କାହିଁକି ମହିଳାମାନଙ୍କୁ ଖୋଲା କେଶରେ ମନ୍ଦିର ଭିତରକୁ ଯିବାକୁ ମନା କରାଯାଏ, ଜାଣନ୍ତୁ ଏହାର କାରଣ।

ମନ୍ଦିର ପରିଦର୍ଶନ ବେଳେ ଆମକୁ ଅନେକ ନିୟମ ମାନିବାକୁ ପଡେ। ଆମ ହିନ୍ଦୁ ଧର୍ମରେ ମହିଳାମାନଙ୍କ ବିଷୟରେ କିଛି ନିୟମ ଅଛି। ଯେମିତିକି ଋ-ତୁସ୍ରା-ବ ବେଳେ ମହିଳାମାନେ ମନ୍ଦିର କୁ ଯାଇ ପାରିବେନି ଏବଂ କିଛି ଜିନିଷ ଧରିବେନି ଇତ୍ୟାଦି।

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଖୋଲା କେଶରେ ମହିଳାମାନେ ମନ୍ଦୀର ଭିତରକୁ ଯିବା ଉଚିତ୍ ନୁହେଁ। କାରଣ ମନ୍ଦିରକୁ ଯାଇ ଭଗବାନଙ୍କୁ ଉପାସନା କରିବାବେଳେ ଆମ ମନ ଶାନ୍ତ ରହିବା ଉଚିତ୍। ଭଗବାନଙ୍କୁ ଉପାସନା କଲା ବେଳେ କୌଣସି ପ୍ରକାର ଖରାପ୍ ଚିନ୍ତାଧାରା ମନକୁ ଆସିବା ଉଚିତ୍ ନୁହେଁ। ଆମ ମନ ନକାରାତ୍ମକ ଭାବନାରୁ ମୁକ୍ତ ହେବା ଉଚିତ୍। ଯେମିତି ଆମେ ମନ୍ଦିରକୁ ଯିବା ପୂର୍ବରୁ ସ୍ନାନ କରି ଶରୀରକୁ ସଫା କରୁ, ପରିଷ୍କାର ପୋଷାକ ପିନ୍ଧୁ, ସେହିଭଳି ଆମ ମନ ମଧ୍ୟ ପରିଷ୍କାର ହେବା ଉଚିତ୍।

ଖୋଲା କେଶକୁ ନକାରାତ୍ମକତାର ପ୍ରତୀକ ବୋଲି କୁହାଯାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ଯଦି କେଶ ଖୋଲା କରି ମନ୍ଦୀର ଯିବା ତେବେ ନକାରାତ୍ମକ ଶକ୍ତି ଆମ ଶରୀରରେ ଶୀଘ୍ର ପ୍ରବେଶ କରେ। ସେଥିପାଇଁ ଯଦି ଆମେ ଖୋଲା କେଶରେ ଭଗବାନଙ୍କୁ ଉପାସନା କରିବା ତାକୁ ଭଗବାନ ଗ୍ରହଣ କରିବେନି। ଯାହାଦ୍ଵାରା ଆମେ କରିଥିବା ପୂଜାର କିଛି ମୂଲ୍ୟ ରହିବନି।

ସାଧାରଣତଃ କେଶ ଖୋଲା ଥିବାବେଳେ ମହିଳାମାନଙ୍କର ଧ୍ୟାନ କେବଳ ସେମାନଙ୍କ କେଶ ଉପରେ ଥାଏ। ସେଥିପାଇଁ ଯଦି ଆମେ କେଶ ନ ବାନ୍ଧି ମନ୍ଦିର ଯିବା ଆମ ଧ୍ୟାନ ଠାକୁରଙ୍କ ପାଖରେ ନରହି ଖୋଲା କେଶ ଉପରେ ରହିବ। ତେଣୁ ମହିଳାମାନେ ସବୁବେଳେ କେଶ ବାନ୍ଧି ମନ୍ଦିର ଯିବା ଉଚିତ୍। ଗ୍ରାମାଞ୍ଚଳ ଲୋକଙ୍କ କହିବା ଅନୁସାରେ ଖାଲି କେଶ ଖରାପ୍ ଶକ୍ତିକୁ ଆକର୍ଷିତ କରେ। ତେଣୁ, ମନ୍ଦିର ବ୍ୟତୀତ ଅମାବାସ୍ୟା ଏବଂ ପୂର୍ଣ୍ଣିମା ଦିନ ମଧ୍ୟ କେଶ ଖୋଲା ରଖି କୌଣସି ସ୍ଥାନକୁ ଯିବା ଉଚିତ୍ ନୁହେଁ।

ମହାଭାରତ ଏବଂ ରାମାୟଣରେ ଖୋଲା କେ-ଶ କିପରି ନକା-ରାତ୍ମକତାର ପ୍ରତୀକ ସେ ବିଷୟରେ ଆପଣ ଜାଣିଥିବେ।ଯେତେବେଳେ ମହାରାଜା ଦଶରଥ ପ୍ରଭୁ ଶ୍ରୀ ରାମଙ୍କୁ ରାଜା କରିବେ ବୋଲି ସ୍ଥିର କଲେ, ସେତେବେଳେ ରାଣୀ କୈକେଇ କେଶ ଖୋଲା କରି ରା-ଗରେ ନିଜ କୋଠରୀରେ ବସିଥିଲେ। ତା’ପରେ ତାଙ୍କ ମନରେ ଅନେକ ନକାରାତ୍ମକ ଚିନ୍ତା ଆସିଲା ଏବଂ ଆପଣମାନେ ଜାଣିଛନ୍ତି ତା’ପରେ କ’ଣ ସବୁ ଘ-ଟିଥିଲା।

ଯେତେବେଳେ ଦୁଃ-ଶାସ-ନ ଦ୍ରୌପଦୀଙ୍କୁ ସଭାକୁ ବସ୍ତ୍ର ହ-ରଣ ପାଇଁ ଆଣିବାକୁ ଯାଇଥିଲା ସେତେବେଳେ ଦ୍ରୌପଦୀ ନ ଆସିବାରୁ ଦୁଃ-ଶାସ-ନ ତାଙ୍କ ଖୋଲା କେଶକୁ ଟାଣି ଟାଣି ସଭାକୁ ଆଣିଥିଲେ ସେଥିପାଇଁ ଯେତେବେଳେ ବି କେହି ଖୋଲା କେଶ ଦେଖନ୍ତି ମନରେ କ୍ରୋ-ଧ କିମ୍ବା ବିର-କ୍ତି ଭାବ ସୃଷ୍ଟି ହୁଏ। ଏଥିପାଇଁ ମହିଳାମାନଙ୍କୁ କେଶ ଖୋଲା କରି ମନ୍ଦିର ଯିବାକୁ ମନା କରାଯାଏ।

Leave a Reply

Your email address will not be published. Required fields are marked *