ଦିଲ୍ଲୀ ଯିବା ପୂର୍ବରୁ ଓଡ଼ିଶାବାସୀଙ୍କୁ କଣ କହିଲେ ପିଣ୍ଟୁ ନନ୍ଦ ।

ଆଜି ସକାଳୁ ସକାଳୁ ଫ୍ଲାଇଟରେ ଦିଲ୍ଲୀ ଯାଇଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ସବୁଥର ଘରୁ ସିନେମା ପାଇଁ ବାହାରକୁ ଗଲେ ମନରେ ଖୁସି ଥାଏ । ପରିବାର ଲୋକଙ୍କ ଭିତରେ ଉତ୍ସାହ ଥାଏ । ହେଲେ ଏଥର କିନ୍ତୁ ପିଣ୍ଟୁ ନନ୍ଦଙ୍କ ମନରେ ଅନେକ ଭୟ ହୃଦୟରେ ଆଦେଖା କୋହ । ନିଜେ ଭା-ଙ୍ଗି ପଡିଲେ କାଳେ ପରିବାର ଲୋକେ ନିଜକୁ ସମ୍ଭାଳି ପାରିବେନି ମନରେ ମଧ୍ୟ ସେ ଭ-ୟ । ଏତେ ସବୁ ଭିତରେ ମଧ୍ୟ ନିଜକୁ ଦୃଢ କରି ପିଣ୍ଟୁ ନନ୍ଦ ନିଜର ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଯାତ୍ରା କରିଛନ୍ତି। ଯେଉଁଭଳି ଆପଣ ମାନେ ସମସ୍ତେ ଜାଣିଥିବେ ପିଣ୍ଟୁ ନନ୍ଦ ବର୍ତ୍ତମାନ ଲିଭର ଶିରୋସିସ ରୋଗରେ ପୀ-ଡିତ ଅଛନ୍ତି ।

ତେବେ ସେ ନିକଟରେ ଅନେକ ଦିନ ଭୁବନେଶ୍ୱର ର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଭୁବନେଶ୍ୱର ରେ ଯେତେବେଳେ ଡାକ୍ତର ଆଉ ପାରିଲେ ନାହିଁ ସେତେବେଳେ ଅଧିକ ଚିକିତ୍ସା ପାଇଁ ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀ ଯିବାକୁ ଭୁବନେଶ୍ୱରର ବହୁ ଅଭିଜ୍ଞ ଡାକ୍ତର ନିଜର ଶେଷ ବାଣୀ ଶୁଣାଇ ଦେଇଥିଲେ । ତେବେ ନିଜର ଜୀବନ ବଞ୍ଚାଇବା ପାଇଁ ପିଣ୍ଟୁ ଦିଲ୍ଲୀ ଯିବାକୁ ପ୍ରସ୍ତୁତ ହେଉଥିଲେ । ଆଉ ପରିବାର ଲୋକେ ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀର ଏକ ବଡ଼ ହସ୍ପିଟାଲରେ ଭର୍ତ୍ତି କରାଇ ପିଣ୍ଟୁଙ୍କୁ ଖୁବ ଶୀଘ୍ର ସୁସ୍ଥ କରାଇ ଆଣିବେ ବୋଲି ଦୃଢ ବିଶ୍ବାସ ମନରେ ବାନ୍ଧିଛନ୍ତି ।

ଯେପରି ସାରା ଓଡିଶା ବାସୀ ଜାଣିଛନ୍ତି ବହୁ ଚର୍ଚ୍ଚିତ ଅଭିନେତା ପିଣ୍ଟୁ ନନ୍ଦଙ୍କର ଲିଭର ସମ୍ପୂର୍ଣ୍ଣ ରୂପେ ନ-ଷ୍ଟ ହୋଇଯାଇଛି। ଆଉ ଡାକ୍ତର କହିଛନ୍ତି ତାଙ୍କର ଏକ ନୂଆ ଲିଭର ପ୍ର-ତ୍ୟା ରୋପଣର ଆବଶ୍ୟକତା ରହିଛି । ଯେଉଁଥି ପାଇଁ ଆବଶ୍ୟକ ଅଛି 50 ଲକ୍ଷ ଟଙ୍କା । ତେବେ ପିଣ୍ଟୁ ନନ୍ଦଙ୍କୁ ଭଲ ପାଉଥିବା ସାରା ଓଡିଶା ବାସୀ ପିଣ୍ଟୁ ନନ୍ଦଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । କେବଳ ସେତିକି ନୁହେଁ ବହୁତ ଅଭିନେତା ଅଭିନେତ୍ରୀ ମାନେ ମଧ୍ୟ ପିଣ୍ଟୁ ନନ୍ଦଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି । ଓ ପିଣ୍ଟୁ ନନ୍ଦ ସୁସ୍ଥ ହୋଇ ଯାଆନ୍ତୁ ବୋଲି ମଧ୍ୟ ଭଗବାନଙ୍କ ନିକଟରେ ପାର୍ଥନା କରିଛନ୍ତି । ଏଭଳି ପରିସ୍ଥିତିରେ ପିଣ୍ଟୁ ନନ୍ଦ ଗତକାଲି ଏକ ସାକ୍ଷାତକାର ରେ କହିଛନ୍ତି କି ମୋର ଏବେ ଆଶା ଧୀରେ ଧୀରେ ବୃଦ୍ଧି ବୃଦ୍ଧି ପାଉଛି । ମତେ ଲାଗୁଛି ମୁଁ ନିହାତି ସୁସ୍ଥ ହୋଇ ଫେରି ଆସିବି ।

