ପ୍ରଯୋଜକ ଟୁଟୁ ନାୟକଙ୍କ ନାମରେ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ଅନେକ ନବାଗତା ଝିଅଙ୍କ ସହିତ…..

କହି ରଖିବୁ ଯେ ଅଲିଉଡ଼ ହେଉ କିମ୍ବା ବଲିଉଡ ହେଉ ସବୁଠି ଭିନ୍ନ ଭିନ୍ନ ଲୋକ ଦେଖିବାକୁ ମିଳିଥାଏ । କେହି ସାମ୍ନା ଲୋକର ଟ୍ୟାଲେଣ୍ଟକୁ ଦେଖି ତାକୁ ସୁଯୋଗ ଦେଇଥାଏ ତ ଆଉ କିଏ ସାମ୍ନା ବାଲାର ପରିସ୍ଥିତିର ଫାଇଦା ଉଠାଇ କିମ୍ବା ପ୍ରଲୋଭନ ଦେଖାଇ ସୁଯୋଗ ଦେଇଥାଏ । ଆଉ ଏହାକୁ ଲୋକଙ୍କ ଭାଷାରେ କାସ୍ଟିଂ କାଉଚ୍ ବୋଲି କୁହାଯାଏ ।

କହିବାକୁ ଗଲେ ଅଭିନୟ ଇଣ୍ଡଷ୍ଟ୍ରିରେ ଏଭଳି ମାମଲା ପୂର୍ବରୁ ଦେଖିବାକୁ ମିଳୁଥିଲା ଏବଂ ବର୍ତ୍ତମାନ ସମୟରେ ମଧ୍ୟ ଏଭଳି ଘଟଣା ଆହୁରି ଅଧିକ ବଢ଼ି ଯାଇଛି । କାରଣ ବର୍ତ୍ତମାନ ସମୟରେ ଅଭିନେତ୍ରୀ ପ୍ରକୃତି ମିଶ୍ର ସିଧାସଳଖ ଜଣେ ପ୍ରଯୋଜକଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଏବଂ ତାଙ୍କ ବିରୋଧରେ କାଷ୍ଟିଂ କାଉଚ୍ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ ଅଭିନେତ୍ରୀ ପ୍ରକୃତି ମିଶ୍ର ସମ୍ପୂର୍ଣ୍ଣ ଗଣମାଧ୍ୟମ ସାମ୍ନାରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଦୃଢ଼ ସମାଲୋଚନା କରିଛନ୍ତି ଏବଂ ସେ କିଭଳି ଝିଅଙ୍କୁ ପରଦାରେ ସୁଯୋଗ ଦେବାର ପ୍ରଲୋଭନ ଦେଖାଇ ଶୋଷଣ କରନ୍ତି ତାହା ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ ଟୁଟୁ ନାୟକ କେବଳ ବର୍ତ୍ତମାନ ସମୟରେ ନୁହେଁ ବରଂ ଅନେକ ସମୟରୁ ଏହିଭଳି କାମ କରି ଆସୁଛନ୍ତି ।

ସେ କହିଛନ୍ତି ଯେ ଟୁଟୁ ନାୟକ କୁଆଡ଼େ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଅଭ୍ୟାସଗତ ଶୋଷଣକାରୀ । ହୁଏତ ସେ ଏଭଳି ସମସ୍ୟାର କେବେ ଶିକାର ହୋଇ ନାହାଁନ୍ତି । ମାତ୍ର ଅନେକ ଝିଅ ଏଭଳି କାଷ୍ଟିଂ କାଉଚ୍ ର ଶିକାର ହୋଇଥିବା ପ୍ରକୃତିଙ୍କୁ ମେସେଜ କରି ଜଣାଇଛନ୍ତି ।

ଯେଉଁ କାରଣରୁ ପ୍ରକୃତି ମୁହଁ ଖୋଲିଛନ୍ତି ଏବଂ କିଭଳି ସେ ଝିଅକୁ ଏଭଳି ପ୍ରଲୋଭନ ଦେଖାଇ ଶୋଷଣ କରୁଛି ତାହା କହିଛନ୍ତି । ଖାଲି ଏତିକି ନୁହେଁ ପୂର୍ବରୁ ଟୁଟୁ କହିଥିବା ଏକ ଉକ୍ତି ଯାହାକି ପୁଅକୁ ଫସେଇବା କେବଳ ଝିଅଙ୍କ କାମ । ତାହା ମଧ୍ୟ ପ୍ରକୃତି କହିଛନ୍ତି ଏବଂ କହିଛନ୍ତି ଯେ ଏସବୁ ବିଷୟରେ କୁଆଡ଼େ ଟୁଟୁଙ୍କୁ ପ୍ରଶ୍ନ କରାଯିବ ସେଥିପାଇଁ ସେ ଲୁଚିଛନ୍ତି ।

କହି ରଖିବୁ ଯେ ଫିଲ୍ମ ଇଣ୍ଡଷ୍ଟ୍ରି ଏକ ଏଭଳି ସ୍ଥାନ ଯେଉଁଠି ଅଭିନେତା ଅଭିନେତ୍ରୀ ନିଜର ପ୍ରତିଭା ପ୍ରଦର୍ଶନ କରନ୍ତି । କିନ୍ତୁ ଟୁଟୁଙ୍କ ଭଳି ବ୍ୟକ୍ତିତ୍ୱ ଯିଏକି ପ୍ରଥମେ ପ୍ରଲୋଭନ ଦେଖାଇ ଝିଅଙ୍କୁ ଶୋଷଣ କରେ ଏବଂ ଯଦି କେହି ତା କଥା ନମାନେ ତେବେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବାହାର କରିଦିଏ । ଯାହାସବୁ ବାସ୍ତବରେ ନିନ୍ଦନୀୟ ।

Leave a Reply

Your email address will not be published. Required fields are marked *