କୁହାଯାଇଥାଏ କି କଳାକାର ର ଗୁଣ ତାହାର କ୍ରିଏଟିଭିଟି ରୁ ହୋଇଥାଏ। କିଛି ସେମିତି ହିଁ କ୍ରିଏଟିଭିଟି ଦେଖାଇଛି ଭାରତର ଜଣେ ଫଟୋଗ୍ରାଫର । ହରିଆନା ର ରେବାଡି ରେ ରହୁଥିବା ୨୧ ବର୍ଷ ର ସୁଲଭ ଲାମ୍ବା ନିଜ କ୍ୟାମେରା ରେ ସେ ଆଶ୍ଚର୍ଯ୍ୟଜନକ କରି ଦେଖାଇଲା, ଯେଉଁ ପାଇଁ ପୁରା ଦୁନିଆ ରେ ତାଙ୍କର ପ୍ରଶଂସା ହେଉଛି। ପ୍ରାୟତଃ ସୁଲଭ ର ସୂର୍ଯ୍ୟାସ୍ତ ହେଉଥିବା ସୂର୍ଯ୍ୟ ସହିତ ଉଠେଇଥିବା କିଛି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଏହି ଯୁବକ ଫଟୋଗ୍ରାଫର ଇନଷ୍ଟାଗ୍ରାମ ପେଜ ରେ ୨୦ ହଜାର ଫଲୋର୍ଶ ଅଛନ୍ତି। ସେ ନିଜକୁ ଏକ”ବିଜୁଏଲ ଆଟିଷ୍ଟ”କହୁଥାଏ। କୁହାଯାଉଛି କି ପୂର୍ବରୁ ଆଜି ଯାଏ କେହି ବି ଏମିତି ସୂର୍ଯ୍ୟଙ୍କ ସହ କ୍ୟାମେରା ରେ ଆଶ୍ଚର୍ଯ୍ୟଜନକ କରିନଥିଲେ।
ଯଦି ଆପଣଙ୍କର କଳା ପ୍ରତି ଭଲ ପାଇବା ଅଛି ତାହେଲେ ଆପଣ ମଧ୍ୟ ଏହି ସୁନ୍ଦର ଫଟୋ କୁ ଦେଖି ବିସ୍ମିତ ହୋଇଯିବେ। ସୂର୍ଯ୍ୟଙ୍କ ସହିତ ଅନୁସନ୍ଧାନ କରିଥିବା ଫଟୋ ଆଉ କାହାର ନୁହେଁ ବରଂ ଭାରତର ଜଣେ ପୁଅର ଅଟେ।
ହରିଆନା ର ଛୋଟ ସହର ରେବାଡ଼ି ରେ ରହୁଥିବା ୨୧ ବର୍ଷର ସୁଲଭ ନିଜର କ୍ୟାମେରା ରେ ସେହି ଆଶ୍ଚର୍ଯ୍ୟଜନକ କରି ଦେଖାଇଲା, ଯେଉଁଥିରେ ପୁରା ଦେଶରେ ନୁହେଁ ବରଂ ପୁରା ଦୁନିଆ ରେ ତାର ପ୍ରଶଂସା ହିଁ ହେଉଛି।
ଏକ ଆଶ୍ଚର୍ଯ୍ୟଜନକ ଫଟୋ ରେ, ସୁଲଭ ସୂର୍ଯ୍ୟକୁ ନିଜ କାନ୍ଧରେ ଉଠାଇ ଥିବାର ଦେଖାଯାଉଛି, ଯେଉଁଥିରେ ତାର ବାହୁ ଯୋଡ଼ି ହୋଇଛି ଓ ଏମିତି ଲାଗୁଛି ସେ ପୁରା ଭାରକୁ ନିଜ କାନ୍ଧରେ ଉଠାଇଛି।
ସୂର୍ଯ୍ୟକୁ ଠେଲି ଧରିଥିବା ଏହି ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇ ପାରନ୍ତି।ଏହି ଫଟୋ କୁ ଦେଖି ଏମିତି ଲାଗୁଛି, ଯେମିତି କିଏ ସୂର୍ଯ୍ୟକୁ ଧକ୍କା ଦେଇ ଦୂର କରୁଛି।
ଏହି ସର୍ବଶ୍ରେଷ୍ଠ ଫଟୋ ସେୟାର କରି ସୁଲଭ ଅହମଦ ଫରାଜ ର”ଗୋଟେ ଧାଡ଼ି ଲେଖିଲା, ସୂର୍ଯ୍ୟ ଉଦୟ ହେବାର ପୁରୋହିତ ଲକ୍ଷ ଲକ୍ଷ ଅଛନ୍ତି ସାର… ବୁଡ଼ୁଥିବା ବେଳେ ମୁଁ ସୂର୍ଯ୍ୟ କୁ ଏକା ଦେଖିଛି”।
ଏକ ଲେଜ ଉପରେ ବସି, ସୁଲଭ ଚଢ଼େଇକୁ ସୂର୍ଯ୍ୟ ସହିତ ଖେଳେଇବା ପାଇଁ ଚେଷ୍ଟା କରୁଥିବାର ଦେଖା ଯାଉଛି। ଚଢେଇର ଖୋଲା ଥଣ୍ଟ ଦେଖି ଲାଗୁଛି ସେ ଏହାକୁ ପୁରା ଖାଇଯିବ।
ନିଜ ଫଟୋ ଗୁଡିକ ବିଷୟରେ ସୁଲଭ ଲାମ୍ୱା କହିଛିି କି”ମୁଁ ଚାରି ବର୍ଷ ପୂର୍ବରୁ କ୍ରିଏଟିଭ ପାଇଁ ସୂର୍ଯ୍ୟାସ୍ତ ର ଫଟୋ ନେବା ଆରମ୍ଭ କରିଥିଲି”। ଏହି ଫଟୋ ଗୁଡିକ ପାଇଁ ସେ ନିକନ ଡି୫୩୦୦ କ୍ୟାମେରା ର ବ୍ୟବହାର କରିଛି।
ସୁଲଭ ର ଫଟୋ ଏହି ଦିନ ଗୁଡ଼ିକରେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ତାଙ୍କର ସୁଜନଶୀଳ ର ଦୃଷ୍ଟିକୋଣ କୁ ଦେଖି ଇନଷ୍ଟାଗ୍ରାମ ରେ ତାଙ୍କର ୨୦ ହଜାର ରୁ ଅଧିକ ଫଲୋର୍ଶ ହୋଇ ଗଲେଣି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।