‘ ସୁହାନା ଙ୍କୁ କିସ କରିଲେ ଓଠ କାଟି ଦେବି ‘ ଶାହରୁଖ ଖାନ ଝିଅର ବୟଫ୍ରେଣ୍ଡ କୁ ଦେଇଥିଲେ ଚେତାବନୀ !

ବଲିଉଡର ବାଦଶାହ ଶାହରୁକ ଖାନଙ୍କ ଝିଅ ହୁଏତ ଏବେ ପର୍ଯ୍ୟନ୍ତ ବଲିଉଡରେ ଡେବ୍ୟୁ କରି ନାହାଁନ୍ତି କିନ୍ତୁ ସେ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହନ୍ତି । ପୁଣି ଶାହରୁଖ ଖାନ ମଧ୍ୟ ସାଧାରଣ ପିତା ଙ୍କ ଭଳି ନିଜର ତିନି ସନ୍ତାନ କୁ ନେଇ ଓଭର ପୋଜେସିଭ ରହନ୍ତି । କଫି ବିଥ କରଣ ସିଜନ ୫ ର ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି , ଯେଉଁଥିରେ ସୁହାନା ଖାନ ଙ୍କ ବୟଫ୍ରେଣ୍ଡ ବିଷୟ ପ୍ରଶ୍ନରେ ଶାହରୁଖ ଖାନ କିଛି ଏପରି ଉତ୍ତର ଦେଇଥିଲେ ଯାହାକୁ ପଢ଼ି ଆପଣ ନିଜ ହସକୁ ରୋକି ପାରିବେ ନାହିଁ । ଏହି ଏପିସଡ଼ ରେ ସେ ଆଲିୟା ଭଟ୍ଟଙ୍କ ସହିତ ପହଞ୍ଚି ଥିଲେ ।

ସିଜନ ୫ ର ଏହି ଏପିସଡ଼ ରେ କରଣ , ଆଲିୟା ଙ୍କୁ ପଚାରନ୍ତି ଯେ ଆପଣ କେତେ ବର୍ଷର ଥିଲେ ଯେତେବେଳେ ଆପଣଙ୍କର ପ୍ରଥମ ବୟଫ୍ରେଣ୍ଡ ହୋଇଥିଲା । ଏଥିରେ ଆଲିୟା ଉତ୍ତର ଦେଇ କହିଥିଲେ ଯେ ସେ ସେତେବେଳେ ୧୬ ବର୍ଷର ଥିଲେ । ଏଥିରେ କରଣ ଶାହରୁଖ ଖାନ ଙ୍କୁ ପଚାରନ୍ତି ଯେ ଯଦି ଆପଣଙ୍କ ଝିଅ ସୁହାନା ଙ୍କର ୧୬ ବର୍ଷ ବୟସରେ ବୟଫ୍ରେଣ୍ଡ ଥିବେ ଏବଂ ସେ ତାଙ୍କୁ କିସ କରିବାକୁ ଚାହୁଁଥିବେ ତେବେ ଆପଣ କଣ କରିବେ ।

ମୋ ଝିଅକୁ ବୟଫ୍ରେଣ୍ଡ କିସ କରିଲେ ତାର ଓଠ କାଟି ଦେବି :-

ଏଥିରେ ଶାହରୁଖ ମଜାଦାର ଉତ୍ତର ଡେ କହନ୍ତି ଯେ ମୋ ଝିଅକୁ ତାର ବୟଫ୍ରେଣ୍ଡ କିସ କରିବାକୁ ଚେଷ୍ଟା କରିଲେ ତାର ଓଠ କାଟି ଦେବି । କରଣ କହିଛନ୍ତି ଯେ ‘ ମୋତେ ଜଣା ଥିଲା ଯେ ତୁମେ ଏହିପରି ହିଁ କରିବ । ‘ ଏଥିରେ ଶାହରୁଖ କହନ୍ତି ଯେ ନିଶ୍ଚିତ ଶତ ପ୍ରତିଶତ । ଶାହରୁଖ କହନ୍ତି ଯେ ଏଥିପାଇଁ ମୋ ଝିଅ ସୁହାନା ର ବୟଫ୍ରେଣ୍ଡ ନାହିଁ କାରଣ ତାକୁ ଏସବୁ ଜଣା ଅଛି ।

ସୁହାନା ଖାନ ଙ୍କୁ ମୁମ୍ବାଇ ଏୟାରପୋର୍ଟ ଛାଡ଼ିବାକୁ ଯାଇଥିଲେ ଶାହରୁଖ ଖାନ :-

କିଛିଦିନ ପୂର୍ବରୁ ଶାହରୁଖ ଖାନ ଙ୍କ ଫୋଟ ଭାଇରଲ ହୋଇଥିଲା ଯେଉଁଥିରେ ସେ ନିଜ ଝିଅ କୁ ମୁମ୍ବାଇ ଏୟାରପୋର୍ଟ କୁ ଛାଡ଼ିବାକୁ ଯାଇଥିଲେ । କହିରଖୁଛୁ ଯେ ଶାହରୁଖ ଖାନଙ୍କ ଝିଅ ସୁହାନା ନ୍ୟୁୟର୍କ ରେ ପଢ଼ନ୍ତି । ସୁହାନା ଖାନ ସୋସିଆଲ ମିଡିଆରେ ପ୍ରାୟ ଆକ୍ଟିଭ ରହନ୍ତି ଏବଂ ନିଜର ସୁନ୍ଦର ଭିଡ଼ିଓ ଏବଂ ଫୋଟ ଫ୍ୟାନ ମାନଙ୍କ ସହିତ ସେୟାର କରିଥାନ୍ତି ।

Leave a Reply

Your email address will not be published. Required fields are marked *