ମୁମ୍ବାଇ: ସୈଫ ଅଲ୍ଲୀ ଖାନ (Saif Ali Khan)ଙ୍କ ଏକ୍ସ-ସ୍ତ୍ରୀ ଏବଂ ସାରା ଅଲ୍ଲୀ ଖାନଙ୍କ ମାଆ ଅମୃତା ସିଂହ (Amrita Singh) ୬୩ବର୍ଷର ହୋଇ ସାରିଲେଣି। ୯ଫେବୃଆରୀ, ୧୯୫୮ରେ ଦିଲ୍ଲୀରେ ଜନ୍ମ ଅମୃତା ସିଂହ କ୍ୟାରିୟରର ଆରମ୍ଭ ସିନେମା ‘ବେତାବ’ (୧୯୮୩)ରୁ କରିଥିଲେ। ସିନେମା ସୁଟିଂ ସମୟରେ ତାଙ୍କ ଆ-ଫେ-ୟାର ନିଜ କୋ-ଷ୍ଟାର ସନୀ ଦେଓଲ (Sunny Deol)ଙ୍କ ସହିତ ହୋଇଥିଲା। ଅମୃତା ସନୀ ଦେଓଲଙ୍କ ପ୍ରେମରେ ଏମିତି ପଡି ଯାଇଥିଲେ କି ସେ ସୈଫ ଅଲ୍ଲୀ ଖାନଙ୍କୁ ମଧ୍ୟ ଅବ-ହେଳା କରିବା ଆରମ୍ଭ କରିଦେଇଥିଲେ। ହେଲେ, ଅମୃତା ଯେତେବେଳେ ସନୀ ଦେଓଲଙ୍କ ପ୍ରେମରେ ପଡ଼ିଥିଲେ ତ ସେହି ସମୟରେ ସନୀ ବିବାହିତ ଥିଲେ, କିନ୍ତୁ ଏହିକଥା ସେ ଅମୃତା ସିଂହଙ୍କ ଠାରୁ ଲୁ-ଚେ-ଇ ରଖିଥିଲେ।
ସନୀଙ୍କ କାରଣରୁ ସୈଫଙ୍କୁ ଅବ-ହେଳା କରୁଥିଲେ ଅମୃତା:
ସିମୀ ଗ୍ରେବାଲଙ୍କ ଚ୍ୟାଟ ଶୋରେ ସୈଫ ଅଲ୍ଲୀ ଖାନ ଏବଂ ଅମୃତା ନିଜର ପ୍ରଥମ ଡେ-ଟ ବିଷୟରେ ବହୁତ କଥା ଜଣାଇଥିଲେ। ସୈଫଙ୍କ ବିଷୟରେ କଥା ହେବା ସମୟରେ ଅମୃତା ଅନେକ ଖୁ-ଲା-ସା ମଧ୍ୟ କରିଥିଲେ। ସେ ଏହାମଧ୍ୟ କହିଥିଲେ କି ସନୀ ଦେଓଲଙ୍କ କାରଣରୁ ସେ ସୈଫଙ୍କୁ ଅବ-ହେଳା କରିବାକୁ ଲାଗିଥିଲେ।
ପ୍ରଥମଥର ସୈଫଙ୍କୁ ସେଟ ଉପରେ ଦେଖିଥିଲେ:
ଅମୃତାଙ୍କ ମୁତାବକ, ସୈଫଙ୍କ ସହିତ ମୋ ପ୍ରଥମ ଦେଖା ‘ୟେ ଦିଲ୍ଲଗୀ’ର ସେଟ ଉପରେ ହୋଇଥିଲା। ସେହି ସମୟରେ ସୈଫଙ୍କ ସହିତ କାଜୋଲ ଏବଂ ଅନ୍ୟ ଷ୍ଟାରମାନେ ମଧ୍ୟ ଥିଲେ। ସେଠାରେ ମୁଁ ପ୍ରଥମ ଥର ସୈଫଙ୍କୁ ଦେଖିଥିଲି। କିନ୍ତୁ ଅମୃତାଙ୍କ ସହିତ ସେହି ସମୟରେ ଅଭିନେତା ସନୀ ଦେଓଲ ମଧ୍ୟ ଥିଲେ ଏଥିପାଇଁ ସେ ସୈଫଙ୍କୁ ଧ୍ୟାନ ଦେଇନଥିଲେ।
