ବନ୍ଧୁଗଣ ଆଜିର ସମୟରେ ଅନେକ ଲୋକ ଚନ୍ଦାପଣ ସମସ୍ୟା ରେ ସମୁଖୀନ ହେଉଛନ୍ତି। ସମୟ ପୂର୍ବରୁ ଯେଉଁ ଲୋକମାନେ ଚନ୍ଦା ହୋଇଯାନ୍ତି ଯେଉଁମାନଙ୍କର କେଶ ଝଡ଼ିବା ଆରମ୍ଭ ହୋଇଯାଏ ବା କେଶ ସମ୍ପୂର୍ଣ୍ଣ ଝଡିଯାଏ, ସେମାନେ ବହୁତ ଅଧିକ ଆତ୍ମଗ୍ଲାନି ଅନୁଭବ କରିଥାନ୍ତି। ଯାହା ତାଙ୍କର ବ୍ୟକ୍ତିଗତ ଲାଇଫ ଉପରେ ବହୁତ ଅଧିକ ଫରକ ପକାଇଥାଏ। କାହାକୁ ମୁହଁ ଦେଖାଇବା ପାଇଁ ଲାଜ ଅନୁଭବ କରିଥାନ୍ତି। ଏମିତି ଲୋକ ବହୁତ ଅଛନ୍ତି, ଯେଉଁମାନେ ଚନ୍ଦା ହୋଇଯିବା ଦ୍ୱାରା ବହୁତ ଖରାପ ଅନୁଭବ କରିଥାନ୍ତି। ବନ୍ଧୁଗଣ ଚନ୍ଦାପଣ ଏକ ଏମିତି ରୋଗ ଯାହା ହେବା ଦ୍ୱାରା ବ୍ୟକ୍ତିର ମୁଣ୍ଡ ସମ୍ପୂର୍ଣ୍ଣ ରୂପେ ଚନ୍ଦା ହୋଇଯାଏ, କେଶ ବିହୀନ ହୋଇଯାଏ।
ଏହା ସାଧାରଣତଃ genetic problem ଯୋଗୁ ହୋଇଥାଏ। ତେବେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହା ୧୦୦% ପ୍ରାକୃତିକ(natural) ଏବଂ ଏହା ଆପଣଙ୍କ ଚନ୍ଦା ମୁଣ୍ଡରେ କେଶ ଉଠାଇବା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ। ଏହା ବହୁ ପରୀକ୍ଷିତ ଅଟେ ବନ୍ଧୁଗଣ। ଏହାକୁ ଆପଣ ନିଶ୍ଚୟ ଥରେ ପ୍ରୟୋଗ କରନ୍ତୁ, ଦେଖିବେ ଆପଣଙ୍କୁ ୧୦୦% ତାର ଲାଭ ମିଳିବ। ତେବେ ଆସନ୍ତୁ ଜାଣିବା ଏହାକୁ ଆପଣ କେମିତି ବନେଇବେ ଏବଂ ଆପଣ ଏହାକୁ କେମିତି ପ୍ରୟୋଗ କରିବେ।
ଏହି ଉପଚାରକୁ ବନେଇବା ପାଇଁ ସାମଗ୍ରୀ:
ନଡ଼ିଆ ତେଲ:
ଏହି ତେଲ ଆପଣଙ୍କୁ ବହୁତ ସହଜରେ ଘରୁ ମିଳିଯିବ।
ମନ୍ଦାର ଫୁଲର ପତ୍ର:
ଏହି ପତ୍ର ୧୦ ରୁ ୧୫ ଟି ତୋଳି ନେଇ ଆସିବେ। ଯଦି ଆପଣଙ୍କ ବାଡ଼ି ଘରେ ମନ୍ଦାର ଗଛ ଅଛି ତେବେ ବହୁତ ଭଲ କଥା। ବନ୍ଧୁଗଣ ମନ୍ଦାର ପତ୍ର ଆପଣଙ୍କ ଚନ୍ଦା ମୁଣ୍ଡରେ କେଶ ଉଠାଇବା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ।
ବରୁଡ଼ି ବସା:
ଏହି ବସା ଯଦି ଆପଣଙ୍କୁ ମିଳିଯାଏ ତେବେ ଅତ୍ୟନ୍ତ ଭଲ କଥା। ଏହି ବସା କେଉଁ ଜାଗାରୁ ବି ଯଦି ଆପଣଙ୍କୁ ମିଳିଯାଏ ତେବେ ଏହି ବସା କୁ ନେଇ ଆସନ୍ତୁ। ଯଦି ବଡ଼ ବରୁଡ଼ି ବସା ମିଳିଯାଏ ତାହେଲେ ଏହି ଉପଚାରରେ ଗୋଟେ ଯାକ ବସା ଦେଇ ଦିଅନ୍ତୁ। ଯଦି ଆପଣଙ୍କୁ ଛୋଟ ବରୁଡ଼ି ବସା ମିଳେ ତେବେ ୩ ଟି ବସା ଏହି ଉପଚାର ପାଇଁ ପ୍ରୟୋଗ କରନ୍ତୁ। ଏହି ବସାକୁ ଛେଞ୍ଚି ଦିଅନ୍ତୁ। ପାଉଡର ଭଳି।
ପିଆଜ ରସ:
ପିଆଜ କୁ ଛେଞ୍ଚି ବା ଗ୍ରାଇଣ୍ଡିଙ୍ଗ କରି ରସ ବାହାର କରି ନିଅନ୍ତୁ। ଏହି ରସ ଚନ୍ଦାପଣକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ। ଏହାତ ଆପଣ ମାନେ ସମସ୍ତେ ଜାଣିଥିବେ।
ଏହି ଉପଚାରକୁ ବନେଇବା ପାଇଁ ଆପଣଙ୍କୁ ୧୦ ରୁ ୧୫ ଟି ମନ୍ଦାର ପତ୍ରର ଆବଶ୍ୟକତା ପଡିବ। ଏହି ମନ୍ଦାର ପତ୍ରକୁ କୌଣସିବି ଛେଚା ମାଧ୍ୟମରେ ଛେଚି ଏଥିରୁ ରସ ବାହାର କରି ନିଅନ୍ତୁ। ଆମକୁ ଏହି ଉପଚାର ପାଇଁ ମନ୍ଦାର ପତ୍ରର ରସର ଆବଶ୍ୟକତା ପଡିବ। ଆପଣ ଏହି ପତ୍ରକୁ ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଙ୍ଗ କରି ମଧ୍ୟ ରସ ବାହାର କରିପାରିବେ। ରସ ବାହାର କଲା ପରେ ଏବେ ଯେତେବେଳେ ଆପଣ ବନେଇବେ ୨୦୦ ଗ୍ରାମ ନଡ଼ିଆ ତେଲ ନିଅନ୍ତୁ ଏବଂ ୨୦୦ ଗ୍ରାମ ମନ୍ଦାର ପତ୍ରର ରସ ନିଅନ୍ତୁ ଏବଂ ବିରୁଡି ବସାର ପାଉଡର ନିଅନ୍ତୁ ଏହି ସବୁ ଜିନିଷକୁ ମିଶ୍ରଣ କରି ନେଇ ୫ ମିନିଟ ଗରମ କରି ଦିଅନ୍ତୁ। କହି ରଖୁଛୁ ଯେ ଯଦି ଏହି ବରୁଡ଼ିବସା ନ ମିଳେ ତାହେଲେ ନଡ଼ିଆ ତେଲ ଏବଂ ମନ୍ଦାର ପତ୍ରର ରସ ନେଇ ଏହି ଉପଚାର ବନେଇ ପାରିବେ। ବନ୍ଧୁଗଣ ଏହି ମିଶ୍ରକୁ ୫ ମିନିଟ ଗରମ କଲା ପରେ ଆପଣ ଏହାକୁ ଥଣ୍ଡା କରିବା ପାଇଁ ଛାଡି ଦିଅନ୍ତୁ। ଏହା ଥଣ୍ଡା ହେଲା ପରେ ଆପଣ ଏହାକୁ କୌଣସି ପାତ୍ରରେ ଢାଳି ନିଅନ୍ତୁ ବା ଛାଣି ନିଅନ୍ତୁ।
କେମିତି ଏହି ତେଲର ପ୍ରୟୋଗ କରିବେ ଆପଣଙ୍କ ଚନ୍ଦାପଣ ଦୂର କରିବା ପାଇଁ ?
ଆପଣ ପ୍ରତିଦିନ ଏହି ନଡ଼ିଆ ତେଲ ଏବଂ ମନ୍ଦାର ପତ୍ରର ରସର ମିଶ୍ରଣ କୁ ଆପଣଙ୍କ ଚନ୍ଦା ମୁଣ୍ଡରେ ଲଗାନ୍ତୁ ବା ମାଲିସ କରନ୍ତୁ। ଦିନବେଳା ଏହାକୁ ମାଲିସ କରନ୍ତୁ। ଏବଂ ରାତିବେଳା ପିଆଜ ରସ ଗୋଟେ ଚାମୁଚ ଏବଂ ସେହି ମିଶ୍ରିତ ତେଲ ଗୋଟେ ଚାମୁଚ ଏକା ସାଙ୍ଗରେ ହାତରେ ନେଇ ମିଶେଇ ଦିଅନ୍ତୁ ଏବଂ ଏହି ତେଲକୁ ହାତରେ ମାଲିସ କରି ଆପଣ ଆପଣଙ୍କର ଚନ୍ଦା ମୁଣ୍ଡରେ ଲଗାନ୍ତୁ।ଆପଣଙ୍କର ଯେଉଁ କେଶ ଝଡି ସାରିଛି ସେହି କେଶ ଆପଣଙ୍କର ପୁନଃ ଉଠିବାକୁ ଲାଗିବ।
ବନ୍ଧୁଗଣ ଆପଣ ଏହି ପ୍ରକାରରେ ଆପଣଙ୍କ ଚନ୍ଦା ମୁଣ୍ଡରେ ମାଲିସ କରି ରାତି ସାରା ରଖିବାକୁ ଦିଅନ୍ତୁ। ସକାଳେ ଉଠି ପାଣି ସାହାଯ୍ୟରେ ନିଜ ମୁଣ୍ଡକୁ ଧୋଇ ନିଅନ୍ତୁ କିମ୍ବା ପୋଛି ନିଅନ୍ତୁ। ଆପଣ ଏହାକୁ ନିଶ୍ଚୟ ପ୍ରୟୋଗ କରନ୍ତୁ। ଏହା ଏକ ରାମବାଣ ଉପଚାର ଅଟେ। ଏହା ବହୁତ ପରୀକ୍ଷିତ ଅଟେ। ଆପଣ ଏହାର ପ୍ରୟୋଗ ନିଶ୍ଚୟ କରନ୍ତୁ ଦେଖିବେ ଆପଣଙ୍କ ଚନ୍ଦାପଣ ନିଶ୍ଚୟ ଦୂର ହେବ। ତେବେ ଜାଣିଲେ ଚନ୍ଦାପଣ ଦୂର କରିବାର ଘରୋଇ ଉପଚାର ବିଷୟରେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ । ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।