ସଲମାନ ଖାନଙ୍କ ଜିଦିରେ ବିରକ୍ତି ହୋଇ ଯେତେବେଳେ ଏହି ବ୍ୟକ୍ତି କାନ୍ଦିବାକୁ ଲାଗିଥିଲେ ତିକ୍ତ ଭାବରେ, ଆଣ୍ଠୁରେ ବସି ମଧ୍ୟ ଭିକ୍ଷା ମାଗିଥିଲେ।

ମୁମ୍ବାଇ: ସଲମାନ ଖାନ (Salman Khan)ଙ୍କ ଉପରେ ବହୁ ଅଭିନୟ ପରି ଭୁଲ ଶପଥ ପତ୍ର ପ୍ରେଶ କରିବାକୁ ନେଇ ଯୋଧପୁର କୋ-ର୍ଟ ନିଜ ନିଷ୍ପତ୍ତି ଶୁଣାଇ ଦେଇଛନ୍ତି। କୋର୍ଟ ସରକାରଙ୍କ ଅପି-ଲକୁ ଖା-ରିଜ କରିଛନ୍ତି ଏବଂ ଏହାଦ୍ଵାରା ସଲମାନଙ୍କୁ ମୁକ୍ତି ମିଳିଛି। ଜଣା ଯାଉଛି କି ସଲମାନ ପ୍ରଥମ ଥର ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ। ଏହି କେସରୁ ମୁକ୍ତି ମିଳିବା ପରେ ସଲମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି। ଏହା ମଧ୍ୟରେ ସଲମାନଙ୍କୁ ନେଇ ପୁରୁଣା ଖବର ମଧ୍ୟ ଭାଇ-ରାଲ ହେଉଛି। ଏହି ଖବର ୧୯୯୮ରେ ଆସିଥିବା କରନ ଜୌହର (Karan Johar)ଙ୍କ ସିନେମା କୁଛ କୁଛ ହୋତା ହେ (Kuch kuch hota hai) ସହିତ ଯୋଡି ହୋଇଛି। ଏହି ସିନେମାର ସୁଟିଂ ସମୟରେ ସଲମାନଙ୍କ ଯୋଗୁଁ କରନ ତିକ୍ତ ଭାବରେ କାନ୍ଦିବାକୁ ଲାଗିଥିଲେ। ଆସନ୍ତୁ, ଜାଣିବା କଣ ହେଉଛି ଏହି ଖବର।

କରନ ଜୌହର ଡାଇରେକ୍ଟର ଭାବରେ ସିନେମା କୁଛ କୁଛ ହୋତା ହେ ରେ ଡେବ୍ୟୁ କରିଥିଲେ। ଏହି ସିନେମାରେ ଶାହାରୁଖ ଖାନ,କାଜଲ ଏବଂ ରାନୀ ମୁଖାର୍ଜୀ ମୁଖ୍ୟ ଚରିତ୍ରରେ ଥିଲେ। ସିନେମାରେ ସଲମାନଙ୍କର କମି ରହିଥିଲା।

କୁଛ କୁଛ କୁଛ ହୋତା ହେ ସହିତ ଏମିତିରେ ତ ଅନେକ ଖବର ଯୋଡ଼ି ହୋଇଥିଲା। କିନ୍ତୁ ଗୋଟିଏ ଖବର ଏମିତି ଥିଲା ଯାହାକୁ ଶୁଣିବାପରେ କାହାକୁ ବି ହସ ଲାଗିପାରେ। ସିନେମାରେ ସଲମାନଙ୍କ ଚରିତ୍ରର ନାମ ଅମନ ଥିଲା। ଏହି ସିନେମାରେ ଏକ ବାହାଘର ଦୃଶ୍ୟର ସୁଟିଂ ହେବାର ଥିଲା। ଯାହାକୁ ନେଇ ସଲମାନଙ୍କ କଥା ଉପରେ କରନଙ୍କ ଆଖିରେ ଲୁହ ଆସି ଯାଇଥିଲା।

ବାସ୍ତବରେ ସିନେମାରେ ବାହାଘରର ଦୃଶ୍ୟ ସୁଟ କରିବା ପାଇଁ କରନ, ସଲମାନଙ୍କୁ ସୁଟ ପିନ୍ଧେଇବା ପାଇଁ ଚାହୁଁଥିଲେ କିନ୍ତୁ ସେ ସୁଟ ପିନ୍ଧିବା ପାଇଁ ମନା କରିଦେଉଥିଲେ। ସଲମାନ କରନଙ୍କୁ କହିଥିଲେ-ମୋ ପାଖରେ ଗୋଟିଏ ବହୁତ ଭଲ ଆଇଡ଼ିଆ ଅଛି, ମୁଁ ବାହାଘରରେ ଟର୍ନ ଜିନ୍ସ ଏବଂ ଟି ସାର୍ଟ ପିନ୍ଧିବି। ଏ ପର୍ଯ୍ୟନ୍ତ କେଉଁଠାରେ ବି କେହି ଏମିତି ଦୃଶ୍ୟ ଦେଖି ନଥିବେ, ଲୋକମାନଙ୍କୁ ଏମିତି ଦେଖି ମଜା ଲାଗିବ।

ସଲମାନଙ୍କ କଥା ଶୁଣି କରନ ପ୍ରଥମେ ତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତାଙ୍କୁ ଲାଗିଥିଲା କି ବୋଧହୁଏ ସଲମାନ ତାଙ୍କ ସହିତ ମଜା କରୁଛନ୍ତି। କିଛି ସମୟ ପରେ ସଲମାନଙ୍କୁ କରନ କହିଥିଲେ କି ତୁମକୁ ସୁଟ ହିଁ ପିନ୍ଧିବାକୁ ପଡିବ, ସିନେମା ହିସାବରେ ଜିନ୍ସ ଭଲ ଲାଗିବ ନାହିଁ, କିନ୍ତୁ ସଲମାନ ମନା କରିଦେଇଥିଲେ।

ସଲମାନଙ୍କୁ ବୁଝାଇ ବୁଝାଇ ଯେତେବେଳେ କରନ ଥକି ଯାଇଥିଲେ ତ ସେ ତିକ୍ତ ଭାବରେ କାନ୍ଦିବାକୁ ଲାଗିଥିଲେ ଏବଂ କହିଥିଲେ- ଦୟାକରି ଏଇଟା ମୋର ପ୍ରଥମ ସିନେମା ଅଟେ ଏମିତି କରନ୍ତୁ ନାହିଁ। କରନ ଆଣ୍ଠୁ ଉପର ବସି ଭିକ୍ଷା ମାଗିବା ପରି କହିଥିଲେ କି ସତରେ ସୁଟ ସବୁଠାରୁ ଭଲ ଲାଗିବ।

କରନଙ୍କୁ କାନ୍ଦୁଥିବାର ଦେଖି ସଲମାନ ଡରି ଯାଇଥିଲେ ଏବଂ କହିଥିଲେ- ଠିକ ଅଛି ଚିନ୍ତା କରନ୍ତୁ ନାହିଁ, ମୁଁ ସୁଟ ପିନ୍ଧିନେବି। ଆପଣ କାନ୍ଦନ୍ତୁ ନାହିଁ ନହେଲେ ମୁଁ ଆପଣଙ୍କୁ ମାରି ପକେଇବି।

କରନ ଏକ ଇଣ୍ଟରବ୍ୟୁରେ ଏହି ଖବରକୁ ଜଣାଇ କହିଥିଲେ- ମୋତେ ଜଣାଥିଲା କି ସଲମାନ ପରିଶେଷରେ ମାନିଯିବେ କାରଣ ତାଙ୍କ ହୃଦୟ ବହୁତ ବଡ଼ ଅଟେ ଏବଂ ସେ ସମସ୍ତଙ୍କୁ ସାହାଯ୍ୟ କରିଥାନ୍ତି। ସେହି ସମୟର ସବୁକିଛି ବହୁତ ଅଜବ ଥିଲା, କିନ୍ତୁ ମଜାଦାର ଥିଲା।

Leave a Reply

Your email address will not be published. Required fields are marked *