WHO ଦେଲା ବଡ଼ ବୟାନ, ଦୁନିଆ ଏବେ ବିପଦଜନକ ଅବସ୍ଥାକୁ ଗତିକରୁଛି, ଏବେ ଠାରୁ ହୋଇ ଯାଆନ୍ତୁ ସାବଧାନ ନହେଲେ ପରିସ୍ଥିତି ଅସମ୍ଭାଳ…

କରୋନା ଭାଇରସ କୁ ନେଇ WHO ବଡ଼ ଚେତାବନୀ ଦେଇଛି। ବର୍ତ୍ତମାନ କରୋନା କାୟ ବିସ୍ତାର କରି ଚାଲିଥିବା ବେଳେ ଏବେ WHO ଏକ ବୟାନ ଦେଇଛି କି ଦୁନିଆ ଏବେ ଏକ ଭୟଙ୍କର ବିପଦପୂର୍ଣ୍ଣ ପରିସ୍ଥିତିରେ ପହଞ୍ଚି ଯାଇଛି। WHO ଏହା ମଧ୍ୟ କହିଛି କି ବର୍ତ୍ତମାନ ସବୁ ଦେଶରେ କରୋନା ମହାମାରୀ ଅଲଗା ଅଲଗା ଷ୍ଟେଜ ରେ ପହଞ୍ଚିଛି । ହେଲେ ବି ଦ୍ରୁତ ଗତିରେ ଭାଇରସ ବଢ଼ିବାରେ ଲାଗିଛି।

ଶୁକ୍ରବାର ଦିନ WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନମ୍ ଗେବ୍ରେଏସ୍ କହିଛନ୍ତି କି ସରକାର ଆର୍ଥିକ ସଙ୍କଟ କାରଣରୁ ଲକ୍ ଡାଉନ୍ କୋହଳ କରିଦେଇଛନ୍ତି ହେଲେ ବର୍ତ୍ତମାନ ମାମଲା ଅଧିକ ଗମ୍ଭୀର ରହିଛି ଆଗ ଅପେକ୍ଷା ଏହା ଅଧିକ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛୁ। ସରକାରଙ୍କୁ ଏହା ଧ୍ୟାନ ରଖିବା ଦରକାର କି ହଠାତ୍ ଆକ୍ରମଣକାରୀଙ୍କ ସଂଖ୍ୟା ଅଚାନକ ଭାବରେ ବୃଦ୍ଧି ପାଇବ ସେଥି ପାଇଁ ସରକାର ପ୍ରସ୍ତୁତ ରୁହନ୍ତୁ।

WHO କହିଛି କୁ ଲାକ୍ ଡାଉନ୍ ଖୋଲିବା କାରଣରୁ ମାମଲା ଅଧିକ ବଢ଼ିବାରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ କାରଣ ଲୋକ ଗହଳି ହେଲେ ସଂକ୍ରମଣ ଅଧିକ ବଢିବ । ବିଶ୍ବରେ ସବୁଠାରୁ ଅଧିକ ସଂକ୍ରମଣ ଆମେରିକା, ବ୍ରାଜିଲ ଓ ଲାଟିନ ଆମେରିକା ରୁ ଆସୁଅଛି।

WHO କହିଛି ଯେ ମଧ୍ୟ ପୂର୍ବ ଏବଂ ଦକ୍ଷିଣ ଏସିଆରେ ମଧ୍ୟ କରୋନା ମାମଲା ବୃଦ୍ଧି ପାଉଛି। WHO ଆଗରୁ ହାତ ବାରମ୍ବାର ସଫା କରିବା ଓ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲା। WHO ମୁଖ୍ୟ କହିଛନ୍ତିି କି ଲୋକ ମାନେ ଟିକେ ସତର୍କ ରୁହନ୍ତୁ ଏବଂ ସାମାଜିକ ଦୂରତା ଅବଲମ୍ବନ କରିଲେ ହିଁ ଆପଣ ନିଜକୁ ସୁରକ୍ଷା କରିପାରିବେ।

କରୋନା ଭାଇରସ କୁ ମହାମାରୀ ଭାବରେ WHO ୩ ମାସ ପୂର୍ବରୁ ଘୋଷଣା କରିସାରିଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଭାଇରସ କମିବାର ନା ନେଉନାହିଁ। ଯେ ପର୍ଯ୍ୟନ୍ତ ଲକ୍ ଡାଉନ୍ ଚାଲିଥିଲା କରୋନା ଭାଇରସ ସଂଖ୍ୟା କମ ଥିଲା କିନ୍ତୁ ଲକ୍ ଡାଉନ୍ କୋହଳ ହେଲାପରେ ଏହା ପୁଣି ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋର୍ଟାଲ ମାଧ୍ୟମରେ ଏତିକି ନିବେଦନ କି ଆପଣ ଯଥା ସମ୍ଭବ ନିୟମ ପାଳନ କରନ୍ତୁ ନିଜ ଜୀବନ ସୁରକ୍ଷିତ କରିବା ସହିତ ପରିବାର ଲୋକଙ୍କ ର ମଧ୍ୟ ଧ୍ୟାନ ରଖନ୍ତୁ। ଏମିତି ନୂଆ ନୂଆ ଖବର ପଢ଼ିବାକୁ ତଳେ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *