ସୋସିଆଲ ମିଡିଆରେ ଏକ ଭିଡିଓ ଶୀଘ୍ର ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ସାର୍କ ଏବଂ ମତ୍ସ୍ୟଜୀବୀ ମଧ୍ୟରେ ଲ-ଢେ଼-ଇ ହେଉଥିବା ଦେଖିବାକୁ ମିଳିଛି। ସାର୍କ ଦାନ୍ତରେ କାମୁଡି ମତ୍ସ୍ୟଜୀବୀ ଗ୍ରାହାମଙ୍କୁ ପାଣି ଭିତରକୁ ନେବାକୁ ଚେ-ଷ୍ଟା କରୁଛି। ଏପଟେ ଗ୍ରାହାମ୍ ତାଙ୍କ ମାଛ ଧରିବା ବାଡ଼ିରେ ସାର୍କ ଠାରୁ ଖସିଯିବାକୁ ଚେ-ଷ୍ଟା କରୁଛନ୍ତି । ଡଙ୍ଗା ଓଲଟିବା ପରେ ଗ୍ରାହାମ ପାଣିରେ ବୁଡି ଯାଇଥିଲେ।
ଗ୍ରାହାମ୍ ସମୁଦ୍ର ଭିତରକୁ ଟାଣି ହେଇଥିବା ପରେ ଏହି ପୋର୍ବିଲ୍, ମାକେରଲ ସାର୍କ ସହ ଅତି ଚତୁରତାର ସହ ୨୦ମିନିଟ୍ ପର୍ଯ୍ୟନ୍ତ ଲ-ଢେ଼-ଇ କରିଥିଲେ। ଏହି ଭ-ୟ-ଭୀ-ତ କରିଦେବା ଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସାର୍କ ଲଗାତାର ଭାବରେ ନିଜ ଦାନ୍ତରେ ଗ୍ରାହାମଙ୍କୁ ଟାଣି ଜଳକୁ ନେବାକୁ ଚେଷ୍ଟା କରୁଥିବାବେଳେ ଗ୍ରାହାମ ଏକ ମାଛ ଧରିବା ବାଡ଼ିରେ ବଡ ସାର୍କର ସାମ୍ନା କରୁଛନ୍ତି ।
ପୋର୍ବିଲ୍ ଏକ ଚତୁର ସାର୍କ ମାଛ
୪୩ବର୍ଷିୟ ମତ୍ସ୍ୟଜୀବୀ ଗ୍ରାହାମ କହିଛନ୍ତି ଯେ ସେ ପ୍ରାୟତଃ ଆୟର୍ଲାଣ୍ଡର ଡୋନେଗାଲରେ ମାଛ ଧରିବାକୁ ଯାଆନ୍ତି। ବେଳେବେଳେ ଏହା ଏକ ସହଜ କାର୍ଯ୍ୟ ହୋଇଥାଏ, କିନ୍ତୁ ଥରେ ଯଦି ଆପଣ ପାଣି ଭିତରକୁ ଚାଲିଗଲେ, ତା’ପରେ ଅନେକ ସମସ୍ୟା ହୋଇପାରେ । ସେ କହିଥିଲେ ଯେ ପୋର୍ବେଲ ଏକ ଚତୁର ସାର୍କ । ଏହି ସାର୍କ ହାବୁଡ଼ରୁ ବ-ଞ୍ଚି-ବା ଅତ୍ୟନ୍ତ କଷ୍ଟକର । ସେ କହିଥିଲେ ପ୍ରାୟ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ସେ ସାର୍କ ସହିତ ଲ-ଢି-ଥି-ଲେ।
ଘ-ଟ-ଣା-ରେ ହଜାରେରୁ ଅଧିକ କ୍ଷ-ତି
ଗ୍ରାହାମ୍ କହିଛନ୍ତି ଯେ ସେ ସେଠାରେ ଥିବା କିଛି ଲୋକଙ୍କୁ ସେ କହିଲେ ତୁମେ ମୋତେ ଏହି ସାମଗ୍ରୀ ମଧ୍ୟରୁ ଏକ ତଉଲିଆ ଦିଅ, ଯାହାଫଳରେ ସେ ସାର୍କକୁ ଉଠାଇ ପାରିବେ । କିନ୍ତୁ ଏହାପୂର୍ବରୁ ସାର୍କ ତାଙ୍କ ଉପରେ ଆ-କ୍ର-ମ-ଣ କରିଦେଲା ଏବଂ ସେମାନଙ୍କ ଡଙ୍ଗା ବୁଡ଼ି ଗଲା। ଏହି ଭ-ୟ-ଙ୍କ-ର ଲ-ଢେ-ଇ-ରେ ଗ୍ରାହାମଙ୍କ GoFish କ୍ୟାମେରା, GoPro ଏବଂ ତାଙ୍କର Huawei P30 ମୋବାଇଲ୍ ଫୋନ୍ ହଜି ଯାଇଛି । ସେ କହିଛନ୍ତି ଯେ ଏହି ଘ-ଟ-ଣା-ରେ ସେ ପ୍ରାୟ ୪୦ ହଜାର ଟଙ୍କାର ଜିନିଷ ହରାଇଛନ୍ତି।