ରିଲିୟାନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ଚେୟାରମ୍ୟାନ ଏବଂ ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ମୁକେଶ ଅମ୍ବାନୀଙ୍କ ସହ ଜଡିତ ସମସ୍ତ କଥା ଲୋକମାନେ ଜାଣିବାକୁ ଇଚ୍ଛୁକ ରହିଥାନ୍ତି | ଏସିଆର ସବୁଠୁ ଧନୀ ଦମ୍ପତି ମୁକେଶ ଏବଂ ନୀତା କେଉଁ ପ୍ରକାରରେ ନିଜର ଜୀବନ ବିତାଇଥାନ୍ତି ଏହା ଜାଣିବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କର ଆଗ୍ରହ ରହିଛି | ନିଜ ଜୀବନର ଅନେକ ଭଲ ମନ୍ଦ କଥା ନୀତା ଏବଂ ମୁକେଶ ଅମ୍ବାନୀ ଇଣ୍ଟରଭ୍ୟୁରେ ସେୟାର କରି ସାରିଛନ୍ତି | ଏକ ଇଣ୍ଟରଭ୍ୟୁରେ ନୀତା ଅମ୍ବାନୀ କହିଥିଲେ ଯେ କିପରି ଥରେ ତାଙ୍କ ଝିଅ ଇଶା ମୁମ୍ବାଇରେ ରାସ୍ତା ଭୁଲି ଯାଇଥିଲେ | ସୂଚନାଯୋଗ୍ୟ ଯେ ୨୯ ବର୍ଷର ଇଶା ଦୁଇବର୍ଷ ପୂର୍ବରୁ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ | ସେ ପୀରାମଲ ଗ୍ରୁପର ଆନନ୍ଦ ପୀରାମଲଙ୍କୁ ବିବାହ କରିଛନ୍ତି | ତାଙ୍କ ବିବାହରେ ଦେଶ ଦୁନିଆରୁ ଆସିଥିବା ସେଲିବ୍ରେଟି ଶାମିଲ ହୋଇଥିଲେ |
ନୀତା ଅମ୍ବାନୀ ଭାରତନାଟ୍ୟମ ଡ୍ୟାନ୍ସର ଅଟନ୍ତି | ସେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ଇଶାଙ୍କୁ ମଧ୍ୟ ମୁଁ ଭାରତନାଟ୍ୟମ ଶିଖାଇବା ପାଇଁ ଘର ପାଖରେ ଏକ ଡ୍ୟାନ୍ସ କ୍ଲାସରେ ଜଏନ କରାଇଥିଲି | ସେତେବେଳେ ଇଶା ମାତ୍ର ୫ ବର୍ଷର ଥିଲେ |
ନୀତା କହିଲେ ଯେ- ଦିନେ ପାଞ୍ଚ ବର୍ଷର ଇଶାଙ୍କୁ ରାସ୍ତା ମନେ ରଖିବା ପାଇଁ ମୁଁ ତାଙ୍କୁ ଏକୁଟିଆ ଡ୍ୟାନ୍ସ କ୍ଲାସ ପଠାଇଲି, କିନ୍ତୁ ଇଶା ରାସ୍ତା ଭୁଲିଗଲେ | ବାସ୍ତବରେ ସବୁବେଳେ କେହି ନା କେହି ତାଙ୍କୁ ଡ୍ୟାନ୍ସ କ୍ଲାସକୁ ନେଇ ଯାଉଥିଲେ କିନ୍ତୁ ସେଦିନ ରାସ୍ତା ମନେ ରଖାଇବା ଉଦ୍ଦେଶ୍ୟରେ ତାଙ୍କୁ ଏକୁଟିଆ ପଠା ଯାଇଥିଲା |
