“ମିଠୁ ମିଠୁ ତୋତା, ଡାଲି ଉପର ଶୋତା, ଲାଲ ମିର୍ଚି ଖାତା, ରାମ ରାମ ଜପତା |” ହିନ୍ଦୀରେ ଏହି କବିତା ଆପଣ ମାନେ ମଧ୍ୟ ଅନେକଥର ଶୁଣିଥିବେ | ଯଦି ଆପଣ ଧ୍ୟାନ ଦେଇଥିବେ ତେବେ ମିଠୁକୁ ଲଙ୍କା ଖାଇବା ବହୁତ ପସନ୍ଦ | ସେ ଏହାକୁ ସବୁବେଳେ ବଡ ଆନନ୍ଦର ସହିତ ଖାଇଥାଏ | ଏମିତିରେ କଣ ଆପଣ କେବେ ଭାବିଛନ୍ତି ଯେ ଲଙ୍କାରେ ଏପରି କଣ ରହିଛି ଯାହା ଶୁଆକୁ ଏତେ ଅଧିକ ପ୍ରିୟ ଅଟେ ?
ଶୁଆର ଲଙ୍କାକୁ ପସନ୍ଦ କରିବାର କାରଣକୁ ଜାଣିବା ପୂର୍ବରୁ ଆସନ୍ତୁ ଶୁଆ ବିଷୟରେ ମଧ୍ୟ କିଛି ଜାଣି ନେବା | ଶୁଆର ବୈଜ୍ଞାନିକ ନାମ ସିଟ୍ୟାସିଡ଼ି କ୍ରେମରୀ ଅଟେ | ଏହାର ଗଣତି ପକ୍ଷୀ ମାନଙ୍କର ସିଟ୍ୟାସୀ ଗଣର ସିଟ୍ୟାସିଡ଼ି ବଂଶରେ ହୋଇଥାଏ | ଏମାନଙ୍କର ସ୍ମରଣ ଶକ୍ତି ବହୁତ ଭଲ ରହିଥାଏ | ଏମାନେ ମଣିଷର ନକଲ କରିବାରେ ମଧ୍ୟ ମାହିର ଅଟନ୍ତି |
ସମଗ୍ର ଦୁନିଆରେ ଅନେକ ପ୍ରଜାତିର ଶୁଆ ମିଳିଥାନ୍ତି | ଏହା ରାଙ୍କ ଏବଂ ଆକାରରେ ମଧ୍ୟ ଭିନ୍ନ ଭିନ୍ନ ହୋଇଥାନ୍ତି | ଭାରତରେ ସବୁଜ ରଙ୍ଗର ଶୁଆ ଅଧିକ ଦେଖିବାକୁ ମିଳିଥାନ୍ତି | ଶୁଆ ସମ୍ପୂର୍ଣ୍ଣ ରୂପରେ ଶାକାହାରୀ ଅଟେ | ତାକୁ ଫଳ, ପରିବା ଖାଇବା ବହୁତ ଭଲ ଲାଗେ | ଲଙ୍କା ଶୁଆର ଅତିପ୍ରିୟ ଅଟେ କିନ୍ତୁ ପିଜୁଳୀ ଏବଂ ଆମ୍ବ ପରି ଫଳ ମଧ୍ୟ ଖାଇଯାଏ |
ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଲଙ୍କା ପରି ରାଗ ଜିନିଷ ଶୁଆକୁ କାହିଁକି ଏତେ ପସନ୍ଦ ଅଟେ ? ବାସ୍ତବରେ ପକ୍ଷୀ ମାନଙ୍କୁ ପ୍ରତ୍ୟେକ ଜିନିଷ ପଞ୍ଝାରେ ଦବାଇ ରଖି ଖାଇବାର ଅଭ୍ୟାସ ରହିଥାଏ | ଶୁଆ ଏକ ରୂଢିବାଦୀ ପକ୍ଷୀ ଅଟେ | ତାକୁ କେବଳ ସେହି ଜିନିଷ ଖାଇବା ବହୁତ ପସନ୍ଦ ଅଟେ ଯାହାକୁ ସେ ସହଜରେ ନିଜ ପଞ୍ଝାରେ ଦବାଇ ରଖି ପାରିବ | ଲଙ୍କା ଆକାରରେ ପକ୍ଷୀର ପଞ୍ଝା ହିସାବରେ ପରଫେକ୍ଟ ହୋଇଥାଏ |
ଏହାଛଡା ଶୁଆର ସ୍ୱାଦ ଜାଣି ପାରୁଥିବା ଇନ୍ଦ୍ରିୟ ବହୁତ ଦୁର୍ବଳ ଅଟେ | ତାକୁ ସ୍ୱାଦ ଅନୁଭୂତ ହୋଇନଥାଏ | ଏମିତିକି ସେ ମିଠା ଏବଂ ରାଗ ମଧ୍ୟରେ ତଫାତ ଜାଣିପାରେ ନାହିଁ | ଏଥିପାଇଁ ଲଙ୍କା ଖାଇବା ଦ୍ୱାରା ତାକୁ ମଣିଷଙ୍କ ପରି ପାଟିରେ ଜ୍ବଳନ ପରି କୌଣସି ବେଦନା ଅନୁଭୂତ ହୁଏ ନାହିଁ |
ସେହିପରି ଶୁଆର ନାକ ମଧ୍ୟ ଦେଖିବା ପାଇଁ ବହୁତ ସୁନ୍ଦର ହୋଇଥାଏ | ମାତ୍ର ତାକୁ ସୁଗନ୍ଧ ଏବଂ ଦୁର୍ଗନ୍ଧର ଅନୁଭୂତି ହୋଇନଥାଏ | ତେବେ ଏହା ମଧ୍ୟ ଆଉ ଏକ କାରଣ ଯେ ତାକୁ ଲଙ୍କା ଖାଇବାରେ କୌଣସି ସମସ୍ୟା ହୁଏ ନାହିଁ | ତେବେ ସବୁଠୁ ବଡ କାରଣ ଏହା ଯେ ଲଙ୍କା ଶୁଆର ପଞ୍ଝାରେ ପରଫେକ୍ଟ ଭାବରେ ଆସିଯାଇଥାଏ | ଏହା ଖାଇବା ପାଇଁ ତା’ର ଏହା ସହଜ ଆହାର ଅଟେ | ଏଥିପାଇଁ ସେ ଲଙ୍କାକୁ ବଡ ଆନନ୍ଦର ସହିତ ଖାଇଥାଏ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।