ଟ୍ରଲ କରି ଉର୍ମିଳା ମାତୋଣ୍ଡକରଙ୍କ ସ୍ୱାମୀକୁ କହିଲେ ପାକିସ୍ତାନୀ ଆତଙ୍କବାଦୀ, ଦଃଖରେ ଭାଙ୍ଗି ପଡିଲେ ଅଭନେତ୍ରୀ

ମୁମ୍ବାଇ: ବଲିଉଡରେ ‘ଛମ୍ମା ଛମ୍ମା’ ଝିଅ ନାମରେ ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର (Urmila Matondkar) ଆଜିର ସମୟରେ ସିନେମା ଠାରୁ ଦୂର ଏବଂ ରାଜନୀତିରେ ବହୁତ ଏକ୍ଟିଭ ନଜର ଆସୁଛନ୍ତି। ଏହି ସମୟରେ ଅଭିନେତ୍ରୀଙ୍କର ଇନଷ୍ଟାଗ୍ରାମ ଏକାଉଣ୍ଟ ହୈକ ହୋଇଯାଇଥିଲା। ଏବେ ଉର୍ମିଳା ଏକ ଇଣ୍ଟରବ୍ୟୁରେ ନିଜ କଷ୍ଟ ବିଷୟରେ ଜଣାଇଛନ୍ତି। ଉର୍ମିଳାଙ୍କର କହିବା କଥା ହେଉଛି କି ତାଙ୍କ କଶ୍ମୀରୀ ସ୍ୱାମୀ ମୋହସିନ ଅଖ୍ତର ମୀରଙ୍କୁ ଶୋଶିଆଲ ମିଡ଼ିଆରେ ଲଗାତର ଅପମାନିତ କରାଯାଉଛି। କେବଳ ଏତିକି ନୁହେଁ ତାଙ୍କୁ ପାକିସ୍ତାନୀ ଆତଙ୍କବାଦୀ ବୋଲି କହି ତାଙ୍କର ମଜାକ ଉଡାଯାଉଛି।

ଇଣ୍ଟରବ୍ୟୁରେ ଉର୍ମିଳା କହିଛନ୍ତି, ମୋ ସ୍ୱାମୀଙ୍କୁ ପାକିସ୍ଥାନର ଆତଙ୍କବାଦୀ ବୋଲି କୁହାଯାଉଛି। କିଛିଲୋକ ମୋର ବିକିପେଡିଆ ପେଜର ଅଭଦ୍ରାମୀ କରିବା ସମୟରେ ସେଠାରେ ମୋ ମାଆର ନାମ ଋଖସାନା ଅହମଦ ଏବଂ ବାପାଙ୍କ ନାମ ଶିବେନ୍ଦ୍ର ସିଂହ କରିଦେଇଛନ୍ତି। ଏହି ଦୁଇଜଣ ଦେଶର କେଉଁଠାରେ ରହୁଛନ୍ତି ମୁଁ ଜାଣି ନାହିଁ। ମୋ ବାପାଙ୍କ ନାମ ଶ୍ରୀକାନ୍ତ ମାତୋଣ୍ଡକର ଏବଂ ମାଆଙ୍କ ନାମ ସୁନୀତା ଅଟେ।

ଉର୍ମିଳା ପୁଣି କହିଥିଲେ-ମୋ‌ ସ୍ୱାମୀ କଶ୍ମୀରୀ ମୁସଲିମ ଅଟନ୍ତି। ଆମେ ଦୁଇଜଣ ସମାନ ଭାବରେ ନିଜ-ନିଜ ଧର୍ମକୁ ପାଳନ କରିଥାଉ। ଏହି କାରଣରୁ କିଛି ଲୋକ ମୋ ସ୍ୱାମୀ ଏବଂ ତାଙ୍କ ପରିବାରକୁ ଲଗାତର ରହସ୍ୟ କରି ଚାଲିଛନ୍ତି।

ଜଣା ଯାଉଛି କି ଉର୍ମିଳା ମାତୋଣ୍ଡକର ଅଗଷ୍ଟ,୨୦୧୯ରେ ଜାମ୍ମୁ-କାଶ୍ମୀରରେ ଧାରା୩୭୦ ହଟିଯିବା ପରେ କେନ୍ଦ୍ରସରକାରଙ୍କ ଉପରେ ଲକ୍ଷ୍ୟ ସାଧନ କରିଥିଲେ। ଉର୍ମିଳା କହିଥିଲେ-ମୋ ଶାଶୁ-ଶଶୁର କାଶ୍ମୀରରେ ଅଛନ୍ତି। ଦୁଇଜଣ ଡାଇବେଟିସ ଏବଂ ବ୍ଳଡପ୍ରେଶର ରୋଗରେ ପୀଡିତ ଅଟନ୍ତି। ସେଠାରେ ଇଣ୍ଟରନେଟ ଏବଂ ଫୋନ ବନ୍ଦ ହୋଇଯିବା କାରଣରୁ ମୋ ସ୍ୱାମୀ ପୂର୍ବ ୨୨ଦିନରୁ ନିଜ ବାପା-ମାଆଙ୍କ ସହିତ କଥା ହୋଇପାରି ନାହାନ୍ତି। ମୋତେ ତ ଏହି କଥା ବି ଜଣାନାହିଁ କି ତାଙ୍କ ପାଖରେ ଆବଶ୍ୟକୀୟ ଔଷଧ ମହଜୁଦ ଅଛି କି ନାହିଁ।

