ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଅନେକ ମାଙ୍କଡ଼ ଏକ କଙ୍କଡା ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ବେଳେବେଳେ ମାଙ୍କଡମାନେ କଙ୍କଡାକୁ ସ୍ପର୍ଶ କରୁଛନ୍ତି ତ ବେଳେବେଳେ ସେମାନେ ଏହାକୁ ଓଲଟା ପୋଲଟା କରି ଦେଖୁଛନ୍ତି ।
ଏକ ଚମ-ତ୍କା-ର ଫଟୋ କିମ୍ବା ଭିଡିଓ ପାଇବା ପାଇଁ ପଶୁପ୍ରେମୀମାନେ ଅନେକ ସମୟରେ ଜଙ୍ଗଲରେ ଘଣ୍ଟା ଘଣ୍ଟା ବିତାନ୍ତି । ସୋସିଆଲ ମିଡିଆରେ ପଶୁମାନଙ୍କର ଲକ୍ଷ ଲକ୍ଷ ଫଟୋ ଏବଂ ଭିଡିଓ ରହିଛି । ଇଣ୍ଟରନେଟରେ ପଶୁମାନଙ୍କ ବିଷୟବସ୍ତୁ ସବୁଠାରୁ ପସନ୍ଦିତ ବିଷୟବସ୍ତୁ ମଧ୍ୟରୁ ଗୋଟିଏ ବୋଲି କହିଲେ ଭୁଲ୍ ହେବ ନାହିଁ । ନିକଟରେ ସୋସିଆଲ ମିଡିଆରେ ମାଙ୍କଡମାନଙ୍କର ଏକ ଭିଡିଓ ଅନେକ ଭାଇରାଲ ହେବାରେ ଲାଗିଛି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଅନେକ ମାଙ୍କଡ଼ ଏକ କଙ୍କଡା ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ଦଳରେ ବସିଥିବା ସମସ୍ତ ମାଙ୍କଡମାନେ ଘୁରି ବୁଲୁଛନ୍ତି ଏବଂ କଙ୍କଡାକୁ ଦେଖୁଛନ୍ତି । ବେଳେବେଳେ ମାଙ୍କଡମାନେ କଙ୍କଡାକୁ ସ୍ପର୍ଶ କରୁଛନ୍ତି ତ ବେଳେବେଳେ ସେମାନେ ଏହାକୁ ଓଲଟା ପୋଲଟା କରି ଦେଖୁଛନ୍ତି । କଙ୍କଡା ଯେତିକି ଯେତିକି ଆଗକୁ ବଢ଼ୁଛି ମାଙ୍କଡମାନେ ମଧ୍ୟ ଆଗକୁ ବଢ଼ି ଏହାର ଅନୁସନ୍ଧାନ କରୁଛନ୍ତି । ମାଙ୍କଡମାନେ ସେହି ଛୋଟ କଙ୍କଡାକୁ ଡ-ରୁ-ଛନ୍ତି ଏବଂ ଆଶ୍ଚର୍ଯ୍ୟ ହୋଇ ଦେଖୁଛନ୍ତି ମଧ୍ୟ ।
Morphology class in progress pic.twitter.com/2GEdHVsDV2
— Susanta Nanda IFS (@susantananda3) May 12, 2021
ଆଇଏଫଏସ୍ ଅଧିକାରୀ ସୁଶାନ୍ତ ନନ୍ଦା ଟ୍ୱିଟରରେ ଏହି ଭିଡିଓ ସେୟାର କରିଛନ୍ତି । ସୋସିଆଲ ମିଡିଆରେ ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି । ଲୋକମାନେ ଏହାକୁ କେବଳ ପରସ୍ପର ମଧ୍ୟରେ ସେୟାର କରୁନାହାନ୍ତି ବରଂ ଏହା ଉପରେ ବିଭିନ୍ନ କମେଣ୍ଟ ଏବଂ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । 30 ସେକେଣ୍ଡର ଏହି ଭିଡିଓ କ୍ଲିପ୍ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 12 ହଜାର ଲୋକ ଦେଖିଛନ୍ତି ।