ଆମେରିକାରେ ରହୁଥିବା ଜଣେ ଝିଅ ବିରଳ ସମସ୍ୟା ଦେଇ ଗତି କରୁଛି। Virsaviya Goncharova ନାମକ ଏହି ଝିଅକୁ ପେଣ୍ଟାଲଜୀ ଅଫ କଣ୍ଟ୍ରୋଲ ନାମକ କଣ୍ଡିଶନ ଅଟେ ଯାହାପାଇଁ ଗର୍ଭରେ ହିଁ ତାଙ୍କ ପେଟର ମାଂସପେଶୀ ଏବଂ ରିବସ୍ ଭୁଲ ଭାବରେ ଫର୍ମ ହୋଇଯାଇ ଥିଲା। ସେହି ଝିଅକୁ ଏହି କିଡିନର ପ୍ରୋବଲେମରେ କୌଣସି କଷ୍ଟ ହୁଏ ନାହିଁ। କିନ୍ତୁ ଏହା ଦ୍ବାରା ତା ହାର୍ଟ ବହୁତ ବାହାରକୁ ହୋଇ ଯାଇଛି।
ଏହା ବ୍ୟତିତ ତା ହାର୍ଟରେ ଏକ ହୋଲ ଅଛି। ସେହି ଝିଅକୁ ତାର ଏହି ରୋଗ ପାଇଁ ବହୁତ ସମୟ ତାକୁ ହସ୍ପିଟାଲରେ ମଧ୍ୟ ବିତାଇବାକୁ ପଡେ। ୨୦୨୦ ମସିହାର ଆରମ୍ଭରେ ତା’ର ଅକ୍ସିଜେନ ଲେବୁଲ କମି ଯାଇଥିଲା ଯାହାପରେ ତାକୁ ଏମରଜେନ୍ସି ରୁମକୁ ନିଆ ଯାଇଥିଲା। ଦୁଇ ସପ୍ତାହ ହସ୍ପିଟାଲରେ ସମୟ ବିତାଇବା ପରେ ଗୋନଚାରୋବା ଙ୍କର ଅକ୍ସିଜେନ ଲେବୁଲ ସାମାନ୍ୟ ହୋଇଥିଲା।

ଦାରୀ ୨୦୧୫ରେ ରୂଷରୁ ଆମେରିକା ଆସିଥିଲେ ତାଙ୍କର ଆଶା ଥିଲା କି ସେ ଆମେରିକାରେ ତାଙ୍କ ଝିଅର ସର୍ଜରି କରି ପାରିବେ ଯାହା ଦ୍ବାରା ତା ହାର୍ଟରେ ଥିବା ହୋଲ ପୂର୍ଣ୍ଣ ହୋଇଯିବ ଏବଂ ତାଙ୍କ ଝିଅ ଏକ ସାମାନ୍ୟ ଜୀବନ ବିତେଇବ। ବର୍ତ୍ତମାନ ସେହି ଝିଅର ହାଇ ବ୍ଲଡ ପ୍ରେସର କାରଣରୁ ତାର ପ୍ରଭାବ ହାର୍ଟର ଧମନୀ ଉପରେ ପଡୁଛି। ଏଥିପାଇଁ ସର୍ଜରି ମଧ୍ୟ ଅସମ୍ଭବ ହେଉଛି।
ସେହି ଝିଅଟି କହିଛି କି, ଅକ୍ସିଜେନ ଅଭାବ ହେବା କାରଣରୁ ତାକୁ ଦିନେ ମୁଣ୍ଡ ବିଲେଇଲା ପରି ଫିଲ ହୁଏ। ଏହା ବ୍ୟତିତ ତାକୁ ଆକ୍ଟିଭି ରହିବା ବହୁତ ପସନ୍ଦ ଅଟେ ସେଥିପାଇଁ ସେ ତା ସାଙ୍ଗ ମାନଙ୍କ ସହ ଗୀତ ଗାଇ, ଡାନ୍ସ କରି ସମୟ ବିତାଏ। କୋରୋନା କାଳରେ ସେ ତା ସାଙ୍ଗ ମାନଙ୍କ ସହ ବେଶି ସମୟ ବିତାଇ ପାରି ନାହିଁ।

ଗୋନଚାରୋବା ସୋଶିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ଅଟେ ଏବଂ ସେ ବହୁତ ସମୟ ତା ମା ଏବଂ ତାର ଫଟୋ ସେୟାର କରେ ଏବଂ ନିଜ ଜୀବନର ସବୁ ଅପଡେଟ ନିଜ ଫର୍ଲୋସଙ୍କୁ ସେୟାର କରିଥାଏ। ଗୋନଚାରୋବାଙ୍କୁ ଇନଷ୍ଟାଗ୍ରାମରେ ବହୁତ ପଜେଟିଭ ମେସେଜ ମିଳେ ଏବଂ ସେ ସହି ସକାରତ୍ମକ ମେସଜ ଗୁଡିକ ପଢି ବହୁତ ଖୁସି ହୋଇଯାଏ। ସେହି ଝିଅର କହିବା ଏହାକି ହୁଏତ ତା ହାର୍ଟ ଅନ୍ୟ ଲୋକମାନଙ୍କ ଠାରୁ ଅଲଗା କିନ୍ତୁ ଏହା ବହୁତ ସ୍ପେସାଲ ଏବଂ ତାଙ୍କୁ ବହୁତ ପସନ୍ଦ ଅଟେ।