ଦେଖନ୍ତୁ Video : କାଉ ଏକ ପକ୍ଷୀ ଛୁଆକୁ ନିଜ ପଞ୍ଝାରେ ଜାବୁଡି ଧରିଥିଲା , ମା ଥଣ୍ଟରେ ଖୁମ୍ପି ଉଦ୍ଧାର କଲା

ନିଜ ଜୀବନ ବଞ୍ଚାଇବା ପାଇଁ କୌଣସି ବ୍ୟକ୍ତି ନିଜ ଜୀବନକୁ ବାଜିଲଗେଇ ଦେଇଥାଏ । ଯେତେବେଳେ ପିଲାଙ୍କ କଥା ଆସେ ସେତେବେଳେ କୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ରୁହନ୍ତି । କିଛି ଏହିଭଳି ଦୃଶ୍ୟ ପକ୍ଷୀମାନଙ୍କ ମଧ୍ୟରେ ହୋଇଥିବା ଯୁ-ଦ୍ଧରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମନୁଷ୍ୟ କିମ୍ବା ପଶୁପକ୍ଷୀ ନୁହଁନ୍ତି ବରଂ ଦୁଇ ପ୍ରଜାତିର ପକ୍ଷୀମାନଙ୍କ ଭିତରେ ଯୁ-ଦ୍ଧ ଚାଲୁଛି ।

କୁଆଟି ପକ୍ଷୀ ଶାବକମାନଙ୍କ ଉପରେ ଆ-କ୍ର-ମ-ଣ କରିଥିଲା :

ଦୁଇ ପ୍ରଜାତିର ପକ୍ଷୀମାନଙ୍କ କଥା କହିବାକୁ ଗଲେ,ଏଥିରେ ଏକ ଚତୁର କୁଆ ପକ୍ଷୀ ଶାବକଙ୍କୁ ନିଜ ପଞ୍ଝାରେ ଜାବୁଡି ଧରିଛି । ନିଜ ଜୀବନ ବଞ୍ଚାଇବା ପାଇଁ ଏହି ପକ୍ଷୀଟିର ଶାବକ ଜୋରରେ ଚି-ତ୍କା-ର କରିବାକୁ ଲାଗିଲା । ଏହା ଦେଖି ସେଠାରେ ଉପସ୍ଥିତ ଥିବା ମା କୁଆ ସହ ଲ-ଢ଼ି-ବା ଆରମ୍ଭ କରିଦେଲା । ଶାବକଟିକୁ ମୁକ୍ତ କରିବା ପର୍ଯ୍ୟନ୍ତ ମା କୁଆଟି ସହ ଯୁ-ଦ୍ଧ କଲା । ପକ୍ଷୀ ନିଜ ଥଣ୍ଟରେ କୁଆକୁ ଖୁମ୍ପିବାକୁ ଲାଗିଲା ।

ଥଣ୍ଟରେ ଖୁମ୍ପି ଖୁମ୍ପି ପକ୍ଷୀଟି ଜୀବନ ବଞ୍ଚାଇଲା :

 

View this post on Instagram

 

A post shared by Dominique Biniou II (@dbiniou)

ନିଜ ଶାବକକୁ ବଞ୍ଚାଇବା ପାଇଁ ପକ୍ଷୀ ମା ନିଜର ସମସ୍ତ ବଳ ଲଗାଇଦେଲା । ପରେ କାଉଟିକୁ ପକ୍ଷୀର ଶିଶୁକୁ ଛାଡିବାକୁ ପଡିଲା । ଏହି ଭିଡ଼ିଓଟିକୁ ଦେଖି କୌଣସି ବ୍ୟକ୍ତି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଆପଣଙ୍କୁ ଦେଖିବାକୁ ମିଳିବ ଯେ ପକ୍ଷୀଟି ନିଜ ଶାବକମାନଙ୍କୁ ବଞ୍ଚାଇବା ଲାଗି କେତେ ଚେଷ୍ଟା କରିଛି । ଏହି ଭିଡ଼ିଓରେ ଲୋକମାନେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *