ଟ୍ରେନ ପଛରେ ‘ X ‘ ଚିହ୍ନ ରହିବାର ଅର୍ଥ କଣ ହୋଇଥାଏ । ଆପଣବି ଜାଣିବାକୁ ଚେଷ୍ଟା କରିଛନ୍ତି କି ???

ଭାରତୀୟ ରେଳକୁ ଦେଶର ଲାଇଫଲାଇନ ବୋଲି କୁହାଯାଏ । ଗୋଟିଏ ଦିନରେ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାଆସ କରନ୍ତି । ତେବେ ଯେଉଁ ଟ୍ରେନରେ ଲୋକେ କିମ୍ବା ଆପଣ ମାନେ ଯାଉଛନ୍ତି କଣ ତାହା ବିଷୟରେ ସବୁକିଛି ଆପଣଙ୍କୁ ଜଣା ଅଛି ? ଖାଲି ଯେ ଟ୍ରେନ ଚଳାଚଳର ସାଧାରଣ କିଛି ନିୟମ ଅଛି ତାହା କୁହାଯାଇ ପାରିବ ନାହିଁ ।

ଭାରତୀୟ ରେଳ ସେବା ଏକ ସିଷ୍ଟମ କହିଲେ ଚଳେ । ଟ୍ରେନର ପଛ ପଟେ ବଡ଼ ଅକ୍ଷରରେ ଲେଖା ଯାଇଥିବା ‘ X ‘ କୁ ନେଇ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ? ତାହା ବସ୍ତାବାରେ କାହିଁକି ଲେଖା ଯାଇଥାଏ । ଏମିତି କୌଣସି ଭାରତୀୟ ରେଳ ନାହିଁ , ଯାହା ପଛରେ ଏକ X ଚିହ୍ନ ନଥିବ ।

ଏହି ଚିହ୍ନ ପଛରେ ମଧ୍ୟ ଏକ ବିରାଟ କାରଣ ରହିଛି । ଅଧିକାଂଶ ଯାତ୍ରୀ ଏହି ଟ୍ରେନର ଶେଷ ଭାଗରେ ଏହି ଚିହ୍ନ ନିହାତି ଦେଖିଥିବେ । ଏହି ଚିହ୍ନ କେବଳ ହିଁ ପାସେଞ୍ଜର ଟ୍ରେନରେ ହିଁ ରହିଥାଏ । ଯାହାର ରଙ୍ଗ କେବଳ ଧଳା ଏବଂ ହଳଦିଆ ରଙ୍ଗର ହୋଇଥାଏ । ଭାରତୀୟ ରେଳ ବିଭାଗ ନିୟମ ଅନୁସାରେ ଏହି ଚିହ୍ନ ସବୁ ପାସେଞ୍ଜର ଟ୍ରେନର ଶେଷ ବଗିର ପଛରେ ରହିଥାଏ ।

ଆପଣ ମାନେ ଅନେକ ଟ୍ରେନର ପଛ ପଟେ LV ଲେଖା ଯିବା ବ୍ୟତୀତ ଏକ ନାଲି ରଙ୍ଗର ଲାଇଟ ଧପଧପ ହେଉଥିବାର ମଧ୍ୟ ଦେଖିଥିବେ । ତେବେ କହିରଖିବୁ କି ଏହି ଚିହ୍ନ ରେଳବାଇର ଏକ ସିକ୍ୟୁରୀଟି କୋଡ଼ ଅଟେ । ଯାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିକୁ ନେଇ ଏଭଳି ଚିହ୍ନ କରାଯାଇ ଥାଏ ।

ତେବେ ଏହାର କେବଳ ଗୋଟିଏ କାରଣ ନୁହେଁ ବରଂ ଏକାଧିକ କାରଣ ରହିଛି । ଯଦି କୌଣସି ଟ୍ରେନରେ ଏପରି ଚିହ୍ନ ନଥାଏ ତେବେ ଟ୍ରେନରେ କୌଣସି ତ୍ରୁଟି ଥିବା ଜଣାଯାଏ । କିମ୍ବା ଟ୍ରେନର କୌଣସି ଗୋଟିଏ ବଗି ଅଧା ବାଟରେ ଅଲଗା ହୋଇ ଯାଇଛି ବୋଲି ରେଳ କର୍ମଚାରୀ ମାନେ ଜାଣି ପାରନ୍ତି । ଯାହାକି ରେଳ କର୍ମଚାରୀ ମାନଙ୍କ ପାଇଁ ଏକ ପ୍ରକାରର ସତର୍କ ସୂଚନା ଅଟେ ।

ଏମିତି ହେଲେ ରେଳ କର୍ମଚାରୀ ମାନେ ଦୁର୍ଘଟଣା ହେବା ପୂର୍ବରୁ ପଦକ୍ଷେପ ନେଇ ଯାଆନ୍ତି । ତେଣୁ ଆପଣ ମାନେ ମଧ୍ୟ ଶେଷ ବଗିରେ ଏହି ସୁରକ୍ଷା ଚିହ୍ନ ଦେଖି ଚଢ଼ିବା ଆବଶ୍ୟକ । ବଡ଼ ‘ X ‘ ଚିହ୍ନ ସହିତ LV ମଧ୍ୟ ଲେଖା ଯାଇଥିବାର ଦେଖିବାକୁ ମିଳିଥାଏ । ଯାହାର ଫୁଲ ଫର୍ମ ହେଉଛି ଲାସ୍ଟ ଭେଇକିଲ , ଅର୍ଥାତ ଶେଷ ବଗି ।

ତେଣୁ ଏହି ‘ X ‘ ଏବଂ LV ରେଳ କର୍ମଚାରୀଙ୍କୁ ତାହା ଟ୍ରେନର ଶେଷ ବଗି ବୋଲି ସୂଚନା ଦେଇଥାଏ । ଯଦି କୌଣସି ଟ୍ରେନର ପଛ ପଟେ ଏଭଳି ଚିହ୍ନ ନଥାଏ ତେବେ ଏହା ସୂଚନା ଦେଇଥାଏ ଯେ କିଛି ବଡ଼ ଦୁର୍ଘଟଣା ହେବାକୁ ଯାଉଛି । ଏହି ମାମଲାରେ ଟ୍ରେନର ଶେଷ ବଗି ମଧ୍ୟ ଅଲଗା ହୋଇଯାଏ । ଯାହା ପାଇଁ ବଡ଼ ବଡ଼ ଦୁର୍ଘଟଣା ହେବାର ସମ୍ଭାବନା ରହିଥାଏ ।

ଏହି ଚିହ୍ନ ନଥିଲେ ରେଳ କର୍ମଚାରୀ ମାନେ ନିଜ ନିଜ କାମରେ ଲାଗି ପଡ଼ନ୍ତି । ଯାହାଦ୍ୱାରା କୌଣସିବି ଦୁର୍ଘଟଣାକୁ ରୋକାଯାଇ ପାରିବ । ଏହାବ୍ୟତୀତ ନାଲି ରଙ୍ଗର ଲାଇଟ ଧପଧପ ହେବା ଅର୍ଥ ଟ୍ରେନରେ କୌଣସି ସମସ୍ୟା ରହିଛି । ଅନେକ ସମୟରେ ପାଣିପାଗ କାରଣରୁ ଟ୍ରେନ କୌଣସି ସ୍ଥାନରେ ଅଟକି ଯାଏ । ନାଲି ଲାଇଟ ଜଳିବା ଦ୍ୱାରା ପଛରୁ ଆସୁଥିବା ଟ୍ରେନ ମଧ୍ୟ ଅଟକି ଯାଏ । ଯାହାକୁ ଏକ ସତର୍କ ଲାଇଟ କୁହାଯାଇ ପାରିବ ।

Leave a Reply

Your email address will not be published. Required fields are marked *