ବିଶ୍ୱରେ ଆମେ ଟିଭିରେ ବିଭିନ୍ନ ଅଭିନେତାମାନଙ୍କୁ ଅଭିନୟ କରୁଥିବାର ଦେଖିଥାଉ । କିଛି ଶୋ ଆମେ ବର୍ଷ ବର୍ଷ ଧରି ଦେଖିଆସୁଛୁ । ଏଥିସହ ସେଥିରେ ଥିବା ଅଭିନେତାମାନଙ୍କୁ ମଧ୍ୟ ଦେଖୁଛୁ । କିନ୍ତୁ ବହୁତ କମ ଶୋ ଏଭଳି ମଧ୍ୟ ଅଛି ଯାହା ଲଗାତାର ବର୍ଷ ବର୍ଷ ଧରି ଚାଲିଆସୁଛି । ଏଥିରେ ଆସୁଥିବା ଅଭିନେତାମାନଙ୍କ ସଂଖ୍ୟା କମ ଦେଖିବାକୁ ମିଲିଥାଏ । ଏହା ମଧ୍ୟରୁ କିଛି ଅନ୍ୟ ଶୋରେ ନଜର ଆସନ୍ତି ଏବଂ କିଛି ଅଭିନେତା ନଜର ଆସନ୍ତି ନାହିଁ । ଟିଭିରେ ଆସୁଥିବା ‘ କୁମାର ବାଜେବାଲା ‘ ଶୋ ଆପଣଙ୍କର ମନେଥିବ । ଯାହା କିଛି ସମୟରେ ରେକର୍ଡ ଭାଙ୍ଗିଥିଲା ।
ଟିଆରପିରେ ଆଗକୁ ଆସିଥିବା ଏହି ଶୋ ହଠାତ ଚାଲିଗଲା । ଏହି ଶୋରେ ମୋହିତ ମଲିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଯାହାପରେ ତାଙ୍କୁ କୌଣସି ସ୍ଥାନରେ ଦେଖିବାକୁ ମିଳିନଥିଲା । ନିକଟରେ ତାଙ୍କ ପତ୍ନୀ ଅଦିତି ଶିରୱେକର ଏକ ଶିଶୁକୁ ଜନ୍ମ ଦେଇଥିଲେ । ଦମ୍ପତ୍ତି ତାଙ୍କ ଇନଷ୍ଟାଗ୍ରାମରେ ପୁଅ ହେବା ବିଷୟରେ ନିଜ ପ୍ରସଂଶକମାନଙ୍କୁ ସେୟାର କରି ସୂଚନା ଦେଇଥିଲେ । ଏହାସହ ସେମାନେ ଏହି ଆଶୀର୍ବାଦ ପାଇଁ ଭଗବାନ ଏବଂ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ମୋହିତଙ୍କର ବ୍ୟକ୍ତିଗତ ଜୀବନର ବିଷୟ ଅଟେ । କିନ୍ତୁ ଆପଣଙ୍କୁ ଜଣାଅଛି କି ଏତେ ଦିନ ଟିଭିରୁ ଦୂରରେ ରହିବା ପରେବି ସେ କିପରି ରୋଜଗାର କରୁଥିଲେ ?