ଉର୍ମିଳା ୩ମାର୍ଚ୍ଚ, ୨୦୧୬ରେ ନିଜଠାରୁ ୯ବର୍ଷ ଛୋଟ ମୋହସିନ ମୀର ଅଖ୍ତରଙ୍କୁ ବାହା ହୋଇଥିଲେ। ମୋହସିନ କାଶ୍ମୀରର ବିଜନେସମ୍ୟାନ ଏବଂ ମଡେଲ ଅଟନ୍ତି।ମୋହସିନ ଜୋୟା ଅଖ୍ତରଙ୍କ ନିର୍ଦ୍ଦେଶନାରେ ନିର୍ମିତ ସିନେମା ‘ଲକ ବାୟ ଚାଂସ’ରେ କାମ କରି ସାରିଛନ୍ତି। ଏଥିରେ ସେ ଫରହାନ ଅଖ୍ତରଙ୍କ ସହିତ ମଡେଲିଙ୍ଗ କରୁଥିବାର ନଜର ଆସିଥିଲେ।

ମୋହସିନ କଶ୍ମୀରର ବ୍ୟବସାୟୀ ପରିବାରରୁ ଆସିଛନ୍ତି। କିନ୍ତୁ ସେ ସବୁବେଳେ ମଡେଲ ହେବାର ସ୍ବପ୍ନ ଦେଖୁଥିଲେ। ଏହା ବ୍ୟତୀତ ମୋହସିନ ‘ଚକଦେ ଇଣ୍ଡିଆ’ ଏବଂ ‘ବିଏ’ ପାସ ପରି ସିନେମାରେ କାମ କରିଛନ୍ତି ଏବଂ ଶିଳ୍ପା ଶୁକ୍ଳାଙ୍କ ସହିତ କମେଡି ସିନେମା ‘ମୁମ୍ବାଇ ମସ୍ତ କଲନ୍ଦର’ ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ମୋ‌ହସିନ ପ୍ରସିଦ୍ଧ ଫେଶନ ଡିଜାଇନର ମନୀଷ ମଲହୋତ୍ରାଙ୍କ ପାଇଁ ମଡେଲିଙ୍ଗ କରି ସାରିଛନ୍ତି।

ସେହି, ଉର୍ମିଳାଙ୍କ କଥା କହିବା ତ ଲମ୍ବା ସମୟରୁ ସିନେମା ଠାରୁ ଦୂରରେ ଅଛନ୍ତି।ସେ ଶେଷଥର ୨୦୧୮ରେ ଆସିଥିବା ସିନେମା ବ୍ଳାକମେଲରେ ଆଇଟମ ନମ୍ବର ‘ବେବଫା ବ୍ୟୁଟି’ ରେ ନଜର ଆସିଥିଲେ। ଉର୍ମିଳା ବଡ଼େ ଘରକି ବେଟି, ଡକୈତ, ଚମତ୍କାର, ଦ୍ରୋହୀ, କାନୁନ, ରଙ୍ଗିଲା, ଜୁଦାଇ, ଦୌଡ଼,ସତ୍ୟା, ମସ୍ତ, ଜଙ୍ଗଲୀ, ତହଜୀବ,ଏକ ହସୀନା ଥୀ, ସ୍ପୀଡ ଭଳି କେତେ ସିନେମାରେ କାମ କରିଛନ୍ତି।

୪ଫେବୃଆରୀ,୧୯୭୪ରେ ମୁମ୍ବାଇରେ ଜନ୍ମ ହୋଇଥିବା ଉର୍ମିଳା ପିଲା ଦିନରୁ କଳାକାର ଭାବରେ କ୍ୟାରିୟର ଆରମ୍ଭ କରିଥିଲେ। ଅଭିନେତ୍ରୀ ଉର୍ମିଳାଙ୍କ ପ୍ରଥମ ସିନେମା ‘ନରସିମ୍ହା’ ଥିଲା, କିନ୍ତୁ ପ୍ରକୃତ ପରିଚୟ ତାଙ୍କୁ ରାମଗୋପାଳ ବର୍ମାଙ୍କ ସିନେମା ‘ରଙ୍ଗୀଲା’ ରେ ମିଳିଥିଲା।

୧୯୯୫ରେ ସିନେମା ‘ରଙ୍ଗୀଲା’ରେ କାମ କରିବା ସମୟରେ ହିଁ ରାମଗୋପାଳ ବର୍ମା ଉର୍ମିଳାଙ୍କୁ ହୃଦୟ ଦେଇ ବସିଥିଲେ।ଏକ ସମୟରେ ବଲିଉଡରେ ରାମଗୋପାଳ ଏବଂ ଉର୍ମିଳାଙ୍କ ସଂପର୍କର ଖବର ବହୁତ ଚର୍ଚ୍ଚାରେ ରହିଥିଲା।

ଜଣା ଯାଉଛି କି, ଉର୍ମିଳା ସେପ୍ଟେମ୍ବର ୨୦୧୯ରେ କଂଗ୍ରେସ ପାର୍ଟି ଛାଡି ଦେଇଥିଲେ। ସେହି ସମୟରେ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରୋଙ୍କ ନେତୃତ୍ୱରେ ଶିବସେନାରେ ଅଂଶଗ୍ରହଣ କରି ନେଇଥିଲେ।

Leave a Reply

Your email address will not be published. Required fields are marked *