ସିନେମା ସେଲିବ୍ରେଟୀମାନେ ସବୁବେଳେ ନିଜ ଫିଟନେସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏହି ତାଲିକାରେ ଏବେ ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କ ନାମ ମଧ୍ୟ ଯୋଡା ଯାଇଛି। ସାରା ଅଲ୍ଲୀ ଖାନ ଏବେ କୁଲୀ ନମ୍ବର ୱାନରେ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି। ତାଙ୍କର ହାଲକା ଗ୍ଲୋଇଙ୍ଗ ସ୍କିନ ବ୍ୟତୀତ ଫିଟନେସ ମଧ୍ୟ ଚର୍ଚ୍ଚାରେ ରହିଥାଏ। କିନ୍ତୁ ଆଜି ପରଦା ଉପରେ ଏତେ ଆକର୍ଷିତ ନଜରରେ ଆସୁଥିବା ସାରାଙ୍କ ଓଜନ କେବେ ୯୦କିଲୋରୁ ଅଧିକ ଥିଲା। ପିଲାଦିନେ ସାରା ବହୁତ ଓଜନ ଜନିତ ବେବି ହୋଇଥିଲେ, କିନ୍ତୁ ବଲିଉଡରେ ପାଦ ରଖିବା ପୂର୍ବରୁ ସେ ନିଜ ଶରୀରକୁ ଭଲ ଭାବରେ ଫିଟ କରି ନେଇଥିଲେ। ଏଥିପାଇଁ ସାରା ଚାରିମାସ ପର୍ଯ୍ୟନ୍ତ ବହୁତ ପରିଶ୍ରମ କରିଛନ୍ତି ଏବଂ ୪୦କିଲୋ ଓଜନ କମାଇବାରେ ସଫଳ ହୋଇଥିଲେ। ଆସନ୍ତୁ ସାରାଙ୍କର ଏହି ଅଜବ ପରିବର୍ତ୍ତନ ବିଷୟରେ ଜାଣିବା।
କେମିତି ଅଧିକ ଓଜନ ହୋଇଥିଲେ ସାରା
ସାରା ନିଜେ ଏକ ଇଣ୍ଟରବ୍ୟୁରେ କହିଥିଲେ କି ପିଲାଦିନେ ତାଙ୍କ ମୋଟାପଣର ବଡ଼ କାରଣ PCOD ଥିଲା, ଯେଉଁଥିରେ ତାଙ୍କ ଓଜନ ବଢି ଯାଉଥିଲା। PCOD ପଲୀସିସ୍ଟିକ ଓବେରିୟନ ସିଣ୍ଡ୍ରୋମ ଅଟେ ଯାହା ହର୍ମୋନ୍ସରେ ବୈଲନ୍ସ ବିଗାଡିବାର କାରଣ ହୋଇଥାଏ। ଏଥିପାଇଁ ସେ ଖାଦ୍ୟପ୍ରେମୀ ହୋଇଯାଇଥିଲେ ଏବଂ ତାଙ୍କ ଓଜନ ବହୁତ ବଢ଼ି ଯାଇଥିଲା।
ସାରା ଯୁବତୀ ବୟସରୁ ହିଁ ଅଭିନୟ ଏବଂ ଫନି ଭିଡିଓ ବନାଉଥିଲେ। ସେ ସବୁବେଳେ ଅଭିନୟ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ବଲିଉଡରେ ଆସିବା ପାଇଁ ଭାବିଥିଲେ। ଏଥିପାଇଁ ସେ ଓଜନ କମାଇ ଫିଟନେସ ହେବାପାଇଁ ନିଷ୍ପତ୍ତି ନେଇଥିଲେ।
ସାରା କହିଥିଲେ କି କେବେ ତାଙ୍କ ଓଜନ 96Kg ହୋଇଥିଲା କିନ୍ତୁ ଏବେ ସାରାଙ୍କ ଓଜନ କେବଳ 50Kg ଅଟେ।ସେ ନିଜର କଠିନ ପରିଶ୍ରମ ଦ୍ଵାରା ୪୦କିଲୋ ଓଜନ କମାଇ ପାରିଛନ୍ତି, ଯାହା କୈାଣସି ସହଜ କାମ ନୁହେଁ।
