ଅନେକ ଲାଭଦାୟକ ହୋଇଥାଏ ଭୁରସଙ୍ଗ ପତ୍ର, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ମଧ୍ୟ କରିଥାଏ ସାହାଯ୍ୟ; ଏମିତି କରନ୍ତୁ ବ୍ୟବହାର

ସାମ୍ବର,ଉପମା,ବଡା- ଏହି ପ୍ରକାରର ସାଉଥ ଇଣ୍ଡିଆନ ଖାଦ୍ୟ ରାନ୍ଧିବା ସମୟରେ ଭୋଜନର ସ୍ବାଦ ବଢ଼ାଇବା ପାଇଁ ଆପଣ ମଧ୍ୟ ତରକାରୀ ପତ୍ରର ବ୍ୟବହାର ନିଶ୍ଚିତ କରୁଥିବେ। କିନ୍ତୁ କଣ ଆପଣ ଜାଣିଛନ୍ତି କି ଭୁରସଙ୍ଗ ପତ୍ର ଆପଣଙ୍କ ଶରୀର ପାଇଁ ମଧ୍ୟ ଲାଭଦାୟକ ଅଟେ (Health benefits of Curry leaf)। ପ୍ରାକୃତିକ ଉପଚାର ଭାବରେ ଆୟୁର୍ବେଦ (Ayurveda)ରେ ବ୍ଲଡ଼ ପ୍ରେଶର, ବଦହଜମୀ ଏବଂ ଏନୀମିୟା ଭଳି ଅନେକ ରୋଗର ଚିକିତ୍ସାରେ ଭୁରସଙ୍ଗ ପତ୍ରର ବ୍ୟବହାର ହୋଇଥାଏ। ଭିଟାମିନ ଏ,ବି,ସି, ଫାଇବର, ପ୍ରୋଟିନ, ଆଇରନରେ ଭରପୂର ଭୁରସଙ୍ଗ ପତ୍ର ଆପଣଙ୍କୁ କେଉଁ କେଉଁ ରୋଗରୁ ବଞ୍ଚାଇବାରେ ସାହାଯ୍ୟ କରି ପାରିବ, ଏଠାରେ ଜାଣନ୍ତୁ।

ଭୁରସଙ୍ଗ ପତ୍ରରେ ଆଣ୍ଟି ବ୍ୟାକ୍ଟେରିଆ,ଆଣ୍ଟି ଇନପ୍ଲେମେଟରୀ ଏବଂ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଥାଏ ଏବଂ ଯଦି ସକାଳୁ ଖାଲି ପେଟରେ ଭୁରସଙ୍ଗ ପତ୍ରର ସେବନ କରାଯିବ(Curry leaf on empty stomach) ତାହେଲେ ଏହା ପ୍ରାକୃତିକ ରୂପରେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ୩ ରୁ ୪ଟି ତରକାରୀ ପତ୍ରକୁ ୩ ରୁ ୪ଟି ତୁଳସୀ ପତ୍ର ସହିତ ଶିଳରେ ଭଲଭାବରେ ବାଟି ଦିଅନ୍ତୁ ଏବଂ ବଟାକୁ ଗୋଟିଏ ପାତ୍ରକୁ ବାହରକରି ଦିଅନ୍ତୁ। ଏଥିରେ ଗୋଟିଏ ଚାମଚ ମହୁ ମିଶାଇ ପ୍ରତିଦିନ ସକାଳୁ ଖାଲି ପେଟରେ ସେବନ କରନ୍ତୁ(Curry leaf, Tulsi leaf and Honey)। ଏହାଦ୍ଵାରା ଆପଣଙ୍କ ରୋଗ ସହିତ ଲଢିବାର କ୍ଷ-ମ-ତା ବା ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହେବ ଏବଂ ଆପଣ କୋରୋନା ସଂକ୍ରମଣରୁ ବ-ଞ୍ଚି ରହିବେ।

ଭୁରସଙ୍ଗ ପତ୍ରରେ ରହିଛି ଆହୁରି ମଧ୍ୟ ଅନେକ ପ୍ରକାର ଫାଇଦା

– ଭୁରସଙ୍ଗ ପତ୍ରର ରସରେ ୧ ଚାମଚ ଲେମ୍ବୁ ରସ ଏବଂ ଅଳ୍ପ ଟିକେ ଗୁଡ଼ ମିଶାଇ ଖାଇବା ଦ୍ଵାରା ହାକୁଟି ଏବଂ ବାନ୍ତି (Nausea and vomiting)ର ସମସ୍ୟାରୁ ଆରାମ ମିଳିଥାଏ।ଏହା ସହିତ ଯଦି ପେଟ ଖରାପ କିମ୍ବା ଡାଇରିଆର ସମସ୍ୟା ରହିଛି ତାହେଲେ ସେଥିରେ ମଧ୍ୟ ସାହାଯ୍ୟ କରେ ତରକାରୀ ପତ୍ର।

– କେଉଁଠାରେ କ୍ଷ-ତ ହୋଇଥିଲେ, ଚର୍ମ କୁଣ୍ଡେଇ ହେଉଥିଲେ, ଉଜ୍ବଳତା ଚାଲି ଯାଇଥିଲେ କିମ୍ବା ଚର୍ମରେ ଜ୍ବଳନ ହେଉଥାଏ (Skin Problems) ତାହେଲେ ଏଥିରେ ମଧ୍ୟ ଭୁରସଙ୍ଗ ପତ୍ର ଆପଣଙ୍କୁ ସାହାଯ୍ୟ କରି ପାରିବ। ତରକାରୀ ପତ୍ରରେ ପାଣି ମିଶାଇ ପେଷ୍ଟ କରନ୍ତୁ ଏବଂ ସ୍କିନରେ ଲଗାନ୍ତୁ। ଏହା ଆଣ୍ଟିସେପ୍ଟିକର କାମ କରିଥାଏ।

– ଭୁରସଙ୍ଗ ପତ୍ର ଆଇରନ ଏବଂ ଫୋଲିକ ଏସିଡରେ ଭରି ହୋଇ ରହିଥାଏ ଏଥିପାଇଁ ଏହା ଏମୀନିଆ(Anemia) ବା ରକ୍ତ କମିର ରୋଗକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ।

– ପ୍ରତିଦିନ ଭୁରସଙ୍ଗ ପତ୍ର ଚୋବାଇବା ଦ୍ଵାରା କିମ୍ବା ପୁଣି ତରକାରୀ ପତ୍ରର ଚାହା ପିଇବା ଦ୍ବାରା କୋଲେଷ୍ଟ୍ରଲ ସହିତ ହିଁ ଓଜନ କମାଇବା(Weight Loss)ରେ ସାହାଯ୍ୟ କରିଥାଏ। ତରକାରୀ ପତ୍ର ଅତିରିକ୍ତ ଫ୍ୟାଟକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ।

– ଆଖିର ଉଜ୍ବଳତା (Eye sight) ବଢାଇ ମୋତିଆବିନ୍ଦୁର ସମସ୍ୟା ହେବାରୁ ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ ଭୁରସଙ୍ଗ ପତ୍ର।ଏହାର କାରଣ ଏହା ହେଉଛି କି ଭୁରସଙ୍ଗ ପତ୍ର ଭିଟାମିନ ଏ ରେ ଭରି ହୋଇ ରହିଥାଏ ଯାହା ଆଖି ପାଇଁ ଲାଭଦାୟକ ବୋଲି ମନା ଯାଇଥାଏ।

Leave a Reply

Your email address will not be published. Required fields are marked *