ଦେଖନ୍ତୁ Video : କିଭଳି ଭଙ୍ଗିରେ ପେଚାଟି ଟବରେ ପାଣି ପିଉଛି, ହସି ହସି ଗାଡ଼ିଯିବେ ଆପଣ

ସୋସିଆଲ ମିଡିଆରେ ପେଚାର ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ପେଚାଟିକୁ ପାଣି ପିଉ ଥିବାର ଦେଖିବାକୁ ମିଳିବ । ଏହି ପେଚାଟିର ପାଣି ପିଇବାର ଭଙ୍ଗୀ ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରୁଛି ।

ସୋସିଆଲ ମିଡିଆରେ ପଶୁପକ୍ଷୀମାନଙ୍କର ଲକ୍ଷ ଲକ୍ଷ ଭିଡ଼ିଓ ଅଛି । ଏହା କହିବା ଭୁଲ ନୁହେଁ ଯେ ପଶୁମାନଙ୍କ ସହ ଜଡିତ ବିଷୟବସ୍ତୁ ଇଣ୍ଟରନେଟରେ ସବୁଠାରୁ ଅଧିକ ଦେଖାଯାଉଥିବା ଥିବା ବିଷୟବସ୍ତୁ ମଧ୍ୟରୁ ଅନ୍ୟତମ । ପଶୁପ୍ରେମୀମାନେ ଘଣ୍ଟା ଘଣ୍ଟା ସମୟ ଜଙ୍ଗଲରେ ବିତାନ୍ତି କେବଳ ଏକ ଭଲ ଛବି ପାଇଁ । ଅନେକ ଥର ପଶୁମାନଙ୍କୁ ଦେଖି ଲୋକମାନଙ୍କ ମନରେ ପ୍ରଶ୍ନ ଉଠିଥାଏ କି ସେମାନେ ନିଜ ପିଲାମାନଙ୍କୁ କିପରି ଖାଦ୍ୟ ଦିଅନ୍ତି କିମ୍ବା କିପରି ବାର୍ତ୍ତାଳାପ କରନ୍ତି ଏବଂ ଛିଙ୍କନ୍ତି ? ତେଣୁ କେବଳ ଇଣ୍ଟରନେଟରେ ଏହି ପ୍ରଶ୍ନର ଉତ୍ତର ନୁହେଁ ବରଂ ଅନେକ ଭିଡ଼ିଓ ମଧ୍ୟ ଉପଲବ୍ଧ ଅଛି ।

ନିକଟରେ ପେଚାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଏକ ପେଚାଟିକୁ ପାଣି ପିଉଥିବାର ଦେଖିବାକୁ ମିଳିବ । ଟବରେ ବସି ପାଣି ପିଉଥିବା ପେଚାଟିର ଅଭିବ୍ୟକ୍ତି ଏତେ ସୁନ୍ଦର ଯେ ଆପଣଙ୍କୁ ମଜା ଲାଗିବ । ଏହି ଭିଡ଼ିଓଟିକୁ reddit ର r/aww ନାମକ ଆକାଉଣ୍ଟରେ ସେୟାର କରାଯାଇଛି । ଭିଡ଼ିଓଟିର କ୍ୟାପସନରେ ସେ ଲେଖିଛନ୍ତି , ‘ କେବଳ ଏକ ଖୁସିଥିବା ପେଚା ପାଣି ପିଉଥିବାର ‘ ।

ଦେଖନ୍ତୁ ଭିଡ଼ିଓ :

ଏକ ନୀଳ ଟବରେ ପେଚାଟି ଥିବାର ଦେଖିବାକୁ ମିଳିବ । ଏହି ଟବରେ ଯେଉଁ ପାଣି ଅଛି ତାକୁ ପିଉଥିବାର । ସେ ପ୍ରତ୍ୟେକ ସିପ ପରେ କ୍ୟାମେରାକୁ ଦେଖେ ଏବଂ ପାଣି ପିଇବାକୁ ଲାଗେ । ଏହି ପେଚାଟିର ପାଣି ପିଇବାର ଭଙ୍ଗୀ ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରୁଛି । ଯାହାକୁ ଦେଖି ଲୋକମାନେ ହଁସିବାକୁ ବାଧ୍ୟ ହୋଇଥିଲେ । ସୋସିଆଲ ମିଡିଆରେ ଏହି ଭିଡ଼ିଓଟି ଲୋକମାନଙ୍କୁ ଖୁବ ପସନ୍ଦ ଆସୁଛି । ଲୋକମାନେ କେବଳ ଏହାକୁ ନିଜ ନିଜ ମଧ୍ୟରେ ସେୟାର କରୁନାହାନ୍ତି ବରଂ ଏହା ଉପରେ ଭିନ୍ନ ଭିନ୍ନ କମେଣ୍ଟ ଏବଂ ପ୍ରତିକ୍ରିୟା ଦେଉଛନ୍ତି । ଉପଭୋକ୍ତାମାନେ ପେଚାଟିର ଅଦର୍ଶକାରୀ ଶୈଳୀରେ ମୋହିତ ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *