୪୦ ବର୍ଷ ପର୍ଯ୍ୟନ୍ତ ଲିଭ-ଇନ ରହିବ ପରେ ପୁଅ-ବୋହୂ ସହ ନେଲେ ୭ ଫେରା, ଗୋଟିଏ ମଣ୍ଡପରେ ବିବାହ କରିଲେ ବାପା ପୁଅ

ଝାଡ଼ଖଣ୍ଡର ଏକ ଦମ୍ପତ୍ତି ନିଜର ବିବାହ କରିବାକୁ ସମାଜରେ ସ୍ୱୀକୃତ ନଦେବାରୁ ସେ ୪୦ବର୍ଷ ଏକାଠି ରହୁଥିଲେ। ଯେବେ ସେମାନଙ୍କ ପୁଅର ବିବାହ ହେଲା ସେତେବେଳେ ସ୍ୱୟଂସେବୀ ସଂସ୍ଥା ଦ୍ୱାରା ଦମ୍ପତ୍ତି ଦୁହେଁ ନିଜ ପୁଅ ବେଦିରେ ବିବାହ କଲେ। ସେହି ଦମ୍ପତ୍ତିଙ୍କ ମଧ୍ୟରୁ ପତିର ନାମ ପାକୋ ଝୋରା ଓ ବୟସ ୬୨ ବର୍ଷ ଥିଲା। ଏବଂ ପତ୍ନୀର ନାମ ସୋମାରୀ ଦେବୀ ଓ ବୟସ ୫୬ ବର୍ଷ ଥିଲା।

ଫ୍ରେବ୍ରୁଆରୀ ୧୬ ତାରିଖ, ବସନ୍ତ ପଞ୍ଚମୀ ଦିନ ପାକୋ ଓ ପତ୍ନୀ ସୋମାରୀ ନିଜ ପୁତ୍ର ମଣ୍ଡପରେ ବିବାହ କରିଥିଲେ। ପୂର୍ବେ ତାଙ୍କର ବିବାହ ପାଇଁ ସମାଜ ସ୍ୱୀକୃତି ଦେଉନଥିଲା। କିନ୍ତୁ ସ୍ୱୟଂସେବୀ ସଂସ୍ଥା ଦ୍ୱାରା ସାମୁହିକ ବିବାହ କରିଥିଲେ।

ଅନେକ ଲୋକଙ୍କ ବିବାହକୁ ନଥିଲା ମାନ୍ୟତା:-

ପାକୋ ଝୋରା ଓ ତାଙ୍କ ପତ୍ନୀ ସୋମାରୀ ଦେବୀ ସାମୁହିକ ମଣ୍ଡପରେ ନିଜର ପୁତ୍ର ଜିତେନ୍ଦ୍ରର ବିବାହ ସହ ନିଜେ ବିବାହ କରିଥିଲେ। ସେଠାରେ ଥିବା ଅନେକ ଲୋକ ଯାହାକୁ ବିବାହରେ ମାନ୍ୟତା ଦିଆଯାଇନଥିଲା, ସେମାନେ ଆସି ବିବାହ କରିଥିଲେ।

ସେମାନଙ୍କ ମଧ୍ୟରୁ ବାପ-ପୁଅ, ନାତି-ପୁତୁରାକୁ କୋଳେଇ ନିଜର ବିବାହ କରିଥିଲେ। ସେମାନଙ୍କ ବିବାହରେ ସ୍ୱୟଂସେବୀ ସଂସ୍ଥା ଅନେକ ସାହାଯ୍ୟ କରୁଛି। ଯାହା ଫଳରେ ସେମାନେ ବିବାହ କରିପାରୁଛନ୍ତି। ବିବାହକୁ ସାମାଜିକ ମାନ୍ୟତା ପାଇବା ସହ ସରକାରଙ୍କ ସମସ୍ତ ସାହାଯ୍ୟ ପାଇପାରିବେ।

ପଣ୍ଡିତ, ଖ୍ରୀଷ୍ଟିଆନ ପଣ୍ଡିତ କରିଲେ ବିବାହ:-

ବାକି ରହିଯାଇଥିବା ବିବାହକୁ ପଣ୍ଡିତ ଓ ଖ୍ରୀଷ୍ଟିଆନ ପଣ୍ଡିତ ସ୍ୱୟଂସେବୀ ସଂସ୍ଥା ଦ୍ୱାରା ହେଉଥିବା ବିବାହ ସମାରୋହରେ ବିବାହ କରିଥିଲେ। ସାମାଜିକର ମାନ୍ୟତା ଦେବାକୁ ଏନଜିଓ ମାନେ ଦାଇତ୍ୱ ନେଲେ। ନିମିତ୍ତର ସଚିବ ନିକିତା କହିଥିଲେ ଯେ, “ଝାଡ଼ଖଣ୍ଡର ଅଧିକାଂଶ ଗାଁରେ ନିଜର ବିବାହ ନକରି ଏକାଠି ରହୁଛନ୍ତି। ସେମାନଙ୍କ ପାଖରେ ବିବାହ କରିବାର ସାମର୍ଥ୍ୟ ନଥିବ”। ଅର୍ଥାତ ତାଙ୍କର ଔପଚାରିକ ବିବାହ ହୋଇନଥିଲା।

ଏଥିପାଇଁ ବିବାହର ବିଧି ରହିଛି:-

ଯଦି କୌଣସି କାରଣରୁ ପତିର ମୃ-ତ୍ୟୁ ହୋଇଗଲା, ତେବେ ପତ୍ନୀ ତା’ର ପିଲାର ସମ୍ପତ୍ତି ଉପରେ କୌଣସି ଅଧିକାର ରହିବ ନାହିଁ। ଏବଂ ଯଦି କୌଣସି କାରଣରୁ ପତ୍ନୀ ମରିଯାଏ ତେବେ ତାଙ୍କୁ କବର ଗାତରେ ସ୍ଥାନ ମିଳେନି। ସେଥିପାଇଁ ସେହି ଦମ୍ପତ୍ତି ବିବାହ କରିଥିଲେ।

Leave a Reply

Your email address will not be published. Required fields are marked *