ସତ ଜଣାପଡିବାରୁ ଅମୃତା ଭାଙ୍ଗିଥିଲେ ସନୀଙ୍କ ସହିତ ସଂପର୍କ:
ସନୀ ଦେଓଲଙ୍କ ସତ୍ୟତା ଜଣା ପଡ଼ିବା ପରେ ଅମୃତା ସିଂହ ତାଙ୍କ ସହିତ ସ-ମ୍ପର୍କ ଭାଙ୍ଗି ଦେଇଥିଲେ। ହେଲେ ଏହାପରେ ତାଙ୍କ ନାମ କ୍ରିକେଟର ରବି ଶାସ୍ତ୍ରୀଙ୍କ ସହିତ ମଧ୍ୟ ଯୋଡି ହୋଇଥିଲା, କିନ୍ତୁ ଏହି ସଂ-ପର୍କ ମଧ୍ୟ ବେଶୀଦିନ ପର୍ଯ୍ୟନ୍ତ ଚାଲିନଥିଲା ଏବଂ ଦୁଇଜଣ ବହୁତ ଶୀଘ୍ର ଅଲଗା ହୋଇ ଯାଇଥିଲେ। ଏହାପରେ ଅମୃତାଙ୍କ ଜୀବନରେ ସୈଫ ଅଲ୍ଲୀ ଖାନଙ୍କର ପ୍ରବେଶ ହୋଇଥିଲା।
ଯେତେବେଳେ ସୈଫ ରଖିଥିଲେ ଅମୃତାଙ୍କ କାନ୍ଧ ଉପରେ ହାତ:
ଗୋଟିଏ ଥର ଅମୃତା ସିଂହ ଏବଂ ସୈଫ ଅଲ୍ଲୀ ଖାନ ଏକ ଫୋଟଶୁଟ ସ୍ଥାନରେ ଦେଖା ହୋଇଥିଲେ। ଅମୃତାଙ୍କ ମୁତାବକ ଫୋଟଶୁଟ ସମୟରେ ଯେତେବେଳେ ସୈଫ ମୋ କାନ୍ଧ ଉପରେ ହାତ ରଖିଥିଲେ ତ ମୁଁ ସୈଫଙ୍କୁ ବୁଲି ଚାହିଁଥିଲି। ବାସ୍ତବରେ, ସେହି ସମୟରେ ସୈଫ ବଲିଉଡରେ ନୂଆ ଥିଲେ, ଯେତେବେଳେ କି ମୁଁ ତାଙ୍କଠାରୁ ବୟସ ଏବଂ ଅଭିଜ୍ଞତାରେ ବହୁତ ଆଗରେ ଥିଲି।
ଅଳ୍ପ ଦେଖାରେ ହିଁ ଅମୃତାଙ୍କ ଦିୱାନା ହୋଇ ଯାଇଥିଲେ ସୈଫ:
ସୈଫ, ଅମୃତାଙ୍କୁ ଦେଖିବା ମାତ୍ରେ ହିଁ ତାଙ୍କର ଦିୱାନା ହୋଇଯାଇଥିଲେ। ଅଳ୍ପ ଦେଖାରେ ହିଁ ସେ କୈାଣସି ପ୍ରକାରରେ ଅମୃତାଙ୍କ ପାଖକୁ ଯିବାକୁ ଚାହୁଁଥିଲେ। ସେ ଦେଖା କରିବାକୁ ଉପାୟ ବାହାର କରିଥିଲେ ଏବଂ ଅମୃତାଙ୍କୁ ରାତ୍ରିଭୋଜନ ପାଇଁ ଡ଼ାକିଥିଲେ। ହେଲେ ସେହି ସମୟରେ ଅମୃତା ଯିବା ପାଇଁ ମନା କରିଦେଇଥିଲେ।
ଯେତେବେଳେ ଅମୃତାଙ୍କ ଘରେ ଦୁଇଦିନ ରହିଥିଲେ ସୈଫ:
