ଆପଣଙ୍କର ଏହି ଅଭ୍ୟାସ ନେଇ ଯାଇପାରେ ମୃତ୍ୟୁ ପାଖାପାଖି, ତୁରନ୍ତ ସୁଧାରି ନିଅନ୍ତୁ

ୟୁରୋପୀୟନ ଜର୍ନଲ ଅଫ ପ୍ରିଭେଣ୍ଟିଭ କାର୍ଡିୟୋଲଜୀ ଦ୍ଵାରା ବୁଧବାର ପ୍ରକାଶିତ ଗୋଟିଏ ଅଧ୍ୟୟନରେ ଏହିକଥା ସାମ୍ନାକୁ ଆସିଛି।ଶୋଧ ଅନୁସାରେ, ଆମେରିକା ଏବଂ ଜାପାନର ୪୦ ଏବଂ ତାଠାରୁ ଅଧିକ ବୟସର ୧,୩୧,୪୨୧ ଲୋକଙ୍କର ଟିଭି ଦେଖିବାର ତରିକା ଏବଂ ସମୟର ମୂଲ୍ୟାଙ୍କନ କରାଯାଇଛି, ଯେଉଁଥିରୁ ଜଣା ପଡିଛି କି ଲଗାତର ଚାରିଘଣ୍ଟା ପର୍ଯ୍ୟନ୍ତ ଟିଭି ଦେଖୁଥିବା ଲୋକମାନଙ୍କ ଠାରେ ରକ୍ତରେ ଥକା ହେବାର ସମ୍ଭାବନା ୩୫ପ୍ରତିଶତ ଅଧିକ ଅଟେ।

ଲୋକମାନଙ୍କ ମନୋରଞ୍ଜନ ପାଇଁ ଆଜିକାଲି ଟିଭିରେ ଅନେକ ପ୍ରକାରର ସିନେମା,ଓ୍ବେବ ସିରିଜ ଆଦି ଆସିବା ପାଇଁ ଲାଗିଥାଏ। ଏହାକୁ ଲୋକମାନେ ବହୁତ ଆଗ୍ରହରେ ଦେଖିଥାନ୍ତି। ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କୁ ଟିଭି ଦେଖିବା ଏତେ ମାତ୍ରାରେ ପସନ୍ଦ ଆସିଥାଏ କି ସେମାନେ ଘଣ୍ଟା ଘଣ୍ଟା ଧରି ବ୍ୟାକ-ଟୁ-ବ୍ୟାକ ଅନେକ ସିନେମା ଗୋଟିଏ ଥରରେ ଦେଖି ନେଇଥାନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି ଏମିତି କରିବା ଆପଣଙ୍କ ପାଇଁ କେତେ ଭୟଙ୍କର ପ୍ରମାଣିତ ହୋଇପାରେ? ଆଜ୍ଞା ହଁ, ବର୍ତ୍ତମାନ ସମୟରେ ହୋଇଥିବା ଗୋଟିଏ ଅଧ୍ୟୟନରେ ଏହି କଥାର ଖୁଲାସା ହୋଇଛି କି ଲଗାତର ଗୋଟିଏ ସ୍ଥାନରେ ବସି ୪ଘଣ୍ଟାରୁ ଅଧିକ ଟିଭି ଦେଖିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ପ୍ରମାଣିତ ହୋଇପାରେ। ଏହାଦ୍ଵାରା ବ୍ଲଡ଼ କ୍ଲଟିଙ୍ଗର ସମସ୍ୟା ହୋଇପାରେ ଯାହା ବହୁତ ଘାତକ ଅଟେ।

ଶାରୀରିକ ସ୍ତରରେ ସକ୍ରିୟ ଲୋକମାନଙ୍କର ମଧ୍ୟ ହୋଇପାରେ ଏହି ସମସ୍ୟା

ୟୁରୋପୀୟନ ଜର୍ନଲ ଅଫ ପ୍ରିଭେଣ୍ଟିଭ କାର୍ଡିୟୋଲଜୀ ଦ୍ଵାରା ବୁଧବାର ପ୍ରକାଶିତ ଗୋଟିଏ ଅଧ୍ୟୟନରେ ଏହିକଥା ସାମ୍ନାକୁ ଆସିଛି।ଶୋଧ ଅନୁସାରେ, ଆମେରିକା ଏବଂ ଜାପାନର ୪୦ ଏବଂ ତାଠାରୁ ଅଧିକ ବୟସର ୧,୩୧,୪୨୧ ଲୋକଙ୍କର ଟିଭି ଦେଖିବାର ତରିକା ଏବଂ ସମୟର ମୂଲ୍ୟାଙ୍କନ କରାଯାଇଛି, ଯେଉଁଥିରୁ ଜଣା ପଡିଛି କି ଲଗାତର ଚାରିଘଣ୍ଟା ପର୍ଯ୍ୟନ୍ତ ଟିଭି ଦେଖୁଥିବା ଲୋକମାନଙ୍କ ଠାରେ ରକ୍ତରେ ଥକା ହେବାର ସମ୍ଭାବନା ୩୫ପ୍ରତିଶତ ଅଧିକ ଅଟେ।ଶୋଧର ସହ ଲେଖକ ଡଃ.ସେଟର କୁନୁଟସର ଗୋଟିଏ ପ୍ରେସ ରିଲିଜରେ କହିଛନ୍ତି କି ଯଦି ଆପଣ ଏହା ଚିନ୍ତା କରୁଛନ୍ତି କି ଶାରୀରିକ ସ୍ତରରେ ସକ୍ରିୟ ଲୋକମାନଙ୍କୁ ଯଦି ୪ଘଣ୍ଟାରୁ ଅଧିକ ଲଗାତର ଟିଭି ଦେଖୁଛନ୍ତି ତାହେଲେ ସେମାନଙ୍କର ମଧ୍ୟ ବ୍ଲଡ କ୍ଲଟିଙ୍ଗର ସମସ୍ୟା ହୋଇପାରେ।

ଟିଭି ଦେଖିବା ସମୟରେ କରନ୍ତୁ ନାହିଁ ଫାଷ୍ଟ ଫୁଡର ସେବନ

ଇଂଲଣ୍ଡରେ ବ୍ରିଷ୍ଟଲ ବିଶ୍ବବିଦ୍ୟାଳୟ ଜଣେ ବରିଷ୍ଠ ପ୍ରଧ୍ୟାପକ କୁନୁତ୍ସୋର କହିଛନ୍ତି କି ଯଦି ଆପଣ ବହୁତ ସମୟ ପର୍ଯ୍ୟନ୍ତ ଟିଭିରେ କିଛି ଦେଖୁଛନ୍ତି ତାହେଲେ ଆପଣଙ୍କୁ ମଝିରେ ମଝିରେ ବ୍ରେକ ନେବା ଜରୁରୀ ଅଟେ। ଡଃ ସେତାର କୁନୁତ୍ସୋରଙ୍କର କହିବା କଥା ହେଉଛି କି ଟିଭି ଦେଖିବା ସମୟରେ ପ୍ରତି ୩୦ମିନିଟରେ ବ୍ରେକ ନେବା ଜରୁରୀ ଅଟେ।ଏହା ବ୍ୟତୀତ ସେହି ସମୟରେ ଫାଷ୍ଟ ଫୁଡ କିମ୍ବା ସ୍ନାକ୍ସ ଖାଇବାରୁ ବଞ୍ଚି ରହିବା ଉଚିତ ଏହାଦ୍ବାରା ଆପଣଙ୍କୁ ମୋଟାପଣ କିମ୍ବା ଉଚ୍ଚ ରକ୍ତଚାପ ଭଳି ସମସ୍ୟାର ସାମ୍ନା କରିବା ପାଇଁ ପଡ଼ିପାରେ। ଯାହାଦ୍ଵାରା ବ୍ଲଡ କ୍ଲଟିଙ୍ଗର ବିପଦ ଅଧିକ ରହିଥାଏ।

ପ୍ରତି ୩୦ମିନିଟରେ ଷ୍ଟ୍ରେଚିଙ୍ଗ କରିବା ଅଟେ ଜରୁରୀ

କୁନୁତ୍ସୋର ଏବଂ ତାଙ୍କ ସହଯୋଗୀ ମାନଙ୍କ ଦ୍ବାରା କରାଯାଇଥିବା ଶୋଧ ଅନୁସାରେ, ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି ଟିଭି ଦେଖିବା ଦ୍ବାରା ପାଦରେ ରକ୍ତର ଥକ୍କା ଜମିବାରେ ଅଧିକ ଘଟଣା ଦେଖା ଯାଇଛି। ଏହାକୁ ଡଃ ଡିପ ବେନ ଥ୍ରମ୍ବୋସିସ କହିଥାନ୍ତି। କିଛି ଘଟଣାରେ ବ୍ଲଡ଼ କ୍ଲଟ ଭାଙ୍ଗି ରକ୍ତ ସଞ୍ଚାର ମାଧ୍ୟମରେ ଫୁସଫୁସକୁ ଯାଇପାରେ,ଯାହା ବହୁତ ବିପଦପୂର୍ଣ୍ଣ ପ୍ରମାଣିତ ହୋଇପାରେ। ଏଥିପାଇଁ ଅନୁସନ୍ଧାନକାରୀମାନେ ଉପଦେଶ ଦେଇଛନ୍ତି କି ଟିଭି ଦେଖିବା ସମୟରେ ୩୦ମିନିଟ ପରେ ଉଠି ଷ୍ଟ୍ରେଚିଙ୍ଗ ନିଶ୍ଚିତ ଭାବରେ କରିବା ଉଚିତ।

Leave a Reply

Your email address will not be published. Required fields are marked *