ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ: ଭାଇରାଲ ଭିଡିଓରେ ଶୁଆକୁ ମଣିଷଙ୍କ ପରି ପାଣି ନଳ ଖୋଲି ସାଓ୍ବାର କରୁଥିବାର ଦେଖିବାକୁ ମିଳୁଛି। ପାଣି ସାଓ୍ବାର ହେଉଥିବା ସମୟରେ ସେଠାରେ ଥିବା ଜଣେ ବ୍ୟକ୍ତି ସେହି ନଳକୁ ବନ୍ଦ କରି ଦେବାରୁ ଶୁଆଟି ବହୁତ ରାଗି ଗଲା।
ନୂଆ ଦିଲ୍ଲୀ: କୋରୋନା ଲକଡାଉନ ପରେ ଗୋଟିଏ ଫେଜ ଆସିଛି, ଯେଉଁଥିରେ ସୋଶିଆଲ ମିଡିଆର ୟୁଜର୍ସ ମାନଙ୍କୁ ପଶୁ, ପକ୍ଷୀ ମାନଙ୍କ ଭିଡିଓ ବହୁତ ପସନ୍ଦ ଆସୁଛି। ବୋଧ ହୁଏ ଲୋକମାନଙ୍କ ପଶୁମାନଙ୍କ ପ୍ରତି ଭଲ ପାଇବା କେତେବେଳେ ଚିତା ର, କେତେବେଳେ ସିଂହ ତ କେତେବେଳେ ଅତି ସୁନ୍ଦର ମୟୁରର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏହି ସମୟରେ ଏକ କ୍ୟୁଟ ଏବଂ ଡିସେଣ୍ଟ ଶୁଆର ଭିଡିଓରେ ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି । ଏହି ଭିଡିଓକୁ ଯିଏ ବି ଦେଖୁଛନ୍ତି ଗୋଟିଏ ହିଁ କଥା କହୁଛନ୍ତି କି ପକ୍ଷୀ ମାନଙ୍କ ମଧ୍ୟରେ ବି ମଣିଷତ୍ବ ଏବଂ ବୁଦ୍ଧି ମଧ୍ୟ ରହିଅଛି ।
ଭାଇରାଲ ଭିଡିଓରେ ଶୁଆ ଟିକୁ ମଣିଷଙ୍କ ପରି ସାଓ୍ବାର ଖୋଲି ସାଓ୍ବାରେ ଓଦା ହେଉଥିବାର ଦେଖିବାକୁ ମିଳିଛି। ସାଓ୍ବାର ନେଉଥିବା ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ସାଓ୍ବାର ଯାଇ ବନ୍ଦ କରି ଦେଇଥିଲା ସେତେବେଳେ ଶୁଆ ବହୁତ ରାଗି ଯାଇଥିଲା। ସେ ପୁଣି ରାଗରେ ନଳକୁ ତା ଥଣ୍ଟରେ ଖୋଲୁଥାଏ ଏବଂ ପୁଣି ସେ ତା ଧୁନରେ ମଗ୍ନ ହୋଇଯାଉ ଥାଏ। ବିଶ୍ବାସ ନ ହେଉଛି ତ ଦେଖନ୍ତୁ ଏହି ଭାଇରାଲ ଭିଡିଓ ।
View this post on Instagram
ସୋଶିଆଲ ମିଡିଆରେ ମଧ୍ୟ ଲୋକ ଏହି ନୀଳ ଶୁଆର ଚାଲାଖ ଦିମାଗ ଏବଂ ସ୍ମାର୍ଟନେସକୁ ବହୁତ ପସନ୍ଦ କରୁଛନ୍ତି। ଏହି ଭିଡିଓରେ ଏ ପର୍ଯ୍ୟନ୍ତ ହଜାର ହଜାର ଲାଇକ ଏବଂ ବ୍ୟୁର୍ଜ ହୋଇ ସାରିଲାଣି। ଏତିକି ହିଁ ନୁହେଁ ଲୋକମାନେ ଏହି ଭିଡିଓରେ ବହୁତ ଭଲ କମେଣ୍ଟ କରୁଛନ୍ତି। ଶୁଆର କାର୍ଯ୍ୟକୁ ଦେଖି ଲୋକମାନେ ଏହାର ତୁଳନା ଚାଚା ଚୌଧୁରୀଙ୍କ ସହିତ କରୁଛନ୍ତି।