କଳିଯୁଗର ଅନ୍ତ କିପରି ହେବ? ଏବଂ କଳିଯୁଗ ଶେଷ ହେବା ସମୟରେ କଣ ସବୁ ଘଟିବ?

ଆଜିର ଏହି ପୋଷ୍ଟରେ ଆମେ ଜାଣିବା କଳିଯୁଗର ଅନ୍ତ କିପରି ହେବ। ଏବଂ କଳିଯୁଗ ଶେଷ ହେବା ସମୟରେ କଣ ସବୁ ଘଟିବ। ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କଳିଯୁଗ ଶେଷ ହେବାର କାହାଣୀ ବିଷୟରେ।ସେଥି ପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ବେଦ ପୁରାଣ ଅନୁସାରେ ଆମେ ଯେଉଁ ଯୁଗରେ ବଞ୍ଚୁଛେ ସେହି ଯୁଗର ନାମ ହେଉଛି କଳିଯୁଗ। ଆହୁରି ମଧ୍ୟ ସେହି ବେଦ ପୁରାଣରେ କୁହାଯାଇଛି ଯେ ଯେବେ ଅଧର୍ମ ବଢ଼ିଯିବ ସେବେ ଏହି ଯୁଗର ଅନ୍ତ ଘଟିବ। ବୈଦିକ ପୁରାଣ ଅନୁସାରେ ଏହି ଯୁଗ ଖ୍ରୀଷ୍ଟ ପୂର୍ବ ଆଗରୁ ହିଁ ଆରମ୍ଭ ହୋଇ ସାରିଛି। ଯଦି ଆମେ ବେଦ ଦେଖିବା ଏହା ଅନୁସାରେ କଳିଯୁଗ ସବୁଠାରୁ ଅତ୍ୟାଚାରୀ ଯୁଗ ବୋଲି କୁହାଯାଏ। ବେଦ ଅନୁସାରେ ସୃଷ୍ଟିର ଆରମ୍ଭ ସତ୍ୟ ଯୁଗରୁ ହୋଇଥିଲା ଏବଂ ଏହାର ଅନ୍ତ କଳିଯୁଗରେ ହେବ ବୋଲି କୁହାଯାଇଛି।

ଏହି ଯୁଗରେ ନାନା ପ୍ରକାରରେ କୁକର୍ମ ବଢ଼ିବ। ଚୋରି, ଡକାୟତି, ଲୋଭ, ମୋହ, କାମ କ୍ରୋଧ ଆଦି ମନୁଷ୍ୟକୁ ଅନ୍ତ କରିଦେବ। ମଣିଷ ବୁଦ୍ଧି ବିବେକ ହରେଇ କୁକର୍ମରେ ଲିପ୍ତ ରହିବ। ଯେତେ ସବୁ ଖରାପ ପ୍ରକୃତି ଅଛି ସେହିସବୁ ଲୋକ ମାନଙ୍କର ମୁଖ୍ୟ ପ୍ରକୃତି ହୋଇଯିବ। ଏହି ଯୁଗରେ ଅନ୍ତ ହେବା ସମୟରେ ପରିସ୍ଥିତି ଏଭଳି ହୋଇଯିବ ଯେ ମନୁଷ୍ୟର ଆୟୁ କମିଯିବ। ଏହି କଥା ଭଗବାନ ବିଷ୍ଣୁ ନାରଦଙ୍କୁ କହିଥିଲେ। ସେହି ସମୟ ବେଳକୁ ମନୁଷ୍ୟର ୨୦ ବର୍ଷ ହୋଇଯିବ। ପୁରୁଷ ଏବଂ ମହିଳା କିଛି ନମାନି ସବୁବେଳେ ଭୋଗ ବିଳାସରେ ଲୁପ୍ତ ରହିବେ।

ଲୋକେ ଶାସ୍ତ୍ରରେ ଦୂରେଇ ଯିବେ। ପାପ ମଣିଷର ମନରେ ଅଧିକ ବଢ଼ିଯିବ। ଏହି ସମୟରେ ଲୋକ ମାନେ ଭଗବାନଙ୍କୁ ବିଶ୍ୱାସ କରିବେ ନାହିଁ। ପରମଆତ୍ମା ତଥା ମନୁଷ୍ୟଙ୍କ ମନରେ ଏକ ଅବିଶେଷନିୟୋ ଦୂର ହେବ। ବହୁତ ଛୋଟ ଛୋଟ କାରଣରୁବି ଜଣେ ଆଉ ଜଣଙ୍କୁ ହ-ତ୍ୟା କରିବ। ମା ବାପା ଭାଇ ଭଉଣୀଙ୍କ ସମ୍ପର୍କରେ କିଛିବି ସ୍ନେହ ଶ୍ରଦ୍ଧା ଏବଂ ପ୍ରେମ କିଛିବି ରହିବ ନାହିଁ। ଶାସ୍ତ୍ର ଅନୁସାରେ ଯେବେ କଳିଯୁଗର ଅନ୍ତ ଘଟିବ ସେହି ସମୟ ବେଳକୁ ଶୋଷଣ, ଜୁଆ, ମଦ, ବ୍ୟଭିଚାର ଆଦି ଲୋକମାନଙ୍କ ପାଇଁ ଏକ ସାଧାରଣ କଥା ହୋଇଯିବ।

