ୟୁନାଇଟେଡ଼ କିଙ୍ଗଡମ(United Kingdom)ର ଓ୍ବେଲ୍ସ(Wales)ର ହଠାତ ହିଁ ଦୁଲାଇସ ନଦୀ(Dulais River)ର ପାଣି ଧଳା ହୋଇ ଯାଇଥିଲା। ନଦୀରୁ ପାଣି ବଦଳରେ କ୍ଷୀର ବୋହିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇ ଯାଇଛି। କିନ୍ତୁ ଏହା କୈାଣସି ଚ-ମ-ତ୍କା-ର ନଥିଲା। ବାସ୍ତବରେ, କୈାଣସି ଗୋଟିଏ ଖାସ କାରଣରୁ ନଦୀର ପାଣି ଧଳା ହୋଇ ଯାଇଥିଲା।
ଆପଣମାନେ ଆଜି ପର୍ଯ୍ୟନ୍ତ କ୍ଷୀର ନଦୀ ବୋହୁଥିବାର ଲୋକକଥା ଶୁଣିଥିବେ। କିନ୍ତୁ ୟୁକେର ଓ୍ବେଲ୍ସରେ ରହୁଥିବା ଲୋକ ଏହାକୁ ସାକ୍ଷାତ ଦେଖି ମଧ୍ୟ ସାରିଛନ୍ତି। ୧୫ଅପ୍ରେଲରେ ହଠାତ ଓ୍ଵେଲ୍ସରୁ ବୋହୁଥିବା ଦୁଲାଇସ ନଦୀର ପାଣି ଧଳା ହୋଇ ଯାଇଥିଲା। ନଦୀରୁ ପାଣି ବଦଳରେ କ୍ଷୀର ବୋହୁଥିବାର ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ବାସ୍ତବରେ ନଦୀ ପାଖରେ ହିଁ ଗୋଟିଏ ଦୁ-ର୍ଘ-ଟ-ଣା-ରେ କ୍ଷୀରରେ ଭରା ଟ୍ରକ ଓଲଟି ପଡିଥିଲା, ଯେଉଁ କାରଣରୁ ସବୁଯାକ କ୍ଷୀର ନଦୀରେ ହିଁ ବୋହି ଯାଇଥିଲା। ଏହାଦ୍ଵାରା ନଦୀର ପାଣି ଧଳା ହୋଇ ଯାଇଥିଲା।
ଭାଇରାଲ ହେଲା ଭିଡିଓ
When a milk tanker overturns in the river #llanwrda #wales #milk pic.twitter.com/vnyhr5FXBi
— May 🏴 (@MayLewis19) April 14, 2021
ସୋସିଆଲ ମିଡିଆରେ ୟୁକେର ଏହି ଭିଡିଓ ଜୋରରେ ଭାଇରାଲ ହେଉଛି। ୧୫ଅପ୍ରେଲ ସନ୍ଧ୍ୟା Carmarthenshireରେ କ୍ଷୀରରେ ଭରା ଗୋଟିଏ ଟ୍ରକ ଓଲଟି ପଡିଥିଲା। ଏହାଦ୍ଵାରା ଚାରି ଆଡକୁ କ୍ଷୀର ଢଳି ଯାଇଥିଲା। ଏହି କ୍ଷୀର ଯାଇ ନଦୀରେ ମିଶିଥିଲା ଯାହାଦ୍ଵାରା ସାର ନଦୀର ପାଣି ଧଳା ହୋଇ ଯାଇଥିଲା। ନେଚୁରାଲ ରିସୋର୍ସୋସ ଓ୍ବେଲ୍ସ (Natural Resources Wales, NRW) କ୍ଷୀରର ଗୁଣବତ୍ତା ବିଷୟରେ କିଛି ବି କହିନାହାନ୍ତି। ହେଲେ ଏହି କାରଣରୁ ନଦୀର ପାଣି ଧଳା ହୋଇ ଯାଇଥିଲା, ଏହା ସ୍ପଷ୍ଟ କରି ଦେଇଛନ୍ତି।
ଦୂର ପର୍ଯ୍ୟନ୍ତ ବୋହିଥିଲା କ୍ଷୀର
ଦୁଲାଇସ ନଦୀର ଧଳା ହୋଇ ଯାଇଥିବା ପାଣି ବହୁତ ଦୂର ପର୍ଯ୍ୟନ୍ତ ବୋହିଥିଲା। ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ କି ବାସ୍ତବରେ ନଦୀର ପାଣି ଧଳା କେମିତି ହୋଇ ଯାଇଥିଲା। ଲୋକମାନେ ବାଲଟି ଏବଂ ଅନେକ ପ୍ରକାରର ବାସନରେ କ୍ଷୀର ଜମା କରୁଥିବାର ଦେଖାଯାଇଥିଲେ। କିନ୍ତୁ ଏହାର ଗୁଣବତ୍ତାକୁ ନେଇ ସ-ନ୍ଦେ-ହ ଜନ୍ମିଛି। ଅନେକ ଲୋକ ପ୍ରଥମେ ଏହାକୁ ଚ-ମ-ତ୍କା-ର ବୋଲି କହିଥିଲେ। ହେଲେ,ପରେ ନଦୀ ପାଣିର ଧଳା ରଙ୍ଗରେ ପରିବର୍ତ୍ତନ ହେବା ସମସ୍ତଙ୍କୁ ବୁଝା ପଡ଼ିଥିଲା।