ଜଣା ଯାଉଛି କି ଭଲ୍ଲାଲଦେବ ଚରିତ୍ର ପାଇଁ ରାଣାଙ୍କୁ ପ୍ରତିଦିନ ୪୦୦୦ କ୍ୟାଲୋରୀ ନେବାକୁ ପଡ଼ିଥିଲା। ଏତେ ବଡ଼ କାର୍ଯ୍ୟ ପାଇଁ ଅଭିନେତା ଏକ ଦିନରେ ୪୦ଟି ଅଣ୍ଡା ଖାଉଥିଲେ।
ସାଉଥ ସୁପରଷ୍ଟାର ରାଣା ଦଗୁବିତୀ ୧୪ଡିସେମ୍ବରରେ ନିଜର ଜନ୍ମଦିନ ଉତ୍ସବ ପାଳନ କରୁଛନ୍ତି। ତାଙ୍କର ସିନେମା ଜଗତରେ ଯାତ୍ରା ବହୁତ ଲମ୍ବା, ଯେଉଁଠାରେ ସେ କେତେଗୁଡ଼ିଏ ଭଲ ସିନେମାରେ ବି କାମ କରିଛନ୍ତି ଯେଉଁଥିପାଇଁ ତାଙ୍କୁ କେତେଗୁଡ଼ିଏ ଉପାଧିରେ ସମ୍ନାନିତ କରାଯାଇଛି। କିନ୍ତୁ ପୁଣି ବି ରାଣାଙ୍କୁ ଯେ କେହି ବି ଭଲ୍ଲାଲଦେବ ଚରିତ୍ରରେ ମନେ ରଖିବାକୁ ଚାହାନ୍ତି। ଦେଶର ସବୁଠାରୁ ସଫଳ ସିନେମା ବାହୁବଳୀରେ ଏକ ଶକ୍ତ ଚରିତ୍ର ଭଲ୍ଲାଲଦେବ ଆଜି ବି ସମସ୍ତଙ୍କ ମନରେ ତାଜା ହୋଇ ରହିଛି। କହିବାକୁ ଗଲେ ସିନେମାରେ ବାହୁବଳୀ ହୋଇଥିବା ପ୍ରଭାସ ମୁଖ୍ୟ ଚରିତ୍ରରେ ଥିଲେ, କିନ୍ତୁ ରାଣାଙ୍କ ବ୍ୟତୀତ ଏହି ସିନେମା ବିଷୟରେ କେବେବି ଚିନ୍ତା କରାଯାଇ ନପାରେ।
କେମିତି ପ୍ରସ୍ତୁତ ହୋଇଥିଲା ଭଲ୍ଲାଲଦେବର ଚରିତ୍ର ?
ଭଲ୍ଲାଲଦେବ ହେବାପାଇଁ ରାଣା ବହୁତ ପରିଶ୍ରମ କରିଥିଲେ।ସେ ଏତେ ଧ୍ୟାନର ସହ କାମ କରିଥିଲେ କି ତାଙ୍କୁ ଏହି ସିନେମାର ପ୍ରସ୍ତୁତି ସମୟରେ ନିଜ ଶରୀରକୁ ଶାରୀରିକ ରୂପେ ସମ୍ମୁଖୀନ କରିବାକୁ ପଡ଼ିଥିଲା। ଜଣା ଯାଉଛି କି ଭଲ୍ଲାଲଦେବର ଚରିତ୍ର ପାଇଁ ରାଣାଙ୍କୁ ପ୍ରତିଦିନ ୪୦୦୦ କ୍ୟାଲୋରୀ ନେବାକୁ ପଡ଼ୁଥିଲା। ଏତେ ବଡ଼ କାର୍ଯ୍ୟ ପାଇଁ ଅଭିନେତା ଏକ ଦିନରେ ୪୦ଟି ଅଣ୍ଡା ଖାଉଥିଲେ। ଏହା ବ୍ୟତୀତ ସେ ଜିମରେ ପ୍ରତିଦିନ ୮ଘଣ୍ଟା ଝାଳ ବୁହାଉଥିଲେ।ଏକ ସାଧାରଣ ମଣିଷ ପ୍ରତିଦିନ କେବଳ ତିନିଥର ଖାଦ୍ୟ ଖାଇଥାଏ, କିନ୍ତୁ ଭଲ୍ଲାଲଦେବ ହେବାପାଇଁ ରାଣା ଏକ ଦିନରେ ଆଠଥର ଖାଦ୍ୟ ଖାଉଥିଲେ। ପ୍ରତି ଦୁଇ ଘଣ୍ଟାରେ ଭାତ ବି ଖାଉଥିଲେ।