କଳିଯୁଗର ଅନ୍ତରେ ସବୁ ଲୋକ ରୋଗ ଗ୍ରସ୍ତ ଏବଂ ଅସ୍ବାସ୍ଥ୍ୟ ହେବେ। ୧୦୦ ରୁ ୮୦% ଲୋକ ରୋଗା ଗ୍ରସ୍ତ ହୋଇ ମୃ-ତ୍ୟୁ ବରଣ କରିବେ। ଭଜନ, ପାଣି ତଥା ଅନ୍ୟାନ୍ୟ ପ୍ରାକୃତିକ ସୁବିଧା ପୃଥିବୀ ପୃଷ୍ଠରୁ କମିଯିବ। ନଦୀ ସୁଖିଜିବ। ଆକାଶ ପ୍ରଦୂଷଣରେ କଳା ଦେଖାଯିବାକୁ ଲାଗିବ। ଦରିଦ୍ରତା ସବୁବେଳେ ଦେଖାଜିବାକୁ ଲାଗିବ। ଦରିଦ୍ରତା ସବୁବେଳେ ସବୁ ଆଡେ ଦେଖାଯିବ। ସବୁ ଲୋକ ସବୁବେଳେ ଧନ ପଛରେ ଗଡେଇବେ। ସେହି ସମୟରେ ଗୋଟେ ସ୍ତ୍ରୀ ୧୫ ବର୍ଷ ପୁର୍ବରୁ ହିଁ ମା ବନିଯିବ। କଳିଯୁଗର ଅନ୍ତରେ ଗଛରେ ଆଉ ଫୁଲ ଫଳ ଦେଖାଯିବ ନାହିଁ। ଏବଂ ଗାଈବି କ୍ଷୀର ଦେବା ବନ୍ଦ କରିଦେବ।

ନୈତିକତା ଲୋକଙ୍କ ଜୀବନରୁ ନଷ୍ଟ ହୋଇଯିବ। ଗୋଟେ ଭାଇ ନିଜର ଭାଇକୁ ହ-ତ୍ୟା କରିବ। ଅ-ପରା-ଧୀଙ୍କ ସଂଖ୍ୟା ଏତେ ବଢ଼ିଯିବ ଯେ କି ଭଲ ଲୋକଙ୍କୁ ସମାଜରେ ବଞ୍ଚିବା ପାଇଁ କଷ୍ଟକର ହୋଇଯିବ। ଏହି ସମୟରେ ପଶୁ ଏବଂ ମନୁଷ୍ୟ ଭିତରେ କିଛିବି ଫରକ ରହିବ ନାହିଁ। ପୃଥିବୀ ପୃଷ୍ଠ ଉତ୍ତପ୍ତ ହେବାରେ ଲାଗିବ। ଯାହା କାରଣରୁ ଗୋଟେ ପରେ ଗୋଟେ ଲୋକ ମୃ-ତ୍ୟୁ ବରଣ କରି ଚାଲିବେ। ଯେତେବେଳେ ପାପ ଚରମ ସୀମାରେ ପହଂଚିବ ଏବଂ ପୃଥିବୀ ପାପର ବୋଝରେ ଦବି ଯିବ ସେତେବେଳେ ଭଗବାନ ବିଷ୍ଣୁ କଳ୍କୀ ଅବତାର ନେବେ।

ଶ୍ରୀମଦ ଭାଗବତ ଅନୁସାରେ ଭଗବାନ କଳ୍କୀ ଶୋମ୍ଭନ କାଳରେ ବିଷ୍ଣୁ ଦଶା ନାମକ ବ୍ରାହ୍ମଣ ତଥା ତାଙ୍କର ପତ୍ନୀ କିମ୍ବା ପୁତ୍ର ରୁପରେ ଜନ୍ମ ନେବେ। ଭଗବାନ କଳ୍କୀ ସେହି ସମୟରେ ସବୁ ଅଧର୍ମି ମାନଙ୍କର ନାଶ କରିବେ। ଭଗବାନ କଳ୍କୀ ଅବତାର ନେଇ ମାତ୍ର ୩ ଦିନରେ ସମଗ୍ର ବିଶ୍ଵକୁ ଧ୍ୱଂସ କରିବେ। ଏହି ସମୟରେ ମହା ପ୍ରଳୟ ଆସିବ। ଏହା ପରେ ସତ୍ୟ ଯୁଗ ଆରମ୍ଭ ହେବ। ବନ୍ଧୁଗଣ ମାଳିକା କଥା ଅନୁସାରେ ଏହି ଭଳି ଭାବରେ କଳିଯୁଗର ଅନ୍ତ ଘଟିବ। କଳିଯୁଗର ଅନ୍ତ ହେବା ପରେ କେବଳ କିଛି କମ ଲୋକ ଭଗବାନଙ୍କ ଭକ୍ତ ରହିବେ। ଏହି ଲୋକମାନେ ସବୁ ପାପରୁ ଦୁରରେ ଥିବେ। ଧର୍ମ ପାଳନ ତଥା ଭଗବାନଙ୍କ ଭକ୍ତିରେ ଲିପ୍ତ ରହିବେ।

କେବଳ ଏହିପରି ଲୋକମାନେ ପ୍ରଳୟର ପ୍ରକୋପରୁ ବଞ୍ଚି ରହିବେ। ଏବଂ ସତ୍ୟ ଯୁଗରେ ପ୍ରବେଶ କରିବେ। ସେଥିପାଇଁ ଆପଣ ଲୋଭ, ମାୟା ଟଙ୍କା ଏହିସବୁକୁ ଦୁରରେ ରଖି ଭଗବାନଙ୍କୁ ଭକ୍ତି କରନ୍ତୁ ଏବଂ ହରିନାମ ଜପ କରନ୍ତୁ। ଜୀବନର କିଛି ଅଂଶ ଭଗବାନଙ୍କୁ ସମର୍ପିତ କରନ୍ତୁ।

Leave a Reply

Your email address will not be published. Required fields are marked *