ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଫିଲ୍ମ “ଲାବାରିଶ”ର ଗୀତ ଆପଣଙ୍କର ମନେ ତ ଥିବ, “ଜିସକୀ ବିବି ଲମ୍ବି ଉସକା ଭି ବଡା ନାମ ହେ, କୋଠେ ସେ ଲଗା ଦୋ ସିଡ଼ି କା କ୍ୟା କାମ ହେ” | ଏହି ଗୀତ ଚାଇନାରେ ଏକ ୧୪ ବର୍ଷର ବାଳକ ଉପରେ ଫିଟ ବସୁଛି, ରେନ କିୟୁର ଉଚ୍ଚତା ୭ ଫୁଟରୁ ଅଧିକ ଅଟେ | ୧୩ ରୁ ୧୮ ବର୍ଷର ଟିନ ଏଜରନ୍କ ମଧ୍ୟରେ ଏହି ପିଲାଟିର ଉଚ୍ଚତା ସବୁଠୁ ଅଧିକ ରହିଛି | ଅଧିକ ଉଚ୍ଚତା କାରଣରୁ ତାଙ୍କୁ ଅନେକ ଲୋକ ଉପହାସ ମଧ୍ୟ କରିଥାନ୍ତି, କିନ୍ତୁ ରେନ ଏହାକୁ ସକାରାତ୍ମକ ଭାବରେ ନେଇ ଗିନିଜ ୱାର୍ଲଡ ରେକର୍ଡରେ ସବୁଠୁ ଉଚ୍ଚ ଟିନ ଏଜର ହେବା ପାଇଁ ଆବେଦନ କରିଛନ୍ତି |
ଚୀନରେ ସିଚୁଆନର ଲେଶାନ ସହରର ସ୍କୁଲବୟ ନିଜ ବୟସର ଅନ୍ୟ ପିଲାଙ୍କ ତୁଳନାରେ ଅତିକମରେ ଦୁଇ ଫୁଟ ଲମ୍ବା ଏବଂ ବର୍ତ୍ତମାନ ତାଙ୍କୁ ଦୁନିଆର ସବୁଠୁ ଉଚ୍ଚ କିଶୋର ଅର୍ଥାତ ଟିନ ଏଜର ଭାବରେ ଦେଖାଯାଉଛି |
ରେନ କିୟୁ ୧୮ ଅକ୍ଟୋବରକୁ ହିଁ ନିଜର ୧୪ ତମ ଜନ୍ମଦିନ ପାଳିଥିଲେ | ଏହି ଅବସରରେ ଯେତେବେଳେ ତାଙ୍କ ଉଚ୍ଚତା ମପା ଯାଇଥିଲା ସେତେବେଳେ ତାଙ୍କ ଉଚ୍ଚତା ଅନ୍ୟ ପିଲାଙ୍କ ଉଚ୍ଚତା ଠାରୁ ଦୁଇ ଫୁଟ ଅଧିକ ଥିଲା | ସେ ୭.୩ ଫୁଟ ଲମ୍ବା ଅଟନ୍ତି |
ନିଜର ଉଚ୍ଚତାକୁ ନେଇ ରେନ କୁହନ୍ତି ଯେ, ତାଙ୍କୁ ଅନେକ ସମୟରେ ଏହାର ଲାଭ ମିଳିଥାଏ | ଲମ୍ବା ହେବା କାରଣରୁ ସେ ସହଜରେ ସଡ଼କରେରେ ଲାଗିଥିବା ଷ୍ଟ୍ରିଟ ଲାଇଟ ପର୍ଯ୍ୟନ୍ତ ପହଞ୍ଚିଯାଇ ଠିଆ ହୋଇ ସମସ୍ତ କାମ କରି ନେଇଥାନ୍ତି |
ଏହି ପିଲାଟି ଏତେ ଲମ୍ବା ଯେ ତାଙ୍କୁ ଭିନ୍ନ ହୋଇ ବସିବା ପାଇଁ ଟେବୁଲ ଏବଂ ଚୌକିର ଆବଶ୍ୟକତା ପଡିଥାଏ | ରେନ ରଥିର ବସି ପଢ଼ିଥାନ୍ତି | ତାଙ୍କ ମାପରେ କପଡା ମଧ୍ୟ ବହୁତ କଷ୍ଟରେ ମିଳିଥାଏ | ତାଙ୍କ ମାଆଙ୍କୁ ସ୍ପେସିଆଲ ଅର୍ଡର ଦେଇ ଜିନ୍ସ ମଗାଇବାକୁ ପଡିଥାଏ |
ରେନଙ୍କ ଜେଜେମା ବୁ ମେଇ କହିଛନ୍ତି ଯେ, ସେ ପ୍ରଥମେ ସାଧାରଣ ପିଲାଙ୍କ ପରି ହିଁ ଥିଲେ, କିନ୍ତୁ ଗତ ୨ ବର୍ଷ ମଧରେ ତାଙ୍କର ଉଚ୍ଚତା ହଠାତ ବଢି ଯାଇଥିଲା |
ରେନ କୁହନ୍ତି ଯେ, “ଯେତେବେଳେ ମୁଁ ସ୍କୁଲରେ ପ୍ରବେଶ କରିଛି ସେତେବେଳେ ମୁଁ ଦେଖିଲି ଯେ ନିଜ ବୟସର ଅନ୍ୟ ପିଲାଙ୍କ ଠାରୁ ମୁଁ ବହୁତ ଲମ୍ବା ଅଟେ” |
ତାଙ୍କର ଅଧିକ ଉଚ୍ଚତା କାରଣରୁ ଅନେକଥର ତାଙ୍କ ସାଙ୍ଗମାନେ ତାଙ୍କର ଉପହାସ ଉଡାଇଥାନ୍ତି | ରେନ କୁହନ୍ତି ଯେ, “ଗୋଟିଏ ସମୟ ଥିଲା ମୋ ଉଚ୍ଚତା ମୋତେ ଚିନ୍ତିତ କରିଦେଇଥିଲା, କିନ୍ତୁ ମୁଁ ଗିଣିଜରେ ଆବେଦନ କରି କିଛି ସକାରାତ୍ମକ କରିବା ପାଇଁ ନିଷ୍ପତ୍ତି ନେଲି ଯାହାଦ୍ୱାରା ମୁଁ ୱାର୍ଲଡ ରେକର୍ଡ ହାସଲ କରି ପାରିବି” |
ସୂଚନାଯୋଗ୍ୟ ଯେ, ସେ ଦୁନିଆର ସବୁଠୁ ଲମ୍ବା ମେଲ ଟିନ ଏଜର ହେବା ପାଇଁ ଗିନିଜ ୱାର୍ଲଡ ରେକର୍ଡସରେ ଆବେଦନ କରିଥିଲେ | ଏଥିପାଇଁ ସେ ନିଜର ଜନ୍ମଦିନରେ ହିଁ ଲେଶନ ସହରର ଏକ ହସ୍ପିଟାଲରେ ନିଜର ଉଚ୍ଚତାର ମାପ ଦେଇଥିଲେ | ଉଚ୍ଚତା ମପୁଥିବା ଟିମ ତାଙ୍କର ଉଚ୍ଚତା ସହିତ ହାଥ, ଆଙ୍ଗୁଠି ଏବଂ ପାଦ ଆଦିର ଲମ୍ବ ମାପିଥିଲେ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।