ଚିତାବାଘକୁ ଚିତ କରି ନିଜ ଛୁଆକୁ ଛଡେଇ ଆଣିଲା ମା’ ୟାକ

ଦୁନିଆରେ ସନ୍ତାନ ପାଇଁ ମା’ଠୁ ଅଧିକ ନିଜର କେହି ନୁହେଁ ଏହା ସମସ୍ତଙ୍କୁ ଜଣା। ଯେତେ ଦୁର୍ବଳ ହୋଇଥିଲେ ବି ମାଟିଏ ତା ସନ୍ତାନକୁ ସୁ-ର-କ୍ଷା ଦେବା ପାଇଁ କୌଣସି ବି ବି-ପ-ଦ ସହ ଲଢି ପାରେ, ସେ ପଶୁ ହେଉକି ମଣିଷ। ଏମିତି ଏକ ମା’ର ପାରିବା ପଣିଆ ସୋସିଆଲ ମିଡିଆରେ ଏବେ ବେଶ ଭାଇ-ରାଲ ହେବାରେ ଲାଗିଛି। ନିଜର ସମସ୍ତ ବଳ ଖର୍ଚ୍ଚ କରି ଚିତାବାଘ କବଳରୁ ନିଜ ଛୁଆକୁ ମା’ ୟାକ ଛଡେଇ ଆଣିଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ତୁଷାର ଚିତାବାଘଟିଏ ୟାକ ଗୋଠ ଉପରକୁ ଶିକାର କରିବାକୁ ପଞ୍ଝା ମାରି ଗୋଟିଏ ଛୋଟ ୟାକକୁ
ଧରିନିଏ। ତେବେ ଚିତାବାଘକୁ ଦେଖି ଅନ୍ୟ ୟାକମାନେ ଦୌଡ଼ି ପଳାଉଥିବା ବେଳେ ବାଘ ଶିକାର କରିଥିବା ୟାକର ମା’ ନିଜ ସନ୍ତାନର ଜୀବନ ବଞ୍ଚାଇବା ପାଇଁ ସିଧାସଳଖ ତା ସହ ଲଢ଼ି ଯାଇଥିଲା। ଏହି ଭିଡିଓଟିକୁ IFS ଅଧିକାରୀ ସୁରେନ୍ଦ୍ର ମେହେରା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି ଯେ ଜଙ୍ଗଲ ଜୀବନରେ ସମାନତା ରହିଛି ଏବଂ ଶିକାର ଓ ଶି-କା-ରୀ-ଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ଅଛି |

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ଛୋଟ ୟାକ ଉପରେ ଧ୍ୟାନ ଦେଇ ଚିତାବାଘ ଆ-କ୍ର-ମ-ଣ କରୁଛି, ତାକୁ ଦେଖି ବାକି ସମସ୍ତ ୟାକ ପଳାୟନ କରନ୍ତି। କିନ୍ତୁ ନିଜ ପିଲାକୁ ବ-ଞ୍ଚା-ଇ-ବା ପାଇଁ ତାର ମା’ ସଙ୍ଗେ ସଙ୍ଗେ ଚିତା ଉପରେ ଆ-କ୍ର-ମ-ଣ କରିବା ଆରମ୍ଭ କରିଦିଏ। ସେ ନିଜ ଜୀବନକୁ ଖାତିର ନକରି ଚିତାବାଘକୁ ଅନେକ ଥର ଶିଙ୍ଗ ମା-ରି-ଚା-ଲେ, ଏହି ସମୟରେ ଅନ୍ୟ ଏକ ୟାକ ଆସି ସେହି ମା’ୟାକକୁ ମଧ୍ୟ ସହାୟତା କରେ। ଉଭୟ ନିଜ ଶିଙ୍ଗ ଦ୍ଵାରା ଚିତାବାଘ ଉପରେ ଆ-କ୍ର-ମ-ଣ କରନ୍ତି। ସେମାନଙ୍କ ଆ-କ୍ର-ମ-ଣ କାରଣରୁ ଶେ-ଷରେ ଚିତାବାଘକୁ ନିଜର ଶି-କା-ର ଛାଡି ସେଠାରୁ ଭାଗିବାକୁ ପଡିଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି। ତେବେ ଭିଡିଓଟିକୁ ହଜାର ହଜାର ଲୋକ ଦେଖୁଥିବା ବେଳେ ମା ‘ ୟାକର ସାହସକୁ ପ୍ରଶଂସା କରି ଭଲ ଭଲ କମେଣ୍ଟ ଦେଇଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *