ପିରିଅଡସ ରେ ନବରାତ୍ରୀ ବ୍ରତ ରଖିପାରିବେ କି ନାହିଁ ? ଜାଣନ୍ତୁ ଏଥିରେ ଜଡ଼ିତ ୧୦ଟି ନିୟମ

୧୭ ଅକ୍ଟୋବର ରୁ ନବରାତ୍ରି ଆରମ୍ଭ ହେଉଛି। ଏଥିରେ ମହିଳା ମାନେ ମା ଦୁର୍ଗା ଙ୍କୁ ଖୁସି କରିବା ପାଇଁ ନଅ ଦିନରେ ବ୍ରତ ରଖନ୍ତି।ଏହି ପୂଜା ସମୟରେ, ମଝିରେ ମହିଳା ମାନଙ୍କର ମାସିକ ଧର୍ମ ମଧ୍ୟ ଆରମ୍ଭ ହୋଇଯାଏ।ଏହି ସମୟରେ ମହିଳା ମାନେ ଦ୍ୱନ୍ଦ ରେ ପଡିଯାନ୍ତି କି ସେମାନେ ଏ ବ୍ରତ ରଖି ପାରିବେ କି ନାହିଁ।ଆସନ୍ତୁ ଜାଣିବା।

ଯଦି ନବରାତ୍ରି ର ଠିକ୍ ପୂର୍ବରୁ ମାସିକ ଧର୍ମ ଆରମ୍ଭ ହୋଇଯାଏ ତେବେ ମହିଳା ମାନେ ଏ ବ୍ରତ ରଖିବା ଉଚିତ ନୁହେଁ। କିନ୍ତୁ ଯଦି ନବରାତ୍ରି ମଧ୍ୟରେ ମାସିକ ଧର୍ମ ଆରମ୍ଭ ହୋଇଯାଏ ତ ଆପଣ କିଛି ବିଶେଷ ନିୟମ ଦ୍ବାରା ଏହି ବ୍ରତ ରଖିପାରିବେ। ଏହି ପ୍ରକାରର ନିୟମ।

୧. ମାସିକ ଧର୍ମ ସମୟରେ ଏହି ବ୍ରତ ରଖିଲେ ମା ଦୁର୍ଗା ଙ୍କୁ ପୂର୍ଣ୍ଣ ଶ୍ରଦ୍ଧା ରେ ଭକ୍ତି କରିବା ଉଚିତ। ଯଦି ପୂଜା ପାଠ ର କଥା ହେଉଛି ତ ଆପଣ ଆଉ କାହା ଦ୍ୱାରା କରିପାରିବେ।

୨. ଆପଣ ନିଜେ ଦୁର୍ଗା ସପ୍ତଶତୀ ତ ପଢି ପାରିବେନି,କିନ୍ତୁ ଆପଣ ନିଶ୍ଚୟ ଶୁଣି ପାରିବେ। ଏହାକୁ ପଢନ୍ତୁ କି ଶୁଣନ୍ତୁ ଗୋଟିଏ ଲାଭ ମିଳିଥାଏ।

୩. ମାସିକ ଧର୍ମ ସମୟରେ ମା ଦୁର୍ଗା ଙ୍କ ଜପ ମନରୁ ଦୂର ରୁ ଥାଇ କରନ୍ତୁ।ଏହି ସମୟରେ ଆପଣ ମନ୍ଦିର ଭିତରକୁ ଯାଆନ୍ତୁ ନାହିଁ। ଯଦି ମନ୍ତ୍ର ପଢିପାରୁ ନାହାଁନ୍ତି ତ ଆପଣ ମନରୁ ମା ଦୁର୍ଗା ଙ୍କୁ ଜପ କରିପାରିବେ।

୪. ମା ଙ୍କୁ ନଅ ଦିନ ପର୍ଯ୍ୟନ୍ତ ଭୋଗ ଚଢ଼ାନ୍ତୁ।ଆପଣ ଏହି ଭୋଗ କୁ ନିବେ ବନାନ୍ତୁ ନାହିଁ କି ଚଢାନ୍ତୁ ନାହିଁ।ଏହି କାମ ଅନ୍ୟ କାହା ଦ୍ୱାରା କରେଇ ନିଅନ୍ତୁ। ୫. ନବରାତ୍ରି ପାଳନ କରିବା ସମୟରେ ଯଦି ଶେଷକୁ ମାସିକ ଧର୍ମ ହୋଇଯାଏ ତ ନିୟମ ପାଳନ କରି ପୁରା ବ୍ରତ ରଖନ୍ତୁ।

୬. ନବରାତ୍ରି ବ୍ରତ ସାରିବା ପୂର୍ବରୁ ଯଦି ଆପଣ ଙ୍କ ର ମାସିକ ଧର୍ମ ଶେଷ ହୋଇଯାଏ ତ ଆପଣ ସ୍ନାନ କରି ନୂତନ ବସ୍ତ୍ର ପିନ୍ଧନ୍ତୁ ଏବଂ ପୁରା ବ୍ରତ ପାଳନ କରନ୍ତୁ। ବ୍ରତ ର ଶେଷ ଦିନରେ ଅଜାଣତରେ ହୋଇଥିବା ଭୁଲ ର କ୍ଷମା ମା ଙ୍କୁ ମାଗନ୍ତୁ।

୭. ମାସିକ ଧର୍ମ ସମୟରେ ମନ୍ଦିର ଯାଆନ୍ତୁ ନାହିଁ। ନଅ ଦିନ ମଧ୍ୟରେ ଆପଣ ଯେତିକି ଦିନ ପୂଜାରେ ସାମିଲ ଅଛନ୍ତି ସେତିକି ବସ୍ତ୍ର ଦାନ କରନ୍ତୁ। ୮. ଭଗବାନ ଙ୍କ ମୂର୍ତ୍ତି ଏବଂ ପୂଜା ସାମଗ୍ରୀକୁ ସ୍ପର୍ଶ କରନ୍ତୁ ନାହିଁ। ଦୂରରୁ ହିଁ ହାତ ଯୋଡ଼ି ନମସ୍କାର କରନ୍ତୁ।

୯. ମାତାଙ୍କ ପ୍ରସାଦ ଵନେଇବେ ନାହିଁ କି ଖାଇବେ ନାହିଁ। ବ୍ରତ ର ଗୋଟିଏ ସମୟର ଭୋଜନ ବି ଅନ୍ୟ କାହା ଦ୍ୱାରା ବନାନ୍ତୁ। ୧୦. ମାସିକ ଧର୍ମ ସମୟରେ ଧାର୍ମିକ ପୂଜା ରେ ଭାଗ ନିଅନ୍ତୁ ନାହିଁ।

ଏହା ସହିତ ମିଛ କହିବା ଏବଂ କାହାର ଖରାପ ଚିନ୍ତା କରନ୍ତୁ ନାହିଁ। ଆଶା କରୁଛୁ ଆପଣଙ୍କୁ ଏହି ତଥ୍ୟ ପସନ୍ଦ ଆସିବା।

Leave a Reply

Your email address will not be published. Required fields are marked *