ପାରାଗ୍ଲାଇଡିଂ କରୁଥିବା ବ୍ୟକ୍ତି କଲେ ଚମତ୍କାର ଷ୍ଟଣ୍ଟ, ଭିଡ଼ିଓ ହେଲା ଭାଇରାଲ।

ଆମ ପୃଥିବୀ ପୃଷ୍ଠରେ ଏପରି ଅନେକ ଲୋକ ଅଛନ୍ତି ଯିଏ ସବୁବେଳେ ସାହସିକତା କାର୍ଯ୍ଯ କରିବାକୁ ବହୁତ ଭଲ ପାଆନ୍ତି । କିଛି ଲୋକ ଅଛନ୍ତି ଯିଏ କିଛି ବଡ଼ କାମ କରିବାକୁ ଚାହାଁନ୍ତି।ଆଜିକାଲି, ଜଣେ ବ୍ୟକ୍ତିଙ୍କର ଏପରି ଗୋଟେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି।ସେ ସବୁବେଳେ ଚମତ୍କାର ଖେଳ ଦେଖାନ୍ତି।ଏହି ଭିଡିଓଟିକୁ ଦେଖିବା ପରେ ଆପଣମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ଗୋଟେ ବଡ଼ ପାହାଡ ଉପରୁ ଆକାଶଛତା ଦ୍ଵାରା ଅନିୟମିତ ଭାବରେ ବୁଲୁଛନ୍ତି।ଦେଖିବାକୁ ଗଲେ ଏମିତି ଆକାଶଛତା ଦ୍ଵାରା ବୁଲିବା ସାଧାରଣ ମନେହୁଏ, କିନ୍ତୁ ଭିଡିଓଟିକୁ ଦେଖିବାବେଳେ ମଜା ସେତେବେଳେ ଆସିବ ଯେତେବେଳେ ବ୍ୟକ୍ତି ଜଣକ ଦ୍ରୁତଗତିରେ ତଳକୁ ଓହ୍ଲାଇ ଶୀଘ୍ର ଆକାଶଛତାର ଗୋଟେ ସୂତା ଟାଣନ୍ତି ଏବଂ ତାପରେ ଦ୍ରୁତ ଗତିରେ ଉପରକୁ ଉଡିଯାଏ ପବନରେ ଚକ୍ରି ପରି ବୁଲି ପୁଣି ଦ୍ରୁତ ଗତିରେ ଭୂମି ଆଡ଼କୁ ଫେରି ଆସନ୍ତି।

 

View this post on Instagram

 

A post shared by Extreme Movements (@extrememovements)

ଏହି ଭିଡିଓ ଟି ଦେଖିବା ପରେ ଉପଭୋକ୍ତାମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିଛି ଲୋକ ଏହାକୁ ବିଶ୍ୱାସ ମଧ୍ୟ କରିପାରି ନାହାନ୍ତି । କାର୍ଲ ୱିସେଥ୍ ଜଣେ ବିଶିଷ୍ଟ ଆକାଶଛତା ଚାଳକ ହୋଇ ଏହି ସାହସିକତାର ଖେଳକୁ ଏକ ଭିନ୍ନ ସ୍ତରକୁ ନେଇଯାଇଛନ୍ତି। ଏମିତି ସାହସିକତା କାମ କରିବା ପାଇଁ କାର୍ଲ ୱିସେଥ୍ ଆଗରୁ ସୋସିଆଲ ମିଡିଆରେ ବହୁତ୍ ପରିଚିତ। ବର୍ତ୍ତମାନ ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ଲକ୍ଷ ଲକ୍ଷ ଲୋକ ତାଙ୍କ ଭିଡିଓ କୁ ପସନ୍ଦ କରିବା ସହ ସେୟାର ମଧ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *