ଛୁଆଦିନୁ ହରାଇଛନ୍ତି ମାଆକୁ, ଏବେ ୫ହଜାରର ଲୋନ୍ ନେଇ ନାତୀର ସ୍ଵପ୍ନ ପୂରା କରିବାପାଇଁ ପଠାଇଛି ଇଣ୍ଡିଆନ ଆଇଡଲ କୁ

ମୁମ୍ବାଇ: ନେହା କକ୍କଡ ପୂର୍ବଦିନ ନିଜ ବାହାଘରକୁ ବହୁତ ଚର୍ଚ୍ଚାରେ ଥିଲେ। ବାହାଘର ପରେ ସେ ପୁଣି କାମକୁ ଫେରି ଆସିଛନ୍ତି ଏବଂ ସେ ସିଙ୍ଗିଙ୍ଗ୍ ରିଆଲିଟି ଶୋ ଇଣ୍ଡିଆନ ଆଇଡଲ୍ ର ସିଜିନ୍୧୨ ରେ ଜଜ୍ କରୁଛନ୍ତି। ଏହି ସମୟରେ ସେ ତାଙ୍କ ଦରିଆଦିଲୀ ପାଇଁ ଶୋଶିଆଲ୍ ମିଡ଼ିଆ ରେ ଖେଳି ଯାଇଛନ୍ତି।ଏବେ ଆଉଥରେ ପୁଣି ସେ ତାଙ୍କର ଏହି ଦରିଆଦିଲୀ କାରଣରୁ ସେ ମୁଖ୍ୟରେ ଅଛନ୍ତି।ସେ ଶୋ ରେ ଅଡିସନ୍ ଦେବାକୁ ଆସିଥିବା ଏକ କଂନସ୍ଟେଂଟ୍ ର ଦୁଃଖ ଭରା କାହାଣୀ ଶୁଣି ତାଙ୍କୁ ଏକ ଲକ୍ଷ ଟଙ୍କାର ସାହାଯ୍ୟ କରିଛନ୍ତି।

ସୋନି ଚ୍ୟାନେଲ ଏହି ଏପିଶୋଡ୍ ର ଭିଡିଓ କୁ ଶେୟାର କରିଛନ୍ତି। ଭିଡିଓରେ ଜୟପୁର ର କଂନସ୍ଟେଂଟ୍ ଶହଜାଦ ଅଲ୍ଲୀ ନିଜ ଜୀବନ ବିଷୟରେ ଜଣାଇଛନ୍ତି।ସେ କହିଛନ୍ତି କି ସେ କପଡା ଦୋକାନରେ କାମ କରନ୍ତି।ଛୁଆଦିନୁ ହିଁ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା।

ନେହା ଶହଜାଦଙ୍କ ତରଫକୁ ସାହାଯ୍ୟର ହାତ ବଢ଼ାଇବା ସମୟରେ ଏକ ଲକ୍ଷ ଟଙ୍କାର ସାହାଯ୍ୟ ଉପହାର ରୂପରେ ଦେଇଥିଲେ। ନେହା ନୁହେଁ ବରଂ ଶୋ ର‌ ଅନ୍ୟ ଜଜ୍ ବିଶାଲ ଡଡଲାନି ବି କଂନସ୍ଟେଂଟ୍ ଶହଜାଦ ଅଲ୍ଲୀଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।ସେ କହିଛନ୍ତି କି ସେ ଶହଜାଦଙ୍କୁ କୈାଣସି ଭଲ ଗୁରୁଙ୍କ ସହ ଦେଖା କରାଇବେ ଯାହା ଫଳରେ ତାଙ୍କୁ ଭଲ ଟ୍ରେନିଂ ମିଳିପାରିବ।

ଜଣା ପଡୁଛି, ପ୍ରସିଦ୍ଧ ରିଆଲିଟି ଶୋ ଇଣ୍ଡିଆନ ଆଇଡଲ୍ ୨୮ ନଭେମ୍ବର ରାତି ୮ ଟାରେ ଆରମ୍ଭ ହେଉଛି। ଏହା ସବୁ ଶନିବାର ଏବଂ ରବିବାର ରେ ପ୍ରସାରିତ କରାଯିବ। ଏହି ସିଙ୍ଗିଙ୍ଗ୍ ରିଆଲିଟି ଶୋ କୁ ଦର୍ଶକଙ୍କର ଭଲ ସମର୍ଥନ ମିଳିଥାଏ।

ଏଠାରେ ଯଦି ନେହା କକ୍କଡଙ୍କ କଥା କୁହାଯିବ ତ ସେ ଏହି ସମୟରେ ପଞ୍ଜାବୀ ସିଙ୍ଗର ରୋହନପ୍ରୀତ ସିଂହଙ୍କ ସହିତ ବିବାହ କରିଛନ୍ତି। ତାଙ୍କ ବାହାଘର ଖଵରରେ ଫ୍ୟାନ୍ସ୍ ମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାହାଘର ପରେ ତାଙ୍କ ବାହାଘର ଫଟୋ ଇଣ୍ଟରନେଟରେ ଛାଇ ରହିଥିଲା।

ଏହାପରେ ନେହାଙ୍କ ହନିମୁନ୍ ଫଟୋ ଏବଂ ଭିଡିଓ ଗୁଡା ମଧ୍ୟ ଫ୍ୟାନ୍ସ୍ ମାନଙ୍କୁ ବହୁତ ଆକର୍ଷଣ କରିଥିଲା। ଏବେ ନିଜ ବ୍ୟକ୍ତିଗତ ଜୀବନର ଉପଭୋଗ ପରେ ନେହା କର୍ମକ୍ଷେତ୍ରକୁ ଦୁଇଥର ଆସିଛନ୍ତି।

Leave a Reply

Your email address will not be published. Required fields are marked *