ଏହାପରେ ଅମୃତା ପରେ ସୈଫଙ୍କୁ ନିଜ ଘରକୁ ହିଁ ନିମନ୍ତ୍ରଣ କରିଥିଲେ। ସୈଫଙ୍କ ମୁତାବକ, ସେ ତ ଡିନର କରିବା ପାଇଁ ଯାଇଥିଲେ କିନ୍ତୁ ପରେ ଦୁଇଦିନ ପର୍ଯ୍ୟନ୍ତ ଅମୃତାଙ୍କ ଘରେ ହିଁ ରହିଥିଲେ। ସୈଫ ସିମୀ ଗ୍ରେବାଲଙ୍କ ଚ୍ୟାଟ ଶୋରେ କହିଥିଲେ- ଯେତେବେଳେ ମୁଁ ଅମୃତାଙ୍କ ଘରେ ପ୍ରଥମ ଥର ପହଁଞ୍ଚିଥିଲି ତ ସେହି ସମୟରେ ସେ ତାଙ୍କ ମ୍ୟାକଅପ ଛଡାଉ ଥିଲେ। ତାଙ୍କୁ ବିନା ମେକଅପରେ ଦେଖି ମୁଁ ତ ଆ-ଶ୍ଚ-ର୍ଯ୍ୟ ହୋଇ ଯାଇଥିଲି।
୩ମାସର ଡେଟିଂ ପରେ ହୋଇଥିଲେ ବାହା:
୩ମାସର ଡେଟିଂ ପରେ ସୈଫ ଏବଂ ଅମୃତା ୧୯୯୧ରେ ଲୁଚି ବାହା ହୋଇ ଯାଇଥିଲେ କିନ୍ତୁ ଦୁଇଜଣ ଯାକ ନିଜ ଘର ଲୋକଙ୍କ ପ୍ରତିକ୍ରିୟାକୁ ଡରୁଥିଲେ। ଏହାର କାରଣ ଥିଲା କି ସୈଫ ଏବଂ ଅମୃତାଙ୍କ ମଧ୍ୟରେ ବୟସର ପାର୍ଥକ୍ୟ। ହେଲେ ୧୩ବର୍ଷ ପର୍ଯ୍ୟନ୍ତ ସାଥିହୋଇ ରହିବା ପରେ ୨୦୦୪ରେ ଅମୃତା ଏବଂ ସୈଫଙ୍କର ଛାଡ଼ପତ୍ର ହୋଇ ଯାଇଥିଲା।
ଏହି କାରଣରୁ ହୋଇଥିଲା ଅମୃତା-ସୈଫଙ୍କ ଛାଡ଼ପତ୍ର:
କୁହାଯାଉଛି କି ଅମୃତା ଏବଂ ସୈଫଙ୍କର ଅଲଗା ହେବାର କାରଣ ସ୍ବିସ ମଡେଲ ରୋସା କ୍ୟାଟଲାନେ ଥିଲେ। ଇଟାଲୀରେ ଜନ୍ମ ରୋଜା ସ୍ବିଜରଲ୍ୟାଣ୍ଡରେ ମଡେଲିଙ୍ଗ କରୁଥିଲେ।୨୦୦୪ରେ ସୈଫଙ୍କ ବାହାଘର ଭାଙ୍ଗିବା ପୂର୍ବରୁ ରୋଜା ତାଙ୍କ ସଂପର୍କରେ ଆସି ସାରିଥିଲେ।
ସୈଫ ରୋଜା କ୍ୟାଟଲାନୋଙ୍କୁ ଲୁଚାଇ ଥିଲେ ଏହି କଥା;
ରୋଜା କହିଥିଲେ କି ସୈଫ ଯେତେବେଳେ ତାଙ୍କ ସହିତ ପ୍ରଥମେ ପ୍ରଥମେ ଦେଖା ହେଉଥିଲେ, ସେତେବେଳେ ସେ ଏହା କହିନଥିଲେ କି ସେ ବିବାହିତ ଅଟନ୍ତି। ସୈଫଙ୍କ ସହିତ ଆଫେୟାର ପରେ ହିଁ ସେ ଭାରତକୁ ଆସିଥିଲେ। ସେତେବେଳେ ଯାଇ ତାଙ୍କୁ ଜଣା ପଡିଥିଲା କି ସୈଫଙ୍କର ଦୁଇଟି ଛୁଆ ଅଛନ୍ତି। ରୋଜା ଏବଂ ସୈଫଙ୍କ ମଧ୍ୟରେ ଆଫେୟାର ଦୁଇବର୍ଷ ହିଁ ଚାଲିଥିଲା ଏବଂ ଏହାପରେ ଦୁଇଜଣ ଅଲଗା ହୋଇଯାଇଥିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।