ମୋହିତଙ୍କ ବ୍ୟତୀତ ରୋନିତ ରାୟ , ଦିବ୍ୟାଙ୍କା ତ୍ରିପାଠୀ , ଗୌତମ ଗୁଲାଟିଙ୍କ ଭଳି ଅନେକ ସେଲିବ୍ରିଟି ଅଛନ୍ତି । ଯେଉଁମାନେ ଖୁବ କମ ସମୟରେ ଖ୍ୟାତି ଅର୍ଜନ କରିଛନ୍ତି ଏବଂ ଟିଭି ଇଣ୍ଡଷ୍ଟ୍ରିରେ ନିଜର ଏକ ଭିନ୍ନ ସ୍ତାନ ହାସଲ କରିଛନ୍ତି । ଟିଭିରେ କାମ କରିବା ବ୍ୟତୀତ ସେମାନେ ସେଥିରୁ ମୋଟା ରୋଜଗାର କରନ୍ତି କିନ୍ତୁ ସେମାନଙ୍କର ଅନ୍ୟ ବ୍ୟବସାୟ ମଧ୍ୟ ଅଛି , ଯାହାଦ୍ୱାରା ଏମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି । ମୋହିତ ନିଜ ପତ୍ନୀଙ୍କ ସହ ମିଶି ଦୁଇଟି ରେଷ୍ଟୁରାଣ୍ଟ ମଧ୍ୟ ପରିଚାଳନା ମଧ୍ୟ କରନ୍ତି ।
ପ୍ରସିଦ୍ଧ ଅଭିନେତା ରୋନିତ ରାୟ ସୁରକ୍ଷା ସଂସ୍ଥାର ମାଲିକ ଅଟନ୍ତି । ସେ ମଧ୍ୟ କିଛି ବଲିଉଡ ଚଳଚ୍ଚିତ୍ରରେ ଭଲ କାମ କରିଛନ୍ତି ।
ଅଭିନେତା ଶାହିର ଶେଖ ଭାରତ ଭଳି ଇଣ୍ଡୋନେସିଆରେ ମଧ୍ୟ ପ୍ରସିଦ୍ଧ ଅଛନ୍ତି । ଇଣ୍ଡୋନେସିଆରେ ସେ ନିଜର ଏକ ପ୍ରଡକ୍ସନ ଘର ଖୋଲିଛନ୍ତି ।
ଦିବ୍ୟଙ୍କା ତ୍ରିପାଠୀ ନିଜ ଅଭିନୟ ସହିତ ସୌନ୍ଦର୍ଯ୍ୟ ପାଇଁ ଜଣାଯାଆନ୍ତି । ସେ ଭୋପାଳରେ ନିଜର ଏକ ନୃତ୍ୟ ଏକାଡେମୀ ପରିଚାଳନା କରୁଛନ୍ତି । ଟିଭିର ବଡ଼ ଅଭିନେତ୍ରୀମାନଙ୍କ ମଧ୍ୟରେ ତାଙ୍କୁ ଗଣାଯାଏ ।
ଗୌତମ ଗୁଲାଟୀ ଏହି ନାମକୁ କିଏ ନ ଜାଣଛି ? ବିଗ ବସ 8 ଟାଇଟଲ ଜିତିଥିବା ଗୌତମ ମଧ୍ୟ ଏକ ବ୍ୟବସାୟୀ ଅଟନ୍ତି । ତାଙ୍କର ଦିଲ୍ଲୀରେ ଏକ ପ୍ରସିଦ୍ଧ ନାଇଟ କ୍ଲବ ଅଛି ।
ଅଭିନେତ୍ରୀ ଅଶୋକା ଗୋରାଡିଆ ଏକ ଆଉଟଲେଟ ପରିଚାଳନା କରନ୍ତି । ଏହିସହ ସେ ମଧ୍ୟ କିଛି ବର୍ଷ ପୂର୍ବ ଏକ ସୌନ୍ଦର୍ଯ୍ୟ ପରିସର ଲଞ୍ଚ କରିଥିଲେ ।
କରନ କୁଂନ୍ଦ୍ରା ନିଜ ପିତାଙ୍କ ସହ ବ୍ୟବସାୟ କରନ୍ତି । ଏହା ବ୍ୟତୀତ ସେ ମଧ୍ୟ ଏକ କଲ ସେଣ୍ଟର ପରିଚାଳନା କରନ୍ତି ।
ବାହାବିଜ ଦୋରାବଜୀ ନିଜ ଘର ପୁନେରେ ଏକ ବେକେରୀ ପରିଚାଳନା କରୁଛନ୍ତି , ଯାହା ଖୁବ ପ୍ରସିଦ୍ଧ ଅଟେ ।
ନିଜର ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ସଂଜୀଦା ଶେଖ ଏକ ବ୍ୟୁଟିପାର୍ଲର ମାଳିକାଣୀ ଅଟନ୍ତି ।
ଅଭିନେତା ଅର୍ଜୁନ ବିଜଲାନୀଙ୍କର ମୁମ୍ବାଇର ଏକ ମଦ ଦୋକାନ ଅଛି । ଏହା ସହିତ ସେ ବକ୍ସ କ୍ରିକେଟ ଲିଗର ଏକ ଦଳର ସହ-ମାଲିକ ମଧ୍ୟ ଅଟନ୍ତି ।