ସାର୍କ ମାଛର ନାମ ଶୁଣିବା ମାତ୍ରେ ହିଁ ତାର ଭୟଙ୍କର ମୁହଁ ସାମ୍ନା କୁ ଆସିଯାଏ। ସାର୍କ ସବୁବେଳେ ମଣିଷ ର ଦୃଷ୍ଟି ଆକର୍ଷଣ କରିଥାଏ।କେତେବେଳେ ଭୟଙ୍କର ହେବା କାରଣ ରୁ ତ କେତେବେଳେ ଶକ୍ତି ର କାରଣରୁ। ଏ ପର୍ଯ୍ୟନ୍ତ ଆପଣ ବହୁତ ପ୍ରକାର ସାର୍କ୍ ଦେଖିଥିବେ, କିନ୍ତୁ ଆଜି ଆପଣଙ୍କୁ ଆମେ ଦୁଇଟି ମୁଣ୍ଡ ଥିବା ସାର୍କ ବିଷୟରେ କହିବାକୁ ଯାଉଛୁ। ମହାରାଷ୍ଟ୍ର ର ପାଲଘର ର ଏକ ଛୋଟ ଗାଁ ସତପତି ରେ ଏ ଦୁର୍ଲଭ ସାର୍କ ର ଛୁଆ ଦେଖିବାକୁ ମିଳିଛି। ଯାହାର ଫଟୋ ସୋସିଆଲ ମିଡିଆରେ ଭସିରାଲ ହେବାକୁ ଲାଗିଛି।
ନିତିନ ପାଟିଲ ନାମକ ମତ୍ସ୍ୟଜୀବି ଏହି ଦୁଇଟି ମୁଣ୍ଡ ଥିବା ଦୁର୍ଲଭ ସାର୍କ ର ଛୁଆ କୁ ଧରିଥିଲେ।ସେ କହିଲେ କି ପ୍ରତିଦିନ ଭଳି ସମୁଦ୍ର କୂଳକୁ ମାଛ ଧରିବାକୁ ଯାଇଥିଲେ। ଯେଉଁଠି ଏହି ସାର୍କ ର ଛୁଆକୁ ଦେଖି ତାଙ୍କ ହୋସ ଉଡିଯାଇଥିଲା।
ଦୁଇଟି ମୁଣ୍ଡ ଥିବା ସାପ ତ ଦେଖିବାକୁ ମିଳିଯାଏ କିନ୍ତୁ ଦୁଇଟି ମୁଣ୍ଡ ଥିବା ମାଛ ଦେଖିବା ଏକ ଆଶ୍ଚର୍ଯ୍ୟ ର ଘଟଣା। ଏହି ସାର୍କ ର ଫଟୋ ଏବେ ଇଣ୍ଟରନେଟ ରେ ଭାଇରାଲ ହେବାକୁ ଲାଗିଛି।
ଏହି ସାର୍କ ଛୁଆ ର ଲମ୍ବା ୬ ଇଞ୍ଚ ବୋଲି କୁହାଯାଉଛି ଏବଂ ଏହାର ଦୁଇଟି ମୁଣ୍ଡ ଅଛି।
ସେଣ୍ଟ୍ରାଲ ମାରିନ ଫିସରିଜ ରିସର୍ଚ୍ଚ ଇନଷ୍ଟିଚୁ୍ଟ ର ବୈଜ୍ଞାନିକ ମାନେ କହିଛନ୍ତି ଦୁଇଟି ମୁଣ୍ଡ ଥିବା ସାର୍କ ମିଳିବା ଦେଶ ରେ ଏହା ପ୍ରଥମ ଘଟଣା।ଏହା ପୂର୍ବରୁ ଭାରତରେ କେବେବି ଏଭଳି ସାର୍କ ଦେଖାଯାଇ ନାହିଁ।
କିଛି ବର୍ଷ ପୂର୍ବରୁ ମେକ୍ସିକୋ ର ସୋଧ କର୍ମଚାରୀ ମାନେ ଦୁଇଟି ମୁଣ୍ଡ ଥିବା ସାର୍କ କୁ ପାଇଥିଲେ। ୨୦୧୬ ମସିହା ପରେ ଏହା ଦ୍ଵିତୀୟ ଘଟଣା।
ଡାକ୍ତର ମାନେ କହିଛନ୍ତି ଯେ ଏହି ଦୁର୍ଲଭ ଘଟଣାକୁ ଡିସେଫରି କୁହାଯାଏ। ଏବଂ ଏହା ଅନ୍ୟ ପଶୁଙ୍କ ପ୍ରଜାତି ରେ ମଧ୍ୟ ବିସଂଗତି ଦେଖାଯାଇ ପରେ। ଏହା ଭ୍ରୁଣ ର ଖରାପ କାରଣରୁ ହୋଇପାରେ।
କହିଦଉଛୁ କି ସାର୍କ ମାଛ ପୃଥିବୀର ସବୁଠାରୁ ଅଧିକ ବର୍ଷ ବଞ୍ଚୁଥିବା ପ୍ରାଣୀ ଅଟେ। ଏହା ପାଖା ପାଖି ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପରେ ଏବଂ ଏହା ବହୁତ ଚଞ୍ଚଳ ମଧ୍ୟ ହୋଇଥାନ୍ତି। ଦୁନିଆର ସବୁଠୁ ଚଞ୍ଚଳ ସେଲମନ ସାର୍କ ଘଣ୍ଟା ପ୍ରତି ୫୫ ମାଇଲ୍ ର ବେଗ ରେ ପହଁରୁଥାଏ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।