ସେ କହିଥିଲେ ଯେ- ରାସ୍ତାରେ ହଜିଯିବା କାରଣରୁ ଇଶା ରାସ୍ତା କଡରେ ବସି କାନ୍ଦିବା ଆରମ୍ଭ କରି ଦେଇଥିଲେ | ତାଙ୍କ ମନରେ ଏହି ଡର ବସିଗଲା ଯେ ବର୍ତ୍ତମାନ ଘରକୁ କିପରି ଯିବେ | ଏହି ଡର ତାଙ୍କ ମନରେ ଏତେ ବଡ ଗଭୀର ପ୍ରଭାବ ଛାଡିଲା ଯେ ସେହି ଦିନଠାରୁ ସେ ଡ୍ୟାନ୍ସ ଏବଂ ଡ୍ୟାନ୍ସ କ୍ଲାସ ଉଭୟ ଛାଡିଦେଲେ |
ତେବେ ଇଶା ପୀରାମଲ ଇଣ୍ଡଷ୍ଟ୍ରିର ଆନନ୍ଦ ପୀରାମଲଙ୍କୁ ବିବାହ କରିଛନ୍ତି | ଉଭୟ ବିବାହ ପୂର୍ବରୁ ପରସ୍ପରଙ୍କୁ ଜାଣିଥିଲେ |
ଆନନ୍ଦ ନିଜେ ଇଶାଙ୍କୁ ବିବାହ କରିବା ପାଇଁ ପ୍ରପୋଜ କରିଥିଲେ ସେତେବେଳେ ଇଶା କହିଦେଇଥିଲେ ଯେ ମମ୍ମିଙ୍କୁ ପଚାରି ହଁ କରିବି | ସେହିଦିନ ଠାରୁ ଆନନ୍ଦ, ଇଶାଙ୍କୁ ଅଧିକାଂଶ ସମୟରେ ଚିଡ଼ାନ୍ତି ଯେ ମମ୍ମିଙ୍କୁ ନପଚାରି କିଛି କରନ୍ତି ନାହିଁ |
୨୦୦୮ରେ ୧୬ ବର୍ଷ ବୟସରେ ଇଶା ସର୍ବପ୍ରଥମେ ଚର୍ଚ୍ଚାକୁ ଆସିଥିଲେ, ସେତେବେଳେ ଫୋର୍ବସରର ତାଲିକା ଅନୁସାରେ ଧନୀ ଉତ୍ତରାଧିକାରୀଙ୍କ ତାଲିକାରେ ସେ ଦ୍ଵିତୀୟ ନମ୍ବରରେ ଥିଲେ |
ସ୍କୁଲ ଦିନରେ ସେ ସ୍ଟୁଡେଣ୍ଟ କାଉନ୍ସିଲର ପ୍ରେସିଡେଣ୍ଟ ଏବଂ ଫୁଟବଲ ଟିମର ମେମ୍ବର ରହିଥିଲେ | ଏହାଛଡା ଇଶା ଏକ ଟ୍ରେଣ୍ଡ ପିଆନୋ ଆର୍ଟିଷ୍ଟ ଅଟନ୍ତି | ଇଶା ୨୦୧୩ ମସିହାରେ ୟେଲ ୟୁନିଭର୍ସିଟିରୁ ସାଇକୋଲୋଜି ଏବଂ ସାଉଥ ଏସିଆନ ଷ୍ଟଡ଼ିଜରେ ଗ୍ରାଜୁଏସନ କରିଛନ୍ତି | ରିଲିୟାନ୍ସ ଜଏନ କରିବା ପୂର୍ବରୁ ସେ ଆମେରିକାର ଗ୍ଲୋବାଲ କନସାଲଟେନସି ଫର୍ମ ମେକେନଜିରେ କାମ କରି ସାରିଛନ୍ତି |
୨୦୧୫ରେ ଇଶା ଫେମିନା ମେଗାଜିନ ପାଇଁ ଫୋଟୋଶୁଟ କରାଇଥିଲେ | ଏହି ଶୁଟ ତାଙ୍କ ଘର ଏନ୍ଟିଲୀୟାରେ ହୋଇଥିଲା | ଏଥିରେ ସେ ଅଫିସିଆଲ ଠାରୁ ଆରମ୍ଭ କରି ଜମ୍ପଶୁଟ ପର୍ଯ୍ୟନ୍ତ ଶୁଟ କରାଇଥିବାର ନଜର ଆସିଥିଲେ | ବଲିଉଡର ପ୍ରସିଦ୍ଧ ମେକଅପ ଆର୍ଟିଷ୍ଟ ମିକ୍କୀ କଣ୍ଟ୍ରାକ୍ଟର ଫୋଟୋଶୁଟ ପାଇଁ ତାଙ୍କର ମେକଅପ କରାଇଥିଲେ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।