବା ପାଇଁ କାରଣ ହୋଇଯାଏ?

ଜଏଣ୍ଟ ହୋଗୱିଡ୍ ହେଉଛି ଏକ ଗାଜର ପ୍ରଜାତି। ଏହାର ବୈଜ୍ଞାନିକ ନାମ ହେଉଛି ହର୍କିଲମ୍ ମେଣ୍ଟାଗିଏନାମ୍। ଏହି ଉଦ୍ଭିଦ ବହୁତ ବିଷାକ୍ତ ଅଟେ। ଯଦି କେହି ଭୁଲରେ ଏହାକୁ ସ୍ପର୍ଶ କରନ୍ତି, ତେବେ ହାତ ଫୁଲିଯିବାର ବହୁତ ସଂଭାବନା ଥାଏ।ଆହୁରି ମଧ୍ୟ, ହାତ ଜଳୁଥିବା ପରି ଅନୁଭବ ହୁଏ।

ଏହି ଉଦ୍ଭିଦ ଭିତରେ ସେନ୍ସିଙ୍ଗ୍ ଫୁରାନୋକୋମାରିନ୍ ନାମକ ଏକ ରାସାୟନିକ ପଦାର୍ଥ ମହଜୁଦ ଥାଏ।ଯେଉଁଥିପାଇଁ ମଣିଷକୁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡେ।ଏହି ପ୍ରକାରର ଉଦ୍ଭିଦଗୁଡିକ ମୁଖ୍ୟତ ନ୍ୟୁୟର୍କ, ପେନସିଲଭାନିଆ, ଓହିଓ, ମେରିଲ୍ୟାଣ୍ଡ, ୱାଶିଂଟନ୍, ମିଚିଗାନ୍ ଏବଂ ହେମ୍ପସାୟରରେ ମିଳିଥାଏ।

ଏହି ଉଦ୍ଭିଦ ଦେଖିବାକୁ ବହୁତ ସୁନ୍ଦର। ଯଦି ଆପଣ ମାନଙ୍କର ଆଖି ଏହା ଉପରେ ପଡ଼ିଯାଏ, ତେବେ ଆପଣମାନେ ମଧ୍ୟ ଏହାକୁ ଛୁଇଁବାକୁ ଇଚ୍ଛା କରିବେ।କିନ୍ତୁ ଏପରି କରନ୍ତୁ ନାହିଁ। ଏହାକୁ ଛୁଇଁବାର ୪୮ ଘଣ୍ଟା ମଧ୍ୟରେ, ପାର୍ଶ୍ୱ ପ୍ରତିକ୍ରିୟା ଶରୀରରେ ଦେଖାଯିବା ଆରମ୍ଭ କରେ।

ଏହି ଉଦ୍ଭିଦ ସାପ ଅପେକ୍ଷା ଅଧିକ ବିଷାକ୍ତ ଅଟେ।ଯଦି ଏହି ଉଦ୍ଭିଦକୁ ସ୍ପର୍ଶ କରାଯାଏ, ତେବେ ସମଗ୍ର ଶରୀର ଜଳିବା ପରି ଲାଗିବ। ଆଉ ମଧ୍ୟ, ଯଦି କେହି ଏହାକୁ ଛୁଇଁବା ପରେ ଆଖିକୁ ସ୍ପର୍ଶ କରେ, ତେବେ ଅନ୍ଧ ମଧ୍ୟ ହୋଇପାରନ୍ତି।

ଏହି ଘାତକ ଗଛର ଉଚ୍ଚତା ୧୪ ଫୁଟ ପର୍ଯ୍ୟନ୍ତ ହୋଇପାରେ। ସବୁଠୁ ବଡ କଥା ହେଉଛି ଏହି ଉଦ୍ଭିଦର ବିଷର ଔଷଧ ଏପର୍ଯ୍ୟନ୍ତ ମିଳିନାହିଁ।ଯଦି ଆପଣ ଏହାକୁ ସ୍ପର୍ଶ କରନ୍ତି, ତେବେ ଏହାର ଦୁଃପ୍ରଭାବରୁ ବଞ୍ଚିବା ପାଇଁ କେହି ସାହାଯ୍ୟ କରିପାରିବେ ନାହିଁ ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *