ବଲିଉଡରେ ଏମିତି ଅନେକ ନାମ ଅଛନ୍ତି ଯେଉଁମାନେ ଆଜି ଆମ ମଧ୍ୟରେ ନାହାନ୍ତି, କିନ୍ତୁ ସେହି ନାମକୁ କେବେବି ଭୁଲି ପାରିବା ନାହିଁ।ଦିନ, ସପ୍ତାହ, ମାସ, ବର୍ଷ,ଦଶକ ସବୁ ଆଗକୁ ବଢିଯିବ ଏବଂ ବଢ଼ିବାରେ ହିଁ ଲାଗିଛି, କିନ୍ତୁ ଏହି କଳାକାରମାନଙ୍କୁ ଭୁଲିବାର ଭୁଲ କେହିବି କରିବେ ନାହିଁ। ଏହି କଳାକାରମାନେ ନିଜ କାମ ଯୋଗୁଁ ହିଁ ସାରା ଜୀବନ ପାଇଁ ମନେ ରହିବେ। ଏମିତି ହିଁ ସିନେମା ଇଣ୍ଡଷ୍ଟ୍ରିର ଜଣେ ବରିଷ୍ଠ କଳାକାର ଅଟନ୍ତି ରାଜେଶ ଖନ୍ନା। ରାଜେଶ ଖନ୍ନା ଜଣେ ଏମିତି କଳାକାର ଅଟନ୍ତି ଯିଏ ନିଜ ସମୟରେ କଳାକାର ମାନଙ୍କର ରଙ୍ଗ-ରୂପକୁ ହିଁ ବଦଳେଇ ରଖି ଦେଇଥିଲେ। ସେ ଯେଉଁଠାକୁ ଦେଖୁଥିଲେ, ପୁଣି ସେଠାକୁ ଅନ୍ୟ କେହି ଦେଖିବାଟା ବେକାର ହେଉଥିଲା।
ରାଜେଶ ଖନ୍ନା ନିଜ କ୍ୟାରିୟରରେ ଅପାର ସଫଳତା ହାସଲ କରିଥିଲେ। ଆଜିର ଯୁବକ କିମ୍ବା ଆଜିର ବଲିଉଡ ଷ୍ଟାର ଯେଉଁ ବୟସରେ ନିଜକୁ ଖୋଜିବାରେ ଲାଗିଛନ୍ତି, ନିଜକୁ ସ୍ଥାପିତ କରିବାରେ ଲାଗିଛନ୍ତି,ତ ସେଠାରେ ଯୁବା ବୟସରେ ରାଜେଶ ଖନ୍ନା ବଲିଉଡର ପ୍ରଥମ ସୁପରଷ୍ଟାର ହୋଇ ଯାଇଥିଲେ। ବର୍ଷ ୧୯୯୬ରେ ରାଜେଶ ଖନ୍ନା ସିନେମା କ୍ୟାରିୟରର ଆରମ୍ଭ ‘ଆଖିରୀ ଖତ’ରୁ କରିଥିଲେ। କେବଳ କିଛି ହିଁ ବର୍ଷରେ ସେ ସୁପରଷ୍ଟାର ହୋଇ ଯାଇଥିଲେ।
ନା ହିଁ ରାଜେଶ ଖନ୍ନାଙ୍କ ପୂର୍ବରୁ ଏବଂ ନାଁ ହିଁ ତାଙ୍କ ପରେ ବଲିଉଡରେ ତାଙ୍କ ପରି ଅନ୍ୟ କେହି ସୁପରଷ୍ଟାର ହୋଇଛନ୍ତି। ହେଲେ ଯେତେବେଳେ ଗୋଟିଏ ଥର ପ୍ରଶ୍ନ କରାଯାଇଥିଲା କି, ତାଙ୍କ ପରେ ଇଣ୍ଡଷ୍ଟ୍ରିରେ ଆଗାମୀ ସୁପରଷ୍ଟାର କିଏ ହେବ।ତ ରାଜେଶ ଖନ୍ନାଙ୍କ ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।’କାକା’ କହିଥିଲେ କି, ତାଙ୍କ ନାତି ଅର୍ଥାତ ଅକ୍ଷୟ କୁମାର ଏବଂ ଟୁଇଁକିଲ ଖନ୍ନାଙ୍କ ପୁଅ ଆରବ ଆଗାମୀ ସୁପରଷ୍ଟାର ହେବେ।