ହିନ୍ଦୀ ଚଳଚ୍ଚିତ୍ରରେ ଯଦି କେହି ଅଭିନେତା ସମସ୍ତଙ୍କ ହୃଦୟରେ ଅଛନ୍ତି ସିଏ ହେଲେ ‘ମହାନାୟକ’ ଅମିତାଭ ବଚ୍ଚନ କିଏ ବଡ଼, କିଏ ବୃଦ୍ଧ, ସବୁ ପିଲାଙ୍କ ହୃଦୟରେ ନିଜର ଜାଗା ସୃଷ୍ଟି କରିପାରିଛନ୍ତି। ଏବେ ୭୮ ବର୍ଷ ପରେ ମଧ୍ୟ ଅମିତାଭ ବଚ୍ଚନ ଯୁବକ ଭଳି କାମ କରୁଛନ୍ତି। ଯାହା ଦୁନିଆ ଭଲସେ ଜାଣିଛି। ଅମିତାଭ କେବଳ କାମରେ ସକ୍ରିୟ ନୁହଁନ୍ତି। ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ। ଅମିତାଭ ବଚନ କିଛି ଫଟୋ, ଭିଡିଓ, କାହାଣୀ, କବିତା, ଚଳଚ୍ଚିତ୍ର ତାଙ୍କ ସବୁ ସାଙ୍ଗ ମାନଙ୍କ ସହ ସେୟାର କରୁଛନ୍ତି। ପୁଣିଥରେ ଅମିତାଭ ବଚ୍ଚନ ଏକ ରୋମାଞ୍ଚକ କାହାଣୀ ସେୟାର କରିଛନ୍ତି। ଯାହା ଆପଣ ଶୁଣିଲେ ଆପଣ ପୁଣିଥରେ ଅମିତାଭ ଙ୍କ ଫ୍ୟାନ ବନିଯିବେ।ଏଥର ସେ ଯାହା ସେୟାର କରିଛନ୍ତି ତାହା ତାଙ୍କର ସାହାସ ସଫା ସଫା ଦର୍ଶାଉଛି।
‘ମହାନାୟକ’ ଅମିତାଭ ବଚ୍ଚନ ନିଜର ଇନଷ୍ଟଗ୍ରାମ ଆକାଉଣ୍ଟରେ ଚଳଚ୍ଚିତ୍ର “ଖୁନ ପଶିନା” ର ସୁଟିଙ୍ଗ ସମୟରେ କିଛି କଥା ସେୟାର କରିଛନ୍ତି। ଯେଉଁଠାରେ ଅମିତାଭଙ୍କୁ ଅସଲି ବାଘ ସହ ଲଢେଇ କରିବାକୁ ପଡ଼ିଥିଲା। ଅମିତାଭ ଗୋଟିଏ ଚଳଚ୍ଚିତ୍ର ର ସୁଟିଙ୍ଗ ସମୟରେ ଗୋଟେ ଫଟୋ ସେୟାର କରି ଲେଖିଛନ୍ତି କି, “ମୁଁ କେବେବି ଭାବିନ ଥିଲି କି କଷ୍ଟ୍ୟୁମ୍ ଡିପାଟମେଣ୍ଟ ରେ ମତେ ଏମିତି ଜ୍ୟାକେଟ ଦିଆଯିବ। ଆଉ କୁହା ଯିବ ଅସଲି ବାଘ ସହ ଲଢେଇ କରିବାକୁ। ଆପଣଙ୍କୁ ଜଣା ନାହିଁ କି ଗୋଟିଏ ବାଘ କେତେ ଶକ୍ତି ଶାଳୀ ଅଟେ। ଗୋଟେ ଏମିତି ସମୟ ଯାହାକୁ ମୁଁ କେବେ ଭୁଲି ପାରିବିନି।
ଇଣ୍ଡଷ୍ଟ୍ରି ଭି ଦେଲା ଭଲ ପାଇବା:
“ମହାନାୟକ” ଅମିତାଭ ବଚ୍ଚନ ଙ୍କ ର ଏହି ପୋଷ୍ଟ ରେ ନା କେବଳ ସାଧାରଣ ଲୋକେ ଇଣ୍ଡଷ୍ଟ୍ରି ର ଜଣାଶୁଣା ଲୋକ ମଧ୍ୟ ବହୁତ ଭଲପାଇବା ଦେଇଛନ୍ତି। ଫରାହା ଖାନ, ଭାବନା ସୌମ୍ୟା ଏବଂ ଅଭିନେତା ରାହୁଲ ଦେବ କମେଣ୍ଟ ଜରିଆରେ ଏହି ପୋଷ୍ଟ କୁ ପ୍ରଶଂସା କରିଛନ୍ତି। କହିଦେବା କୁ ଚାହୁଁଛୁ କି ଇନଷ୍ଟାଗ୍ରାମରେ ଅମିତାଭ ବଚ୍ଚନ ଜଣାଶୁଣା ଲୋକ ଙ୍କ ମଧ୍ୟରେ ଜଣେ ତାଙ୍କୁ ଇଷ୍ଟାରେ ୨ କୋଟି ୩୮ ଲକ୍ଷ ରୁ ଅଧିକ ଲୋକ ପସନ୍ଦ କରନ୍ତି।
KBC ରେ ବ୍ୟସ୍ତ ଅଛନ୍ତି ଅମିତାଭ:
ଅମିତାଭ ବଚ୍ଚନ ନିଜର ଟିଭି ଶୋ “କୋନ ବନେଗା କରୋଡ ପତି” କୁ ନେଇ ବହୁତ ବ୍ୟସ୍ତ ଅଛନ୍ତି। ଏହି ଜରିଆରେ ଅମିତାଭ ବଚ୍ଚନ ଟିଭି ରେ ନଜର ଆସୁଛନ୍ତି। ଏହି ଶୋ ର ସୁଟିଙ୍ଗ ମଧ୍ୟ ଚାଲିଛି। ଅମିତାଭ ବଚନ କହିଥିଲେ କି KBC ର ସୁଟିଙ୍ଗ ରେ ତାଙ୍କୁ ପ୍ରତିଦିନ ୧୫ ଘଣ୍ଟା କାମ କରିବାକୁ ପଡୁଛି। କହିଦବାକୁ ଚାହୁଁଛୁ କି ତାଙ୍କର ଏହି ରାସ୍ତା ବହୁତ ଚମତ୍କାର ଅଟେ। ଏହି ବର୍ଷ ଏହି ଶୋ ୨୦ ବର୍ଷ ପୂରଣ କରିଛି। ଏବେ ମଧ୍ୟ ଏହା ସମସ୍ତଙ୍କୁ ପସନ୍ଦ ଅଛି। ଚଳଚ୍ଚିତ୍ର କଥା କହିବା ତ , ଅମିତାଭ ବଚ୍ଚନ ନିଜର ଆଗାମୀ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ର, ସମସେରା, ହେରାଫେରି 3 ଭଳି ଦେଖିବାକୁ ମିଳିବେ।