ସାରା କହିଥିଲେ କି ଓଜନ କମାଇବା ପାଇଁ ସେ କେବଳ ବୈଲସ୍ଡ ଡାଇଟ କରିନଥିଲେ ବରଂ ଫାଷ୍ଟଫୁଡ ଖାଇବା ମଧ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ କରି ଦେଇଥିଲେ। ସେ କେବଳ ପିଜ୍ଜା ବର୍ଗର ନୁହେଁ ବରଂ ନିଜ ଡାଇଟରେ ରୁଟି ଭାତ ମଧ୍ୟ ସବୁ ବନ୍ଦ କରି ଦେଇଥିଲେ। ସେ ଚକୋଲେଟ, ଚିନି ଆଦି ଖାଦ୍ୟ ମଧ୍ୟ ଖାଉନଥିଲେ।
ଏହା ଥିଲା ସାରାଙ୍କ ଡାଇଟ
ସାରାଙ୍କ ଓଜନ କମାଇବାରେ ଡାଇଟ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଓଜନ କମାଉଥିବା ସମୟରେ ସେ ତିନିଥର ଯାକ ଚିକେନ ଏବଂ ଅଣ୍ଡା ଖାଉଥିଲେ। ସାରା କୀଟୋ ଡାଇଟକୁ ମଧ୍ୟ ଅନୁସରଣ କରିଥିଲେ କିନ୍ତୁ ତାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିନଥିଲା ଏଥିପାଇଁ ସେ ଏହା ଛାଡ଼ିଦେଇ ଥିଲେ। ଏବେ ସାରା ଏମିତି କିଛି ସେବନ କରୁଛନ୍ତି ଯାହା ମିନରଲ୍ସ, ଭିଟାମିନ୍ସ ଏବଂ ଫାଇବର ଭଳି ପୋଷାକ ତତ୍ତ୍ଵରେ ଭରପୂର ଅଟେ।
ଏହି ଏକ୍ସରସାଇଜ ମାଧ୍ୟମରେ କମାଇଥିଲେ ୪୬କିଲୋ
ସାରା ନିଜ ଡାଇଟକୁ କାବୁ କରିବା ସହିତ ଜିମରେ ମଧ୍ୟ ବହୁତ ଏକ୍ସରସାଇଜ କରୁଥିଲେ। ଏହାଦ୍ଵାରା ସେ ଅଧିକ ଫିଟ ହୋଇପାରୁ ଥିଲେ। ଏହା ସହିତ ସେ ତାଙ୍କ ଡ୍ୟାନ୍ସ ରୁଚିକୁ ମଧ୍ୟ ଓଜନ କମାଇବାର ମାଧ୍ୟମ କରି ନେଇଥିଲେ । ତାଙ୍କର ସୌକ ଡ୍ୟାନ୍ସ ଅଟେ, ଯେଉଁ କାରଣରୁ ସେ ସବୁବେଳେ ଏକ୍ଟିଭ ରହିଥାନ୍ତି।
ଓଜନ କମାଇବା ପାଇଁ ସେ ପ୍ରତିଦିନ ଯୋଗ କରିବା ବି ଆରମ୍ଭ କରିଦେଇଥିଲେ। ସୂର୍ଯ୍ୟନମସ୍କାର ଏବଂ ପ୍ରାଣାୟମ ମଧ୍ୟ ସେ ନିୟମିତ ଭାବେ କରୁଛନ୍ତି। ତାଙ୍କ ପସନ୍ଦର ୱାର୍କଆଉଟ ଷ୍ଟାଇଲ ପାଇଲେଟ୍ସ ଅଟେ, ଯାହାକୁ ସେ ସେଲିବ୍ରେଟୀ ଟ୍ରେନର ନମ୍ରତା ପୁରୋହିତଙ୍କ ଠାରୁ ଶିକ୍ଷା କରୁଛନ୍ତି।
ସେହି ଲୋକ ଯେଉଁମାନେ ଓଜନ କମାଇବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସାରାଙ୍କର ଏହି ଟିପ୍ସ ବହୁତ ଉପଯୋଗୀ ଅଟେ। ପେଟ ଏବଂ ଅଣ୍ଟାରୁ ଚର୍ବିକୁ କମ କରିବା ପାଇଁ ସାରା ହାର୍ଡକୋର ଇଣ୍ଟେସିବ କାର୍ଡିୟୋ କରିଛନ୍ତି। ଯାହାପରେ ସେ ଇଣ୍ଟରମିଡିଏଟ ଫର୍ମର ଏକ୍ସରସାଇଜକୁ ବଦଳେଇ ଥିଲେ।
ଏତିକି ନୁହେଁ ସେ ଡାଇଟ ଠାରୁ ନେଇ ୱାର୍କଆଉଟ ପର୍ଯ୍ୟନ୍ତ ସବୁକିଛି ବଦଳେଇ ଦେଇଥିଲେ। ତାଙ୍କ ୱାର୍କଆଉଟ ରିଜୀମରେ ଫଙ୍କ୍ସନାଲ ନିଂ, କିକବକ୍ସିଙ୍ଗ, ସ୍ବିମିଙ୍ଗ, ପିଲେଟ୍ସ ଏବଂ ଉବର-ଟ୍ରେଣ୍ଡୀ, ବୁଟକୈମ୍ପ ଟ୍ରେନିଂ ସାମିଲ ଥିଲା, ଯାହାକୁ ବହୁତ ସାରା ସେଲିବ୍ରେଟୀ କରୁଛନ୍ତି। ଓଜନ କମାଇବା ପାଇଁ କାମ କରିବା ସମୟରେ ସେ ପ୍ରତିଦିନ ଯୋଗ କରିବା ମଧ୍ୟ ଆରମ୍ଭ କରିଦେଇଥିଲେ। ସୂର୍ଯ୍ୟନମସ୍କାର ଏବଂ ପ୍ରାଣାୟମ ମଧ୍ୟ ସେ ନିୟମିତ ଭାବେ କରୁଛନ୍ତି।
ଯେତେବେଳେ ସାରା ସଂପୂର୍ଣ୍ଣ ଭାବେ ଫିଟ ହୋଇଯାଇଥିଲେ ତ ତାଙ୍କ ମା ତାଙ୍କୁ ଚିହ୍ନି ପାରିନଥିଲେ। ଓଜନ କମାଇବା ପାଇଁ ସାରାଙ୍କର ଏହି ପ୍ରଚେଷ୍ଟାକୁ ଦେଖି ଅମୃତା ସିଂହ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସାରା ନିଜ କଲେଜର ଶେଷ ଦିନରେ ଘରୁ ବାହାରୁ ଥିଲେ ଓଜନ କମାଇବା ପାଇଁ ସଂପୂର୍ଣ୍ଣ ଭାବରେ ନିଜକୁ ଲକ୍ଷରୁ ହଟାଇ ଦେଇଥିଲେ। ଯେତେବେଳେ ସାରା ଫେରି ଆସିଥିଲେ ତ ତାଙ୍କ ମା ଅମୃତା ଏୟାରପୋର୍ଟ ଠାରେ ତାଙ୍କୁ ନେବା ପାଇଁ ପହଁଞ୍ଚିଥିଲେ। କିନ୍ତୁ ସାରା ସଂପୂର୍ଣ୍ଣ ଭାବେ ପରିବର୍ତ୍ତିତ ହୋଇଥିବା କାରଣରୁ ସେ ତାଙ୍କୁ ଚିହ୍ନି ପାରିନଥିଲେ।
ଓଜନ କମାଇବା ପରେ ସାରା ବହୁତ ଆକର୍ଷଣୀୟ ଏବଂ ସ୍ଲିମ ନଜର ଆସିଥିଲେ। ସାରାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଯେ କୌଣସି ମହିଳା ଓଜନ କମାଇବା ପାଇଁ ସଠିକ ଭାବରେ ପ୍ରୟାସ କରି ପାରିବେ। ଯଦି ଆପଣ ଓଜନ କମାଇବାକୁ ନେଇ ଚିନ୍ତିତ ଅଟନ୍ତି ଏବଂ ବହୁତ ଚେଷ୍ଟା କରିବା ପରେ ମଧ୍ୟ ଓଜନ କମାଇବା କଷ୍ଟସାଧ୍ୟ ହୋଇପଡୁଛି ତାହେଲେ ସାରା ଅଲ୍ଲୀ ଖାନଙ୍କୁ ଆପଣ ନିଜର ପ୍ରେରଣା ବନାଇ ପାରିବେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।