ଏହା ପଛର କାରଣ କହିବା ସମୟରେ ସେ କହିଥିଲେ କି, ସେଥିରେ ମୋର,ଡିମ୍ପଲ,ଟୁଇଁକିଲ ଏବଂ ଅକ୍ଷୟ ସମସ୍ତଙ୍କର ଅଂଶ ରହିଛି। ଏଥିପାଇଁ ସେ ଇଣ୍ଡଷ୍ଟ୍ରିର ଆଗାମୀ ସୁପରଷ୍ଟାର ହୋଇ ପାରିବେ।
‘କାକା’ ନାମରେ ଲୋକପ୍ରିୟ ରାଜେଶ ଖନ୍ନା କହିଥିଲେ କି, “ମୋ ନାତି ସୁପରଷ୍ଟାର ହୋଇପାରେ। ଏଥିପାଇଁ ନୁହେଁ କି ସେ ମୋ ନାତି ଅଟେ ଏବଂ ମୋ ଝିଅର ପୁଅ ଅଟେ, ବରଂ ଏଥିପାଇଁ କି ଡିମ୍ପଲ ଜୀଙ୍କର କିଛି ତ ନେଇଥିବେ। କିଛି ତ ଅକ୍ଷୟଙ୍କର ମଧ୍ୟ ନେଇଥିବେ ଯାହା ଗୋଟିଏ ପାରିବାରିକ ବୃକ୍ଷ ଅଟେ। କିଛି ତ ଟୁଇଁକିଲଙ୍କ ଠାରୁ ମଧ୍ୟ ନେଇଥିବେ ଏବଂ ଶେଷରେ ତ ମୋ ଠାରୁ କିଛି ନେଇଥିବେ।”
‘କାକା’ ନିଜ କଥା ଜାରି ରଖିବା ସମୟରେ ଆଗକୁ କହିଥିଲେ କି, “ଯଦି ମୁଁ ସୁପରଷ୍ଟାର ରହିଥିଲି ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରିର ଇତିହାସରେ… ଯେତେବେଳେ ମଧ୍ୟ ସୁବର୍ଣ୍ଣ ଅକ୍ଷରରେ ରାଜେଶ ଖନ୍ନାଙ୍କ ନାମ ଲେଖା ଯିବ ତ ମୋତେ ଲାଗୁଛି କି ଆରବ ଆଗାମୀ ସୁପରଷ୍ଟାର ହେବ।”
ଜଣା ଯାଉଛି କି, ଅକ୍ଷୟ କୁମାର ଏବଂ ଟୁଇଁକିଲ ଖନ୍ନାଙ୍କ ବାହାଘର ବର୍ଷ୨୦୦୧ରେ ହୋଇଥିଲା। ଦୁଇଜଣ ବର୍ତ୍ତମାନ ଦୁଇଟି ଛୁଆଙ୍କ ମାଆ-ବାପା ଅଟନ୍ତି। ଅକ୍ଷୟ କୁମାରଙ୍କ ଘରେ ପ୍ରଥମ ସନ୍ତାନ ରୂପରେ ଆରବ ଜନ୍ମ ହୋଇଥିଲେ।ଆରବଙ୍କ ଜନ୍ମ ୧୫ ସେପ୍ଟେମ୍ବର ୨୦୦୨ରେ ହୋଇଥିଲା।ଆରବ ୧୮ବର୍ଷର ହୋଇ ସାରିଲେଣି ଏବଂ ପରିଶେଷରେ ସେ ପାଠପଢ଼ା ଉପରେ ଧ୍ୟାନ ଦେଉଛନ୍ତି। ତାଙ୍କର ବଲିଉଡରେ ନିଜ ପରିବାର ଭଳି କାମ କରିବାକୁ ନେଇ ପରିଶେଷରେ କୈାଣସି ସଠିକ ସୂଚନା ଉପଲବ୍ଧ ନାହିଁ। ସେଠାରେ ଅକ୍ଷୟ ଏବଂ ଟୁଇଁକିଲଙ୍କ ଗୋଟିଏ ଝିଅ ନିତାରା ମଧ୍ୟ ଅଛନ୍ତି।