ଭାଇରାଲ ଅଡିଓକୁ ନେଇ ମୁହଁ ଖୋଲିଲେ ବାବୁଶାନ ମହାନ୍ତି , ଦେଖନ୍ତୁ କଣ କହୁଛନ୍ତି ସେ….

ଗତକାଲି ସକାଳେ ଏକ ଅଡିଓ କଲ ଭାଇରାଲ ହୋଇଥିଲା । ଯାହାକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଥିଲା । ସମସ୍ତେ ବାବୁଶାନ ଏବଂ ପ୍ରକୃତି ମିଶ୍ର ଉଭୟଙ୍କୁ ବରାବର ଦୋଷ ମଧ୍ୟ ଦେଇଥିଲେ । ତେବେ ଏଥିରେ ଆମେ ଜଣଙ୍କର ଭୁଲ୍ କହିପାରିବା ନାହିଁ କାରଣ ଗୋଟିଏ ହାତରେ କେବେ ତାଳି ବାଜେ ନାହିଁ । ତେଣୁ ଏଥିରେ ଦୁହିଁଙ୍କର ଭୁଲ୍ ରହିଛି । ତେବେ ବର୍ତ୍ତମାନ ଏହାକୁ ନେଇ ବାବୁଶାନ ମହାନ୍ତି ମୁହଁ ଖୋଲିଛନ୍ତି ।

ଭାଇରାଲ ଅଡିଓ ପଛରେ ଲୁଚି ରହିଥିବା ସତ୍ୟତା ବିଷୟରେ ସେ ସମସ୍ତଙ୍କ ଆଗରେ ମୁହଁ ଖୋଲିଛନ୍ତି । ଗତକାଲି ଘରୁ ବାହାରକୁ ବାହାରି ଗଣମାଧ୍ୟମକୁ ସାମ୍ନା କରିଥିଲେ ବାବୁଶାନ । ତେବେ ଏହାପରେ ସେ ସମସ୍ତଙ୍କୁ ହାତ ଯୋଡି ଥିଲେ ଆଉ କହିଥିଲେ ଏତେ ସମୟ ଘର ଆଗରେ ଛିଡା ହୁଅନ୍ତୁ ନାହିଁ ତାଙ୍କୁ ଖରାପ ଲାଗୁଛି । ଅନ୍ୟପକ୍ଷରେ ତାଙ୍କ ମୁହଁରେ ଥିଲା ଗୋଟିଏ କଥା ସମୟ ଆସିଲେ ସେ ସବୁ କହିବେ ।

ଏହାପରେ ତାଙ୍କୁ ନିଜ ଜନ୍ମଦିନ ବାବଦରେ ପଚରା ଯାଇଥିଲା ଆଉ ସେଥିରେ ସେ କହିଥିଲେ କି , ନିଜ ପରିବାର ସହିତ ସେ ଜନ୍ମଦିନ ପାଳନ କରିବେ ବୋଲି ବହୁତ ଖୁସି ଅଛନ୍ତି । ନିଜ ପୁଅ ଏବଂ ସ୍ତ୍ରୀ ମଧ୍ୟ ତାଙ୍କ ସାଥିରେ ରହିବେ । ତାଙ୍କ ସ୍ତ୍ରୀ ନ ଆସିଲେ ମଧ୍ୟ ସେ ତାଙ୍କ ପାଖକୁ ଯିବେ ବୋଲି କହିଥିଲେ । ଦେଖାଯାଉ ଏହା ପଛରେ କେତେ ସତ୍ୟତା ଲୁଚି ରହିଛି । ଏ କଥା ତ କେବଳ ସମୟ କହିବ ।

ଅନ୍ୟପକ୍ଷରେ ଗତକାଲି ଭାଇରାଲ ହୋଇଥିବା ଅଡିଓ ପଛର ସତ୍ୟତା ସମସ୍ତେ ଜାଣିବା ପାଇଁ ଅପେକ୍ଷା କରିଥିଲେ । ସେଥିପାଇଁ ତାଙ୍କୁ ସେ ବାବଦରେ ମଧ୍ୟ ପ୍ରଶ୍ନ କରା ଯାଇଥିଲା ଆଉ ଏହାର ଉତ୍ତରରେ ବାବୁଶାନ କହିଥିଲେ କି , ସେ ଅଡିଓ ରେକର୍ଡକୁ ପ୍ରଥମେ ଭଲ ଭାବରେ ଶୁଣନ୍ତୁ । ତାପରେ ଜାଣିପାରିବେ ସେଥିରେ ସେମାନେ ବାସ୍ତବରେ କଣ କଥା ହେଉଛନ୍ତି । ତେବେ ଦେଖାଯାଉ କିଏ ସତ କହୁଛି ଆଉ କିଏ ମିଛ କହୁଛି , ତାହା ଆଗକୁ ଜଣାପଡିବ ।

Leave a Reply

Your email address will not be published. Required fields are marked *