କାନ୍ଥରେ ଚଢ଼ି ପାରୁନଥିଲା ନେଉଳ,ତ ସାଙ୍ଗ ଏମିତି କରିଲେ ତାକୁ ସାହାଯ୍ୟ, ଲୋକଙ୍କୁ ଶିଖାଇଲା ଜୀବନର ଶିକ୍ଷା- ଦେଖନ୍ତୁ Video

ସୋସିଆଲ ମିଡିଆରୁ ବୋଧହୁଏ ଅନେକ ଏମିତି ଭିଡିଓ ସାମ୍ନାକୁ ଆସିଥାଏ, ଯାହା ଆମକୁ ମଣିଷ ପଣିଆ ଏବଂ ଜୀବନର ଶିକ୍ଷା ଶିଖାଇ ଦେଇଥାଏ। ଏହି ଭିଡିଓ ନେଉଳର ଅଟେ, ଯେଉଁଥିରେ କାନ୍ଥ ଉପରେ ଚଢିବାରେ ତାଙ୍କ ସାଥି ତାଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି।

ସୋସିଆଲ ମିଡିଆରୁ ବୋଧହୁଏ ଅନେକ ଏମିତି ଭିଡିଓ ସାମ୍ନାକୁ ଆସିଥାଏ, ଯାହା ଆମକୁ ମଣିଷ ପଣିଆ ଏବଂ ଜୀବନର ଶିକ୍ଷା ଶିଖାଇ ଦେଇଥାଏ। ଏମିତି ହିଁ ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଜୀବ ମନୁଷ୍ୟକୁ ଗୋଟିଏ ବଡ଼ ଶିକ୍ଷା ଶିଖାଇଦେଇଛି।ଏହି ଭିଡିଓ ନେଉଳର ଅଟେ, ଯେଉଁଥିରେ କାନ୍ଥ ଉପରେ ଚଢିବାରେ ତାଙ୍କ ସାଥି ତାଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି।

ଏହି ଭିଡିଓକୁ ଆଇପୀଏସ ଅଫିସର ଦୀପାଂଶୁ କାବରା ଶେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପଶନରେ ଲେଖିଛନ୍ତି, ‘ସମସ୍ତଙ୍କ ପାଇଁ ଗୋଟିଏ, ସଭିଙ୍କ ପାଇଁ ଗୋଟିଏ’। ଭିଡ଼ିଓରେ ଆପଣ ଦେଖି ପାରିବେ କି ଗୋଟିଏ କାନ୍ଥ ଉପରେ କିଛି ନେଉଳ ଅଛନ୍ତି ଏବଂ ତଳେ ଆଉ ଗୋଟିଏ ନେଉଳ ନଜର ଆସୁଛି। ତଳେ ଛିଡ଼ା ହୋଇଥିବା ନେଉଳ ବାରମ୍ବାର କାନ୍ଥ ଉପରେ ଚଢ଼ିବା ପାଇଁ ଚେଷ୍ଟା କରୁଛି। ଏହାକୁ ଦେଖି ଏମିତି ଲାଗୁଛି କି ସେ ମଧ୍ୟ ନିଜ ସାଙ୍ଗମାନଙ୍କ ପାଖକୁ ଯିବାକୁ ଚାହୁଁଛି। କିନ୍ତୁ, ଚେଷ୍ଟା କରିବା ପରେ ମଧ୍ୟ ସେ କାନ୍ଥ ଉପରେ ଚଢ଼ି ପାରୁନାହିଁ। ଏହା ସହିତ ତା ସାଙ୍ଗମାନେ ମଧ୍ୟ ତାକୁ କାନ୍ଥରେ ଛଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ସେ ତଳକୁ ଖସି ପଡୁଛି। କିନ୍ତୁ, ସେତେବେଳେ ଗୋଟିଏ ନେଉଳ ନିଜ ମୁହଁରେ ଧରି ଉପର ଆଡ଼କୁ ଟାଣି ଆଣିଥାଏ ଏବଂ ସେ କାନ୍ଥ ଉପରକୁ ଚଢ଼ି ଯାଇଥାଏ।

ଲୋକମାନଙ୍କୁ ଏହି ଭିଡିଓ ବହୁତ ପସନ୍ଦ ଆସୁଛି। ଏହି ଭିଡିଓ ଲୋକମାନଙ୍କୁ ଅସୁବିଧା ସମୟରେ ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିବାର ଶିକ୍ଷା ଶିଖଉଛି। ଭିଡିଓ ଦେଖିବା ପରେ ଆମ ସମସ୍ତଙ୍କୁ ଏହି ଶିକ୍ଷା ମିଳୁଛି କି ଅସୁବିଧା ସମୟରେ ଆମ ସମସ୍ତଙ୍କୁ କେବେ କାହା ସାଥୀ ଛାଡ଼ିବା ଉଚିତ ନୁହେଁ ଏବଂ ସମସ୍ତଙ୍କୁ ବିଭିନ୍ନ ପ୍ରକାରରେ ସାହାଯ୍ୟ କରିବା ଉଚିତ।

Leave a Reply

Your email address will not be published. Required fields are marked *