ତେବେ ପ୍ରଥମେ ପିଣ୍ଟୁ ନନ୍ଦଙ୍କୁ ଭୋକ ଲାଗି ନଥିଲା । ଏନେଇ ପିଣ୍ଟୁ ନନ୍ଦଙ୍କ ଡାକ୍ତରଙ୍କ ପରାମର୍ଶ ନେଇଥିଲେ ଏହା ପରେ ହଟାତ ଜାଣିବାକୁ ପାଇଥିଲେ କି ତାଙ୍କୁ ଦଣ୍ଡିସ ହୋଇଛି । ଏବଂ ପରେ ସେ କିମିସ ରେ ରହି ଚିକିତ୍ସିତ ହେଉଥିଲେ। ଏହା ପରେ ଡାକ୍ତର କହିଥିଲେ କି ତାଙ୍କର ଏକ ଲିଭର ସମ୍ପୂର୍ଣ୍ଣ ରୂପେ ନ-ଷ୍ଟ ହୋଇ ଯାଇଛି । ତେବେ ନିଜର ଆଶା ଆଉ ଭରଷା ସବୁ ହରାଇ ବସିଥିବା ପିଣ୍ଟୁ ନନ୍ଦ ଯେତେବେଳେ ସାରା ଓଡିଶା ବାସୀଙ୍କ ଭଲ ପାଇବା ଓ ଆଶ୍ରିବାଦ ପାଇଥିଲେ । ସେତେବେଳେ ତାଙ୍କ ମନରେ ନୂଆ ଆଶା କଅଁଳି ଉଠିଥିଲା ସାରା ଓଡିଶା ବାସୀଙ୍କ ଭଲ ପାଇବା ତାଙ୍କ ସହିତ ଅଛି ତାଙ୍କର କିଛି ହେବ ନାହିଁ ।

ତେବେ ସେପଟେ ପିଣ୍ଟୁ ନନ୍ଦ ଆଜି ଭୁବନେଶ୍ୱର ରୁ ଦିଲ୍ଲୀ ଯାଇଛନ୍ତି । ପିଣ୍ଟୁଙ୍କ କହିବା ଅନୁଯାୟୀ ସେ ଦିଲ୍ଲୀରେ ତିନି ମାସରୁ ଉର୍ଦ୍ଧ୍ବ ସମୟ ରହିବେ । ତାଙ୍କର ଏକ ନୂଆ ଲିଭର ଲାଗିବ ଏହା ପରେ ସେ ସୁସ୍ଥ ହୋଇ ପୁଣି ଥରେ ଘରକୁ ଫେରି ଆସିବେ । ଆଗରୁ ପିଣ୍ଟୁ ନନ୍ଦଙ୍କ ମନରେ ଅନେକ ଦୁଃ-ଖ ଅନେକ ଯ-ନ୍ତ୍ରଣା ଥିଲା ହେଲେ ଏବେ କିନ୍ତୁ ପିଣ୍ଟୁ ନନ୍ଦଙ୍କର ମନରେ କୌଣସି ପ୍ରକାର ଦୁଃ-ଖ ଭ-ୟ ନାହିଁ । ସେ ଏବେ ସକାରାତ୍ମକ ଚିନ୍ତା ଏବଂ ମନୋଭାବ ନେଇ ଦିଲ୍ଲୀ ଯାଉଥିବା ପିଣ୍ଟୁ ନନ୍ଦ କହିଛନ୍ତି ।

Leave a Reply

Your email address will not be published. Required fields are marked *