ଅଭିନେତାଙ୍କ ମୁତାବକ ଏହି ଚରିତ୍ର ପାଇଁ ସେ ତାଙ୍କ ଓଜନ ୧୦୦କିଲୋ ପର୍ଯ୍ୟନ୍ତ ବଢାଇ ଦେଇଥିଲେ। ଏମିତି ଓଜନରେ ଯେ କୌଣସି ମଣିଷର ବି ପେଟ ବାହାରକୁ ବାହାରି ପଡିବ, କିନ୍ତୁ ରାଣା ନିଜ ଶରୀର ଉପରେ ଏତେ ପରିଶ୍ରମ କରିଥିଲେ କି ତାଙ୍କର ସେହି ବଢ଼ିଥିବା ଓଜନ କେବଳ ଆଉ କେବଳ ମସଲ୍ସ ରୂପରେ ହିଁ ଦେଖାଯାଉଥିଲା।ଏହାଦ୍ଵାରା ସମସ୍ତଙ୍କୁ କେବଳ ଭଲ୍ଲାଲଦେବଙ୍କର ବଡ଼ି ଦେଖିବାକୁ ମିଳିଥିଲା।
ରାଣାଙ୍କର ସିନେମା ଯାତ୍ରା
ଏହାଛଡା ରାଣା ଦଗୁବାତୀ ବଲିଉଡରେ ଆହୁରି କେତେଗୁଡ଼ିଏ ସିନେମାରେ ବି କାମ କରିଛନ୍ତି।ସେ ବିପାଶା ବାସୁଙ୍କ ସହିତ ବି ସିନେମା କରିଛନ୍ତି ଏବଂ ସେ ଖିଲାଡ଼ି କୁମାର ଅକ୍ଷୟଙ୍କ ସହିତ ବି ସ୍କ୍ରିନ ଶେୟାର କରିଛନ୍ତି।ସେ ବଲିଉଡରେ କମ ସମୟରେ କେତେ ପ୍ରକାର ଚରିତ୍ରରେ ଅଭିନୟ କରିଛନ୍ତି।ସାଉଥରେ ତ ସେ ଅଲଗା ପ୍ରକାରର ପ୍ରସିଦ୍ଧି ଲାଭ କରିଛନ୍ତି। ତାଙ୍କର ଏକ୍ସନ ବି ଏମିତି ସ୍ତରରେ ଦେଖିବାକୁ ମିଳେ କି ସମସ୍ତେ ତାଙ୍କର ପ୍ରଶଂସା କରନ୍ତି। ଏହା ବ୍ୟତୀତ ଜଣା ଯାଉଛି କି ଭଲ୍ଲାଲଦେବ କୋରୋନା ସମୟରେ ବାହା ହୋଇ ସାରିଛନ୍ତି।ସେ ମିହିକା ବଜାଜଙ୍କ ସହିତ ସାତଫେରା ନେଇଛନ୍ତି।ଶୋଶିଆଲ ମିଡ଼ିଆରେ ତାଙ୍କ ବାହାଘରର ସମସ୍ତ ଫଟୋ ଭାଇରାଲ ହୋଇଯାଇଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।