ବଲିଉଡରେ ନିଜର ଷ୍ଟାଇଲ ଏବଂ ଅନ୍ଦାଜ ପାଇଁ ଲୋକପ୍ରିୟ ଅଭିନେତ୍ରୀ ଉର୍ବଶୀ ରୌତେଲା ଙ୍କର ସୋସିଆଲ ମିଡିଆରେ ଖୁବ ଭଲ ଫ୍ୟାନ ଫୋଲିଂ ରହିଛି । ଅଭିନେତ୍ରୀ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଫୋଟ ଏବଂ ଭିଡ଼ିଓ ସେୟାର କରିଥାନ୍ତି । ଗତ କିଛିଦିନ ତଳେ ଅଭିନେତ୍ରୀଙ୍କର ଏକ ନୂଆ ମ୍ୟୁଜିକ ଭିଡ଼ିଓ ‘ ଡୁବ ଗୟେ ‘ ରିଲିଜ ହୋଇଥିଲା । ଏହି ଗୀତ ରେ ସେ ପଞ୍ଜାବୀ ଗାୟକ ଗୁରୁ ରନ୍ଧାୱା ଙ୍କ ସହିତ ନଜର ଆସିଛନ୍ତି । ଫ୍ୟାନ ମାନଙ୍କୁ ଦୁହିଁଙ୍କ ଯୋଡ଼ି ଖୁବ ପସନ୍ଦ ଆସିଛି । ସୋସିଆଲ ମିଡିଆରେ ଏହି ଗୀତ ଧମାଲ ସୃଷ୍ଟି କରୁଛି । କିନ୍ତୁ ନିକଟରେ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଏହି ଭିଡ଼ିଓ ରେ ତାଙ୍କ ଡାନ୍ସ କୁ ଫ୍ୟାନ ମାନେ ଖୁବ ପସନ୍ଦ କରିଛନ୍ତି ।
View this post on Instagram
ଭିଡ଼ିଓ ରେ ଦେଖିପାରିବେ ଯେ ଅଭିନେତ୍ରୀ ସମୁଦ୍ର କୂଳରେ ଛିଡ଼ା ହୋଇଛନ୍ତି । ସେ କଳା ରଙ୍ଗର ଥାଇ ଥାଇ ସ୍ପ୍ଲିଟ ୱାନ ପିସ ପିନ୍ଧିଥିଲେ । ଖୋଲା କେଶରେ ତାଙ୍କର ଏହି ଡାନ୍ସ ଷ୍ଟାଇଲ କୁ ଫ୍ୟାନ ପସନ୍ଦ କରିଛନ୍ତି । ଭିଡ଼ିଓ ରେ ଦେଖା ଯାଇ ପାରିବ ଯେ ସେ ନିଜର ଗୀତ ଡୁବ ଗୟେ ରେ ଡାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଭିଡ଼ିଓ ରେ ଫ୍ୟାନ ମାନେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଫ୍ୟାନ ମାନଙ୍କ ସହିତ ସେଲିବ୍ରିଟି ମାନେ ମଧ୍ୟ ପ୍ରଶଂସା କରୁଛନ୍ତି । କହିରଖୁଛୁ ଯେ ଡୁବ ଗୟେ ଉର୍ବଶୀ ଏବଂ ଗୁରୁ ରନ୍ଧାୱା ଙ୍କ ରୋମାଣ୍ଟିକ ଗୀତ ଯାହାକୁ ଫ୍ୟାନ ମାନେ ଖୁବ ପସନ୍ଦ କରିଛନ୍ତି ।
View this post on Instagram
ଅଭିନେତ୍ରୀଙ୍କ ୱର୍କଫ୍ରଣ୍ଟ ବିଷୟରେ କହିଲେ ସେ , ‘ ଦ ବ୍ଲାକ ରୋଜ’ , ‘ ଥ୍ରୀତୁତୁ ପୟାଲେ 2 ‘ ଏବଂ ୱେବସିରିଜ ‘ ଇନ୍ସପେକ୍ଟର ଅବିନାଶ ‘ ରେ ନଜର ଆସିବେ । କେବଳ ସେତିକି ନୁହେଁ ଅଭିନେତ୍ରୀ ମିସ୍ତ୍ର ଙ୍କ ଲୋକପ୍ରିୟ ଗାୟକ ରମଦାନ ଙ୍କ ସହିତ ନିଜର ନୂଆ ମ୍ୟୁଜିକ ଏଲବମ ‘ ବର୍ସୋଚେ ‘ ରେ ନଜର ଆସିବେ । କହିରଖୁଛୁ ଯେ ଏହା ପୂର୍ବରୁ ଅଭିନେତ୍ରୀ ‘ ବର୍ଜିନ ଭାନୁପ୍ରିୟା ‘ ରେ ନଜର ଆସିଥିଲେ । ଏହି ଫିଲ୍ମକୁ ଗତ ବର୍ଷ କରୋନା କାରଣରୁ ଓଟିଟି ପ୍ଲାଟଫର୍ମ ରେ ରିଲିଜ କରାଯାଇଥିଲା ।