IAS ଏବଂ IPS ଅଫିସରଙ୍କ ମଧ୍ୟରେ କିଏ ଅଧିକ ଶକ୍ତିଶାଳୀ? କେଉଁ ପୋଷ୍ଟରେ ରହିଛି ଅଧିକ ପାୱାର?

IAS ଏବଂ IPS ପରସ୍ପରକୁ ପରିପୂର୍ଣ୍ଣ କରିଥାନ୍ତି, ଉଭୟ ଅଧିକାରୀ ଭାରତୀୟ ସମାଜର ବିକାଶ ପାଇଁ ଆବଶ୍ୟକ | ଉଭୟ ପଦବୀର ନିଜସ୍ୱ ସମ୍ମାନ ରହିଛି | ଜଣେ ସାଧା ପୋଷାକ ଧାରୀ ଅଫିସର ଏବଂ ଅନ୍ୟଜଣେ ପୋଲିସ୍ ୟୁନିଫର୍ମ ଧାରୀ ପ୍ରକୃତ ସେବକ | ଉଭୟ ଉତ୍କୃଷ୍ଟ ପଦବୀ କିନ୍ତୁ IAS ହେବା ପ୍ରାର୍ଥୀଙ୍କ ପ୍ରଥମ ପସନ୍ଦ ହୋଇଥାଏ |

ଆଇଏଏସ୍ କିମ୍ବା ଆଇପିଏସ୍ ଅଫିସରଙ୍କ ମଧ୍ୟରୁ କିଏ ଅଧିକ ଶକ୍ତିଶାଳୀ:

UPSC ର ପ୍ରସ୍ତୁତି ଯେତେ ବି କଠିନ ଏବଂ କଷ୍ଟସାଧ୍ୟ ହେଉନା କାହିଁକି, ଏହା ଦେଶର ପ୍ରତ୍ୟେକ ନାଗରିକଙ୍କୁ ପ୍ରଭାବିତ କରିଥାଏ | ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପ୍ରାର୍ଥୀମାନଙ୍କୁ ଅଫିସର ହେବା ନିମନ୍ତେ ତାଲିମ ପାଇଁ ପଠାଯାଇଥାଏ| ଆମେ ସମସ୍ତେ ଜାଣିଛନ୍ତି ଯେ ଅଲ ଇଣ୍ଡିଆ ସେବାରେ ଉଭୟ ଆଇଏଏସ ଏବଂ ଆଇପିଏସ୍ ଅଫିସରର ପୋଷ୍ଟ ଗୋଟିଏ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ପଦବୀ। ଦୁଇଟି ଯାକ ପଦବୀର ନିଜସ୍ୱ ଗରିମା ରହିଛି।

ଦୁଇଟି ପଦବୀ ଶ୍ରେଷ୍ଠ ମାତ୍ର IAS ହେବା ପ୍ରାର୍ଥୀଙ୍କ ପ୍ରଥମ ପସନ୍ଦ ହୋଇଥାଏ | କିନ୍ତୁ ଏମିତିବି କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ପୋଲିସ ୟୁନିଫର୍ମ ଆକର୍ଷିତ କରିଥାଏ ଏବଂ ସେମାନେ IPS ହେବାକୁ ପସନ୍ଦ କରିଥାନ୍ତି। ଗୋଟିଏ ଜିଲ୍ଲାରେ ଏକ ରୁ ଅଧିକ IAS ତଥା IPS ଅଫିସର ରହିଥାନ୍ତି ହେଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଜିଲ୍ଲାର ଡିଏମ ଏବଂ ଏସଏସପି ହୋଇଥାଏ।

ଉଭୟ IAS ଏବଂ IPS ଅଫିସର UPSC ସିଭିଲ ସର୍ଭିସେସ୍ ପରୀକ୍ଷା ମାଧ୍ୟମରେ ଚୟନ କରାଯାଇଥାଏ | ସମସ୍ତ ପ୍ରାର୍ଥୀ ସେମାନଙ୍କ ପସନ୍ଦର ପଦବୀକୁ ଚୟନ କରି UPSC ଡିଏଏଫ (DAF) ରେ ପୂରଣ କରି ଦିଅନ୍ତି ଏବଂ ଏହାର ରେଜଲ୍ଟରେ ନିଜର ରେଙ୍କ ଅନୁଯାୟୀ ପଦବୀ ପାଇଥାନ୍ତି । IASରେ ଯୋଗଦେବା ପରେ ପ୍ରାର୍ଥୀ ଆଉ କୌଣସି ସିଭିଲ ସର୍ଭିସ ପରୀକ୍ଷା ଦେଇପାରିବେ ନାହିଁ କିନ୍ତୁ IPSରେ ଯୋଗଦେବା ପରେ ସିଭିଲ ସର୍ଭିସର ପରୀକ୍ଷା ଗୁଡିକ ଦେଇପାରିବେ।

Cadre Controlling Authority:

IAS ଏବଂ IPS ଦୁଇଟି ଯାକ ପଦବୀ All India Serivices ଭିତରେ ଯାଇଥାଏ ମାତ୍ର ଏହି ପୋଷ୍ଟ ଗୁଡିକର ଅଲଗା ଅଲଗା Cadre Controlling Authority ରହିଥାଏ। IASର Cadre Controlling Authority ସିଧାସଳଖ ଭାବେ ପ୍ରଧାନମନ୍ତ୍ରୀ ଅଧୀନରେ ରହିଥାଏ। କିନ୍ତୁ IPSର Cadre Controlling Authority ଗୃହ ମନ୍ତ୍ରୀଙ୍କ ଅଧୀନରେ ରହିଥାଏ।

ତାଲିମ:

IAS ତଥା IPSର ପ୍ରଥମେ ୩ ମାସର ତାଲିମ ରହିଥାଏ ଯାହାକୁ ମୂଳ ପାଠ୍ୟକ୍ରମ ମଧ୍ୟ କୁହାଯାଇଥାଏ। ଯାହାକି ଲାଲ ବହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ ଆଡମିନିଷ୍ଟ୍ରେସନ୍ (LBSNAA)ରେ ହୋଇଥାଏ। ଏହା ପରେ ଆଇପିଏସ୍ ପ୍ରଶିକ୍ଷାର୍ଥୀମାନଙ୍କୁ ସର୍ଦ୍ଦାର ଭଲଭଭାଇ ପଟେଲ ନ୍ୟାସନାଲ ପୋଲିସ୍ ଏକାଡେମୀ (SVPNPA) ହାଇଦ୍ରାବାଦକୁ ପଠାଯାଏ ଯେଉଁଠାରେ ସେମାନେ ପୋଲିସ୍ ତାଲିମ ନେଇଥାନ୍ତି।

IAS ଟ୍ରେନିଂରେ ଟପ୍ କରିଥିବା ପାର୍ଥୀଙ୍କୁ ମେଡାଲ୍ ଏବଂ IPS ଟ୍ରେନିଂରେ ଟପ କରିଥିବା ପ୍ରାର୍ଥୀଙ୍କୁ ଖଣ୍ଡା(Sword of Honour) ପ୍ରଦାନ କରାଯାଇଥାଏ। ତୁଳନାତ୍ମକ ଭାବରେ ଦେଖିବାକୁ ଗଲେ, ଆଇପିଏସ୍ ଟ୍ରେନିଂରେ ଅଧିକ କଷ୍ଟସାଧ୍ୟ ଏବଂ ଅଧିକ ପରିଶ୍ରମ କରିବାକୁ ପଡ଼େ। ଏଥିରେ ଘୋଡା ଦୌଡ଼, ପରେଡ, ଅସ୍ତ୍ରଶସ୍ତ୍ର ସମ୍ବନ୍ଧିତ ବିଦ୍ୟା ଶିଖିବାକୁ ପଡିଥାଏ।

ପାୱାର ଏବଂ ଦାୟିତ୍ବ:

ଉଭୟ IAS ଏବଂ IPS ଅଫିସରଙ୍କର କାର୍ଯ୍ୟ ବହୁତ ବ୍ୟାପକ ହୋଇଥାଏ। ଏଥିସହିତ ଉଭୟଙ୍କ ପଦବୀ ମଧ୍ୟ ବହୁତ ଶକ୍ତିଶାଳୀ ହୋଇଥାଏ, କିନ୍ତୁ ଜଣେ IAS ଅଫିସର ଏକ DM ଭାବରେ ଅଧିକ ଶକ୍ତିଶାଳୀ ହୋଇଥାଏ | ଏକ ଆଇପିଏସ ଅଫିସରର କେବଳ ନିଜର ବିଭାଗ ସମ୍ବନ୍ଧୀୟ ଦାୟିତ୍ୱ ରହିଥାଏ କିନ୍ତୁ ଏକ ଆଇଏଏସ୍ (ଡ଼ିଏମ୍) ଅଫିସର ଉପରେ ଜିଲ୍ଲାର ସମସ୍ତ ବିଭାଗର ଦାୟିତ୍ୱ ରହିଛି | ଡିଏମ୍ ଭାବରେ ଜଣେ ଆଇଏଏସ୍ ଅଫିସର ପୋଲିସ୍ ବିଭାଗର ସହିତ ଅନ୍ୟାନ୍ୟ ବିଭାଗର ମୁଖ୍ୟ ଅଟନ୍ତି।

ଜିଲ୍ଲାର ପୋଲିସ ବ୍ୟବସ୍ଥା ମଧ୍ୟ ଡିଏମ ଦାୟିତ୍ୱରେ ରହିଥାଏ। ସହରରେ କର୍ଫ୍ୟୁ, ସେକ୍ସନ୍ 144 ଇତ୍ୟାଦି ଆଇନ ସହିତ ଜଡିତ ସମସ୍ତ ନିଷ୍ପତ୍ତି ଜିଲ୍ଲାର DM ନେଇଥାନ୍ତି । ଭିଡ଼ ଉପରେ ଫାୟାରିଂ ଅର୍ଡରର କ୍ଷମତା ଜଣେ DM ପାଖରେ ରହିଥାଏ। ମାତ୍ର ଭିଡ଼ ଉପରେ ଜଣେ ଆଇପିଏସ୍ ଅଫିସର ଫାୟାରିଂ ଅର୍ଡର ଦେଇ ପାରିବ ନାହିଁ । କେବଳ ଏତିକି ନୁହେଁ, ପୋଲିସ ଅଧିକାରୀଙ୍କ ସ୍ଥାନାନ୍ତରଣ ପାଇଁ ଡିଏମଙ୍କ ଅନୁମୋଦନ ଆବଶ୍ୟକ ହୋଇଥାଏ।

କର୍ତ୍ତବ୍ୟର ପରିସର:

ଡିଏମ୍ ଭାବରେ ଜଣେ ଆଇଏଏସ୍ ଅଧିକାରୀଙ୍କ କର୍ତ୍ତବ୍ୟର ପରିସର ଜିଲ୍ଲାର ସମସ୍ତ ବିଭାଗରେ ରହିଥାଏ। ସେହି କ୍ଷେତ୍ରରେ ଜଣେ ଆଇପିଏସ୍ ଏସଏସପି କେବଳ ପୋଲିସ ବିଭାଗ ଏବଂ ଟ୍ରାଫିକ୍ ବିଭାଗରେ କାମ କରିପାରିବେ। ଡିଏମ୍ ର କାର୍ଯ୍ୟ କ୍ଷେତ୍ରରେ ଜିଲ୍ଲାର ସମସ୍ତ ବିଭାଗ ଯେପରିକି ଜମି ରେକର୍ଡ, ରାଜସ୍ୱ, ଆଇନ ଶୃଙ୍ଖଳା, କୃଷି ଇତ୍ୟାଦି ରହିଛି।

ଦରମା:

ଭାରତରେ ଜଣେ ଆଇପିଏସ୍ ଅଧିକାରୀଙ୍କ ଦରମା ସପ୍ତମ ବେତନ ଆୟୋଗର ସୁପାରିଶ ପରେ ବହୁତ ଉନ୍ନତ ହୋଇଛି।ଜଣେ ଆଇପିଏସର ଦରମା ମାସକୁ 56,100 ରୁ 2,25,000 ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଦରମା ଅଲଗା ଅଲଗା ହେବା ସିନୀୟରିଟି(ସେନିଡିଟି) ଉପରେ ନିର୍ଭର କରିଥାଏ। ସେହିପରି ମଧ୍ୟ ସପ୍ତମ ବେତନ ଆୟୋଗ ଲାଗୁ ହେବା ପର ଠାରୁ ଜଣେ IAS ର ଦରମାରେ ବୃଦ୍ଧି ଘଟିଛି।

ଜଣେ IAS ର ଦରମା 56,100 ମାସିକ ରୁ 2,50,000 ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଏହାର ଭିନ୍ନତା ମଧ୍ୟ ବରିଷ୍ଠତା ଉପରେ ନିର୍ଭର କରିଥାଏ। ତେବେ ଜଣେ IASର ଦରମା IPS ଠାରୁ ଅଧିକ ରହିଥାଏ | ଏହା ବ୍ୟତୀତ ଉଭୟ ଅଧିକାରୀଙ୍କୁ ସରକାରୀ ବାସଭବନ, ଯାନବାହାନ ଇତ୍ୟାଦି ସୁବିଧା ଯୋଗାଇ ଦିଆଯାଇଥାଏ । ଏହାଛଡା ଉଭୟଙ୍କ ପାଇଁ ବିଦ୍ୟୁତ୍, ଜଳ, ଚିକିତ୍ସା ଇତ୍ୟାଦି ଖର୍ଚ୍ଚରେ ରିହାତି ମିଳିଥାଏ।

ୟୁନିଫର୍ମ:

ୟୁନିଫର୍ମ IAS ଏବଂ IPS ଅଧିକାରୀଙ୍କୁ ପରସ୍ପର ଠାରୁ ପୃଥକ କରିଥାଏ। ଆଇଏଏସ୍ ଅଧିକାରୀଙ୍କ ପାଇଁ କୌଣସି ବିଶେଷ ୟୁନିଫର୍ମ ନଥିବା ବେଳେ, ସେମାନଙ୍କୁ କେବଳ ସରକାରୀ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ପୋଷାକ ପିନ୍ଧିବାକୁ ପଡିଥାଏ କିନ୍ତୁ ଆଇପିଏସ୍ ଅଫିସର ମାନଙ୍କୁ ନିର୍ଦ୍ଦିଷ୍ଟ ୟୁନିଫର୍ମ ପିନ୍ଧିବାକୁ ପଡିଥାଏ। ପଦୋନ୍ନତି ହେବା ସହିତ ଜଣେ ଆଇପିଏସ୍ ଅଫିସରର ୟୁନିଫର୍ମ ଭିନ୍ନ ହୋଇଯାଇଥାଏ। ସେମାନଙ୍କୁ ପ୍ରତ୍ୟେକ ପଦୋନ୍ନତିରେ ମାନ୍ୟତା ଭାବରେ କାନ୍ଧରେ ତାରା, ଖଣ୍ଡା ଏବଂ ଅଶୋକା ଚକ୍ର ପିନ୍ଧିବାକୁ ଦିଆଯାଇଥାଏ। ସାଧାରଣ ଜନତା IAS ନୁହେଁ ବରଂ ପୋଷାକ ଦେଖି IPS କୁ ଚିହ୍ନିଥାଏ ।

Leave a Reply

Your email address will not be published. Required fields are marked *